ରାତିରେ ଅଇଁଠା ବାସନ ନ ଧୋଇଲେ ଘରେ ହେବ ବିରାଟ ଅସୁବିଧା

କିଛି ଲୋକ ଖାଇ ସାରିବା ପରେ ବାସନକୁ ପରଦିନ ପର୍ଯ୍ୟନ୍ତ ସେମିତି ଅଇଁଠା ଛାଡିଦିଅନ୍ତି। ଖାସ କରି ଶୀତଦିନେ ପାଣିଠାରୁ ଦୁରେଇ ରହିବାକୁ ଏହିପରି ଲୋକେ କରିଥାନ୍ତି। କିନ୍ତୁ ଏହା କରିବା କେତେ ଯେ କ୍ଷତି କାରକ ତାହା ଆପଣ ଜାଣିନାହାନ୍ତି। ଆଜି ଆମେ ଆପଣଙ୍କୁ କହିବୁ ଏପରି କରିବା ଦ୍ୱାରା କଣ ସବୁ କ୍ଷତି ଆମକୁ ସହିବାକୁ ପଡେ। ତାହାଲେ ଆସନ୍ତୁ ଜାଣିବା।

ବସ୍ତୁଶାସ୍ତ୍ରରେ ସ୍ପଷ୍ଟ ଉଲ୍ଲେଖ ଅଛି ଯେ, ବାସି ବାସନ ଘରେ ରହିଲେ ଘରର ଅଶାନ୍ତି ବଢିଥାଏ। ଯଦି ଅଇଁଠା ବାସନକୁ ତା ପର ଦିନ ପର୍ଯ୍ୟନ୍ତ ପକାଇ ରଖାଯାଏ ତେବେ ଘରେ ପରିବାର ଲୋକଙ୍କ ଭିତରେ କଳହ ସୃଷ୍ଟି ହୋଇଥାଏ।

ଦ୍ୱିତୀୟରେ ବାସନ କୁସନକୁ ଅପରିଷ୍କାର ରଖିବା ଦ୍ୱାରା ଲକ୍ଷ୍ମୀ ମା’ ଅସନ୍ତୋଷ ହୋଇଥାନ୍ତି। ଫଳରେ ଘରେ ଟଙ୍କା ପଇସାର ଅଭାବ ଦେଖାଦେଇଥାଏ।

ପୁଣି ଅଇଁଠା ବାସନ ଯଦି ତା ପର ଦିନ ଯାଏଁ ସେମିତି ଅଧୁଆ ରହିଯାଏ ତାହାଲେ ପୁରାଣ ଅନୁସାରେ ଘରକୁ ନକରାତ୍ମକ ଶକ୍ତିର ପ୍ରବେଶ ହେବାର ଆଶଙ୍କା ରହିଥାଏ। ପରିବାରରେ ବିଶୃଙ୍ଖଳା ଦେଖା ଦେବା ସହ ଆହୁରି ଅନେକ ଅସୁବିଧା ହୋଇଥାଏ ।

ଅଇଁଠା ବାସନ ଅଧିକ ସମୟ ଅଧୁଆ ରହିଲେ ଏଥିରେ ଥିବା ରୋଗ ଜୀବାଣୁ ଧୋଇବା ପରେ ବି ଯାଇ ନ ଥାନ୍ତି। ଯାହା ଆମକୁ ଅନେକ ରୋଗରେ ଆକ୍ରାନ୍ତ କରାଇବାକୁ ଯଥେଷ୍ଟ ହୋଇଥାନ୍ତି। ଯଦି ଆପଣ ଏହି ଭୁଲ କରୁଥାନ୍ତି ତେବେ ଏହି ଭୁଲକୁ ଆଗକୁ ଦୋହରାନ୍ତୁ ନାହିଁ।

Leave a Reply

Your email address will not be published. Required fields are marked *