ଗୃହରେ ହେଉଥିବା ଏହି ଘଟଣା ଗୁଡିକୁ ଅଣଦେଖା କରନ୍ତୁ ନାହିଁ, ଆସିପାରେ ମହା ବିପତ୍ତି

ଆମ ଦୈନନ୍ଦିନ ଜୀବନରେ ଅନେକ ଘଟଣା ଏମିତି ଘଟେ ଯାହାକୁ ଆମେ ଦେଖି କିମ୍ବା ଜାଣିପାରି ନଥାଉ।କିଛି ଏମିତି ବି ହୁଏ ଯାହାକୁ ଦେଖି ମଧ୍ୟ ଆମେ ଅଣଦେଖା କରିଦେଉ। ଅତି ସାଧାରଣ ଭାବି କିଛି କିଛି ପରିସ୍ଥିତିରେ ଆମେ ସେହି କଥା ଉପରେ ଧ୍ୟାନ ଦେଇ ନଥାଉ ଯାହା ଦ୍ୱାରା ସେହି ଘଟଣା ବାରମ୍ବାର ଘଟେ। ତେବେ ଏହି ଘଟଣା ଅନେକ ସମୟରେ କୌଣସି ପ୍ରତିକ୍ରିୟା ନ ଦେବା ବେଳେ ସମୟ ସମୟରେ ଏହା ବିରାଟ ଅସୁବିଧାକୁ ଡାକି ଆଣିଥାଏ।

ଆଜି ଆମେ ଆପଣଙ୍କୁ ସେହି ପରି କିଛି ଛୋଟମୋଟ ଘଟଣା ବିଷୟରେ କହିବୁ ଯାହାକୁ ଆପଣ ଅତି ସାଧାରଣ ବୋଲି ଭାବି ଛାଡି ଦିଅନ୍ତି ଯାହା ଶାସ୍ତ୍ର ଅନୁସାରେ ପରବର୍ତ୍ତୀ ସମୟରେ ଆପଣଙ୍କୁ ଅସୁବିଧାରେ ପକାଇଥାଏ। ଏହିସବୁ କୌଣସି ନା କୌଣସି ବିପତ୍ତିର ସଙ୍କେତ ମଧ୍ୟ ହୋଇଥାଏ। ତେବେ ଆସନ୍ତୁ ଜାଣିବା।

୧- ଘରେ ସବୁବେଳେ ପରିବାର ଲୋକେ ଯଦି ବିନା କୌଣସି କାରଣରେ ଝଗଡ଼ା ଲାଗନ୍ତି ତେବେ ଏହା ମହାବିପତ୍ତିର ମୂଳ ସଙ୍କେତ ଅଟେ । ଏହା ଦ୍ୱାରା ଆପଣଙ୍କ ସୁଖ ନଷ୍ଟ ହେବାର ଏବଂ ଆୟୁଷ କମିବାର ଆଶଙ୍କା ରହିଛି।

୨-  ତୁଳସୀ ଗଛ ମରିଯିବା ଏକ ବହୁତ ବଡ଼ ଅଶୁଭ ସଙ୍କେତ ହୋଇଥାଏ। ଯଦି ଏପରି ହୋଇଥାଏ ତେବେ ଜାଣି ନିଅନ୍ତୁ ଯେ, ଆପଣଙ୍କ ଘରେ ନକାରତ୍ମକ ଶକ୍ତିର ପ୍ରବେଶ ହେଉଛି।

୩- ଘରେ ଥିବା ଟ୍ୟାପରୁ ଅନବରତ ପାଣି ଝରିବା ଧନ ହାନି ହେବାର ସଙ୍କେତ ଅଟେ। ତେଣୁ ଏହାକୁ ଶୀଘ୍ର ନ ଅଟକାଇ ଅଣଦେଖା କରିଲେ ଦରିଦ୍ରତା ଆସିବାର ଯଥେଷ୍ଟ ସମ୍ଭାବନା ରହିଛି।

୪- ରୋଷେଇ କରିବା ବେଳେ ହାତରୁ ତେଲ ଡ଼ବା ଖସି ପଡି ତେଲ ତଳେ ପଡିଲେ ସତର୍କ ହୋଇଯାଆନ୍ତୁ। ଏହା ଆପଣଙ୍କ ଉପରେ କରଜ ଭାର ବଢିବାର ସଙ୍କେତ ହୋଇଥାଏ।

୫- ପୋଷା କୁକୁର, ବିଲେଇ କିମ୍ବା ଅନ୍ୟ କୌଣସି ପଶୁଙ୍କର ହଠାତ ମୃତ୍ୟୁ ହୋଇଗଲେ ଜାଣନ୍ତୁ ଯେ ଆପଣଙ୍କ ବିପଦ ସମୟର ଏହା ଆଗମନ। ତେଣୁ ଯଥା ସମ୍ଭବ ନିଜକୁ ପ୍ରସ୍ତୁତ ରଖିବା ସହ ଏହାର ନିବାରଣ ପାଇଁ ଚେଷ୍ଟା କରନ୍ତୁ।

Leave a Reply

Your email address will not be published. Required fields are marked *