ଅତ୍ୟଧିକ ହୋମବର୍କ କାରଣରୁ ଛୁଆ ହେଉଛନ୍ତି ଡିପ୍ରେସନ ର ଶିକାର, ଆସନ୍ତୁ ଜାଣିବା ଅଧ୍ୟୟନ କଣ କହୁଛି

ଆଜି କାଲୀ ଛୁଆଙ୍କ ଉପରେ ପାଠ ପାଇଁ ସବୁଠୁ ଅଧିକ ଭାର ରହୁଛି, ଛୁଆ ନିଜ ପୁରା ଦିନ ସ୍କୁଲ କାମ ରେ ବ୍ୟତୀତ କରି ଦଉଛନ୍ତି, କିନ୍ତୁ ଆପଣ କଣ ଜାଣିଛନ୍ତି କି ସ୍କୁଲ ଦ୍ଵାରା ଏହି କାମ ପାଇଁ ଆପଣଙ୍କ ଛୁଆ ଉପରେ କଣ ପ୍ରଭାବ ପଢଅଛି । ଭଲ ଭାବେ ଦେଖିଲେ ଏହା ଆପଣଙ୍କ ଛୁଆ ଉପରେ ବହୁତ ପ୍ରଭାବ ଦେଇଛି, ଛୋଟ ଛୁଆ ବି ପୁରା ଦିନ ନିଜ ହୋମବର୍କ କରିବାରେ କାଟି ଦଉଛନ୍ତି ।

ଛୁଆ ହୋମବର୍କ କାରଣ ରୁ ଚିନ୍ତିତ ରହୁଛନ୍ତି କାହିଁକିନା ହୋମବର୍କ ନକଲେ ସ୍କୁଲ ରେ ଦଣ୍ଡ ମିଳିବ । ଏହି ଚିନ୍ତା ରୁ ଛୁଆ ପ୍ରାୟ ସମୟ ମୁଣ୍ଡ ବିନ୍ଧା, ଉଦାସ ଏବଂ ଏକୁଟିଆ ଭଳି ରୋଗ ର ଶିକାର ହେଉଛନ୍ତି ।

ଅଧ୍ୟୟନ ଅନୁଯାଇ ଛୋଟ ପିଲାଙ୍କୁ ହୋମବର୍କ ପାଇଁ କେବଳ ୧୦ମିନିଟ ଦବା ଉଚିତ ଅଟେ ଏହାରୁ ଅଧିକ ସମୟ ତାଙ୍କ ବିକାଶ ରେ ବାଧା ହୋଇଥାଏ । ସେଇଠି ବଡ ପିଲାଙ୍କ ପାଇଁ ହୋମବର୍କ ସମୟ ଦୁଇ ଘଣ୍ଟା ଅଟେ ଏବଂ ଏହାଠୁ ଅଧିକ ତାଙ୍କ ସ୍ୱାସ୍ଥ୍ୟ ପାଇଁ ହାନିକାରକ ଅଟେ । ବଡ ଛୁଆ ବି ହୋମବର୍କ କାରଣ ରୁ ଦୁଖିତ ଅଛନ୍ତି, ଏବଂ ହୋମବର୍କ ପାଇଁ ନିଜ ପ୍ରତିଭା କୁ ପଛ ରେ ଛାଡି ଦେଇଛନ୍ତି, କାହିଁକିନା ତାଙ୍କ ସଂପୂର୍ଣ୍ଣ ସମୟ ହୋମବର୍କ କରିବାରେ ଲାଗି ଯାଉଛି ।

ଅଧ୍ୟୟନ ଅନୁଯାଇ ୭୦% ପିଲାଙ୍କ କହିବା ଅନୁଯାଇ ହୋମବର୍କ ତାଙ୍କ ପାଇଁ ଚିନ୍ତା ଅଟେ, କେବଳ ୧%ପିଲାଙ୍କ ପାଇଁ ହୋମବର୍କ କୌଣସି ଚିନ୍ତା ର ବିଷୟ ନୁହେଁ ବୋଲି ଜଣା ପଡିଛି । ଅଧ୍ୟୟନ ଅନୁଯାଇ ହୋମବର୍କ ପାଇଁ ପିଲାଙ୍କୁ ମୁଣ୍ଡ ବିନ୍ଧା, ପେଟ ଦରଜ, ଓଜନ କମିବା ଏବଂ ନିଦ ନଆସିବା ଭଳି କେତେ ପ୍ରକାର ରୋଗ ହେଉଛି । ବଡ ପିଲା ଏହି ଚିନ୍ତାରୁ ମୁକ୍ତି ପାଇଁ ଭୁଲ ବାଟ କୁ ଚାଲିଯାନ୍ତି, ଏହି ଚିନ୍ତା ରୁ ମୁକ୍ତି ପାଇଁ ସେ କେତେ ପ୍ରକାର ନିଶା ଜିନିଷ କୁ ଆପଣେଇ ନିଅନ୍ତି ।

ବାପା ମା ମାନେ ଆଜି କାଲୀ ପିଲା ମାନଙ୍କୁ ପଥ ପଢିବା ପାଇଁ ଏତେ ପ୍ରେସର ଦେଉଛନ୍ତି ଯେ କିଛି କିଛି ପିଲା ମାନେ ଏହାକୁ ସମ୍ଭାଳି ନ ପାରି ଆତ୍ମହତ୍ୟା ଭଳି ପଦକ୍ଷପ ମଧ୍ୟ ନେଉଛନ୍ତି । ଏହିଭଳି ଅନେକ ଘଟଣା ଆପଣ ଶୁଣି ଥିବେ ନିଶ୍ଚିନ୍ତ । ଗୋଟେ ପିଲା ର ଯେତିକି ପଢା ରେ ମନ ଲାଗୁଛି ତାକୁ ସେତିକି ପଢିବାକୁ ଦିଅନ୍ତୁ ଅନ୍ୟମାନଙ୍କ ସହ ତୁଳନା କରି ତାଙ୍କୁ ପ୍ରେସର ଦିଅନ୍ତୁ ନାହିଁ, ନଚେତ ସେମାନେ କେଏନ ଯେ ଭୁଲ ପଦକ୍ଷପ ନେବେ ଏହା ଆପଣ ମାନେ ଜଣାଇ ବି ପାରିବେନି।

ଏହା ସମ୍ପର୍କରେ ଆପଣମାନଙ୍କ ମତ ନିଶ୍ଚୟ ଦେବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *