ଭାରତରେ ଅଧିକ ଲୋକଙ୍କ ଠାରେ ଦେଖାଦେଉଛି ଏହି ରୋଗ – ଆପଣଙ୍କ ଠାରେ ଦେଖାଦେଉଛି ଏହାର ଲକ୍ଷଣ? ଜାଣନ୍ତୁ କେମିତି କରିବେ ଉପଚାର

ତ୍ୱଚାରେ ଯାଦୁ, କାଛୁ କୁଣ୍ତିଆ ସବୁଠାରୁ ଖତରନାକ ରୋଗ ହୋଇଥାଏ । ଚର୍ମ ରୋଗ ଶ୍ରେଣୀରେ ଆସୁଥିବା ଏହି ରୋଗ ଯଦି ଟିକେ ଅବହେଳା କରିଦିଆଯାଏ ତେବେ ଏହା ସବୁଦିନ ପାଇଁ ରହିଯାଇଥାଏ । ଏହାପରେ ଆପଣ ଯେତେ ବି ଚିକିତ୍ସା କରିନିଅନ୍ତୁ ନା କାହିଁକି ଏହା ପୁଣି ପଳେଇଆସିଥାଏ । କାଛୁ ଦ୍ୱାରା ହୋଇଥିବା କଳା ଦାଗ କୁ ବି ଏକଜିମା କୁହାଯାଇଥାଏ । ଏହା ସାଧାରଣତଃ ଗୁପ୍ତାଙ୍ଗ ପାଖାପାଖି ସ୍ଥାନରେ ହୋଇଥାଏ ।

ଲକ୍ଷଣ : ତ୍ୱଚାରେ ଲାଲ୍ ଦାଗ ଦେଖାଦେବା । କୁଣ୍ତିଆ , ଜଳନ , କିମ୍ବା ଦାଗ ରୁପରେ ଖେଳିଥାଏ । ଏହା ପୁରା ଶରୀରରେ ଏକଜିମା ହେବାର ସ୍ଥିତି ହୋଇଥାଏ । ଜ୍ୱର ହେବା ଏହାର ଲକ୍ଷଣ ଅଟେ ।

କାରଣ : ଏହି ସମସ୍ୟା ସାଧାରଣତଃ କେମିକାଲ୍ ଯୁକ୍ତ ସାବୁନ, ଚୁନ , ସୋଡା, ଡିଟର୍ ଜେଣ୍ଟ ର ଅଧିକ ବ୍ୟବହାର ଓ ମାସିକ ଧର୍ମରେ ଅନିୟମିତତା , କବଜ୍ମ୍ ରକ୍ତ ବାହାରିବା ଓ ଅନ୍ୟ କାଛୁ , ପାଣି କୁଣ୍ତିଆ ବ୍ୟକ୍ତିଙ୍କ କପଡା ପିନ୍ଦିବା ଦ୍ୱାରା ହୋଇଥାଏ ।

କେମିତି ବଞ୍ଚିବେ :

ସାବୁନ୍ , ସାମ୍ପୁ, ଓ ଡିଟର୍ ଜେଣ୍ଟ ର ବ୍ୟବହାର ବନ୍ଦ କରିଦିଅନ୍ତୁ । ଗାଧୋଇବା ପାଇଁ ବ୍ୟବହାର କରାଯାଉଥିବା ଗ୍ଲିସରିନ୍ ସାବୁନ୍ ବ୍ୟବହାର କରନ୍ତୁ । ଗାଧୋଇସାରିବା ପରେ ନଡିଆର ତେଲ ଲଗାନ୍ତୁ । କିଛି ଆଣ୍ତି ଫଙ୍ଗଲ୍ କ୍ରିମ୍ ଲଗାଉଥିଲେ ଡାକ୍ତରଙ୍କୁ ପଚାରି ଓ ପରାମର୍ଶ ନେଇ ବ୍ୟବହାର କରନ୍ତୁ । ମଝିରେ ଛାଡିଦେଲେ ଏହା ଦାଗ, ହୋଇଯାଇଥାଏ ।କପଡାରେ ସାବୁନ୍ ଓ ଡିଟର୍ ଜେଣ୍ଟ ଲଗାଇବା ପରେ ତାକୁ ଭଲ ସେ ଧୋଇ ଦିଅନ୍ତୁ । ଓ କପଡାକୁ ସୁଖିଲାପରେ ପିନ୍ଦନ୍ତୁ ।

ଲୁଣର ବ୍ୟବହାର କରିବା ବନ୍ଦ କରିଦିଅନ୍ତୁ । କାଛୁ ରୁ ପାଣି ବାହାରୁଥିଲେ ସାମାନ୍ୟ ପାଣିରେ ଧୁଅନ୍ତୁ ନାହିଁ ।

ସାମାନ୍ୟ କୁଣ୍ତିଆର ଘରୋଇ ଚିକିତ୍ସା :

ସମୁଦ୍ର ପାଣିରେ ଗାଧୋଇଲେ ଏକଜିମା ରୋଗୀଙ୍କ ପାଇଁ ଲାଭ ହୋଇଥାଏ ।

ଲିମ୍ବର ପତ୍ରର ପାଣିକୁ ଫୁଟାଇ ସେ ପାଣିକୁ ଗାଧୋଇବାରେ ବ୍ୟବହାର କରନ୍ତୁ ।

ଯାଦୁ ହୋଇଥିବା ସ୍ଥାନରେ ଡାଳିମ୍ବର ପେଷ୍ଟ ଲଗାନ୍ତୁ ।

କଦଳୀର ମଞ୍ଜରେ ଲେମ୍ବୁର ରସ ପକାଇ ଯାଦୁ ହୋଇଥିବା ସ୍ଥାନରେ ଲଗାନ୍ତୁ ।

ବଥୁଆର ଶାଗକୁ ଖାଆନ୍ତୁ । ଓ ତାକୁ ସିଝାଇ ତାର ରସ ପିଅନ୍ତୁ ।

ଗାଜର ର ପେଷ୍ଟକୁ କରନ୍ତୁ ଓ ତାକୁ କମ୍ ତାପ ଦେଇ ଯାଦୁ ହୋଇଥିବା ହୋଇଥିବା ସ୍ଥାନରେ ଲଗାନ୍ତୁ ।

କଞ୍ଚା ଆଳୁର ରସ ପିଅନ୍ତୁ

ଲେମ୍ବୁର ରସରେ ସୁଖା ସିଂଙ୍ଗଡାକୁ ଘସନ୍ତୁ । ଓ ଯାଦୁ ହୋଇଥିବା ସ୍ଥାନରେ ଲଗାନ୍ତୁ ।

ଯାଦୁ ହୋଇଥିବା ସ୍ଥାନରେ ହଳଦୀର ଲେପ କରନ୍ତୁ ।

ଜୁଆଣିକୁ ପେଶି କରି ଗରମ ପାଣିରେ ମିଶାନ୍ତୁ । ଓ ତାକୁ ଯାଦୁ ହୋଇଥିବା ସ୍ଥାନକୁ ଧୁଅନ୍ତୁ ।

ଲିମ୍ବରୁ ବାହାରିଥିବା ରସକୁ ୧୨ ଗ୍ରାମ ରସ ପ୍ରତିଦିନ ପିଅନ୍ତୁ ।

କ୍ଷୀରରେ ଚିନି ମିଶାଇ ପିଅନ୍ତୁ ।

ଲିମ୍ବର ପତ୍ରକୁ ଦହି ର ସାଥିରେ ପେଷ୍ଟ କରି ଲେପ କରନ୍ତୁ । ଓ ଯାଦୁ ହୋଇଥିବା ସ୍ଥାନରେ ଲଗାନ୍ତୁ ।

ଗେଣ୍ତୁର ପତ୍ରକୁ ସିଝାଇ ତାର ପେଷ୍ଟକୁ ଯାଦୁ ହୋଇଥିବା ସ୍ଥାନରେ ଲଗାନ୍ତୁ ।

ପାଚିବାକୁ ଥିବା ଯାଦୁ ପାଇଁ ପ୍ରକିୟା :

ତ୍ତ୍ରିଫଳ କୁ କଡେଇ କିମ୍ବା ତାୱାରେ ଢାଙ୍କିଦିଅନ୍ତୁ ଓ ଗରମ କରନ୍ତୁ ଯେ ପର୍ଯ୍ୟନ୍ତ ସେ ଅଙ୍ଗାର ନହୋଇଛି । ଓ ଏଥିରେ ଘିଅ, ଫିଟିକିରି। ସୋରିଷର ତେଲ ଓ ପାଣି ମିଶାଇ ମିଶ୍ରଣ ତିଆରି କରିଦିଅନ୍ତୁ । ଓ ଏହାକୁ ଯାଦୁ ହୋଇଥିବା ଜାଗାରେ ଲଗାଇ ଦେଲେ ଯାଦୁ ହୋଇଥିବା ସ୍ଥାନ ପାଚିବା କିମ୍ବା ଫାଟିବାରୁ ରକ୍ଷା ମିଳିପାରିବ ।

ସୁଖିଲା ଯାଦୁର ପ୍ରକିୟା :

ପଳାସର ମଞ୍ଜି, ମୁର୍ଦାଶଂଖ, ସଫେଦା, କବିଲା, ମୈନାସିଲ୍ , ଓ ମାଜୁ ଫଳ କୁ ସାମାନ୍ୟ ମାତ୍ରାରେ ନେଇ କରଞ୍ଜର ପତ୍ରର ରସକୁ ଲେମ୍ବୁର ରସ ମିଶାନ୍ତୁ । ଓ ଏହାକୁ ପୁରା ଦିନ ରଖିଦିଅନ୍ତୁ । ଓ ତାପରଦିନ ଏହାର ଗୋଳି ତିଆରି କରି ଗୋଲାପ ଜଳ ସହ ଯାଦୁ ହୋଇଥିବା ସ୍ଥାନରେ ଲଗାନ୍ତୁ ।

ଲେଖାଟି ଯଦି ଭଲ ଲାଗିଲା ଦୟାକରି ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ। – ଧନ୍ୟବାଦ, ଓଡିଆ ଦୁନିଆ

Leave a Reply

Your email address will not be published. Required fields are marked *