ଆଜିଠାରୁ (July 01) ରୁ ବଦଳିଲା ଏହି ସବୁ ନିୟମ, ଗ୍ୟାସ ଦର, ବ୍ୟାଙ୍କ ସମ୍ପର୍କିତ ବିଷୟ ସହ ବଦଳିପାରେ ଏହି ସବୁ ଜିନିଷ…

ଜୁଲାଇ ୧ରୁ ଆପଣଙ୍କ ସାଧାରାଣ ଜୀବନ ସହ ଜଡିତ କେତେକ ବଡ ବଡ ନିୟମରେ ବହୁତ ବଡ ପରିବର୍ତ୍ତନ ହେବାକୁ ଯାଉଛି । ଯାହାର ପ୍ରଭାବ ଆପଣଙ୍କ ଉପରେ ହିଁ ପଡିବ । ଜୁଲାଇ ମାସର ୧ ତାରିଖରୁ ହିଁ ବ୍ୟାଙ୍କ ସେବା, ଇନକମ ଟ୍ୟାକ୍ସ ରିଟର୍ନ, ଏଲପିଜି ଗ୍ୟାସ ସହ ଜଡିତ କିଛି କିଛି ନିୟମରେ ପରିବର୍ତ୍ତନ ହୋଇସାରିଛି ।

ତେବେ ଚାଳନ୍ତୁ ଜାଣିବା କେଉଁ ସବୁ ବଡ ପରିବର୍ତ୍ତନର ସାମ୍ନା କରିବାକୁ ପଡିବ ଏହି ଜୁଲାଇ ମାସର ୧ ତାରିଖରୁ । ଏଲପିଜି ଗ୍ୟାସ- ସବୁ ମାସର ୧ ତାରିଖରେ ସବୁ ଗ୍ୟାସ କମ୍ପାନୀମାନେ ନିଜର ଗ୍ୟାସର ମୂଲ୍ୟରେ କିଛି ନା କିଛି ପରିବର୍ତ୍ତନ ଅବଶ୍ୟ କରିଥାନ୍ତି ।

ଏମିତିରେ ଜୁଲାଇ ୧ରେ ବି ଗ୍ୟାସ କମ୍ପାନୀମାନେ ନିଜର ଗ୍ୟାସର ମୂଲ୍ୟ ପୁଣିଥରେ ଧାର୍ଯ୍ୟ କରିବେ । ଏମିତିରେ ଜୁଲାଇ ୧ ରୁ ଗ୍ୟାସର ମୂଲ୍ୟ ବଢିପାରେ ନଚେତ କମିପାରେ । କିନ୍ତୁ ଏହାର ପ୍ରଭାବ ସିଧାସଳଖ ସାଧାରାଣ ଜନତାଙ୍କ ପକେଟ ଉପରେ ହିଁ ପଡିବ ।

ଇନକମ ରିଟର୍ନ

ସେହିଭଳି ଜୁନ ୩୦ ସୁଧା ଯଦି ଆପଣ ନିଜର ଇନକମ ଟ୍ୟାକ୍ସ ରିଟର୍ନ ଫାଇଲ କରି ନାହାନ୍ତି ତେବେ ଜୁଲାଇ ୧ ତାରିଖରୁ ଏଥିପାଇଁ ଆପଣଙ୍କୁ ଦୁଇ ଗୁଣା ଟିଡ଼ିଏସ ଦେବାକୁ ପଡିବ । କାରଣ ଇନକମ ଟ୍ୟାକ୍ସ ରିଟର୍ନ ଫାଇଲ କରିବା ପାଇଁ ସରକାର ଜନତାଙ୍କୁ ଦୁଇ ଦୁଇ ଥର ଚାନ୍ସ ଦେଇସାରିଛନ୍ତି ।

ଏସବିଆଇର ନୂଆ ନିୟମ

ଦେଶର ସବୁଠୁ ବଡ ବ୍ୟାଙ୍କ ଏସବିଆଇ ସବୁବେଳେ ନିଜର କୌଣସି ନା କୌଣସି ନିୟମରେ ପରିବର୍ତ୍ତନ ଆଣିଥାଏ । ପୁଣି ଥରେ ଏସବିଆଇ ଜୁଲାଇ ୧ ରୁ କିଛି ନୂଆ ନିୟମ ଲାଗୁ କରିବାକୁ ଯାଉଛି । ଏହି ନିୟମରେ ବର୍ତ୍ତମାନ ଟଙ୍କା ଉଠାଣ ପୂର୍ବ ଅପେକ୍ଷା ଆହୁରି ମହଙ୍ଗା ହେବ । ଜୁଲାଇ ୧ ରୁ ବେସିକ ସେଭିଙ୍ଗ ବ୍ୟାଙ୍କ ଡିପୋଜିଟ ଖାତାଧାରିମାନେ ମାସକୁ କେବଳ ୪ ଥର ମାଗଣାରେ ନିଜ ଖାତାରୁ ଟଙ୍କା ଉଠାଇ ପାରିବେ । ଏହା ଠାରୁ ଅଧିକ ଥର ଯଦି ଆପଣ ଟଙ୍କା ଉଠାଉଛନ୍ତି ତେବେ ସେମାନଙ୍କୁ ଏକ୍ସଟ୍ରା ଚାର୍ଜ ଦେବାକୁ ପଡିବ । ୪ ଥରରୁ ଅଧିକ ଥର ହେଲେ ପ୍ରତି ଟ୍ରାନ୍ଜାକ୍ଶନ ପାଇଁ ୧୫ ଟଙ୍କା ଓ ଜିଏସଟି ଦେବାକୁ ପଡିବ ।

ଚେକ ବ୍ୟବହାର ଉପରେ ଲାଗୁ ହେବ ନୂଆ ନିୟମ

ଜୁଲାଇ ମାସରୁ ଏସବିଆଇ ଗ୍ରାହକମାନଙ୍କ ପାଇଁ ଚେକ ମାଧ୍ୟମରେ ଟଙ୍କା ଉଠାଣ ମହଙ୍ଗା ପ୍ରମାଣିତ ହେବ । କାରଣ ବର୍ତ୍ତମାନ ୧୦ ଟି ଚେକ ପରେ ଯଦି ଅଧିକ ଚେକ ଦରକାର ତେବେ ଗ୍ରାହକଙ୍କୁ ଅଧିକ ଚାର୍ଜ ଦେବାକୁ ପଡିବ । ୧୦ ଟି ଚେକ ପାଇଁ ୪୦ ଟଙ୍କା ଓ ଜିଏସଟି ଏବଂ ୨୫ ଟି ଚେକ ପାଇଁ ୭୫ ଟଙ୍କା ଓ ଜିଏସଟି ଦେବାକୁ ପଡିବ । କିନ୍ତୁ ବରିଷ୍ଠ ନାଗରିକମାନଙ୍କ ପାଇଁ ଏହି ନିୟମ ଲାଗୁ ନୁହେଁ ।

ସିଣ୍ଡିକେଟ ବ୍ୟାଙ୍କ

ଜୁଲାଇ ମାସରୁ ସିଣ୍ଡିକେଟ ବ୍ୟାଙ୍କର ଆଇଏଫଏସସି କୋଡ ବଦଳିବାକୁ ଯାଉଛି । ଏମିତିରେ ସିଣ୍ଡିକେଟ ବ୍ୟାଙ୍କ ସମସ୍ତ ଗ୍ରାହକମାନଙ୍କୁ ତୁରନ୍ତ ନିଜ ନିଜ ଖାତାକୁ ଅପଡେଟ କରାଇବା ପାଇଁ କହିଛି । ଏହା ପଛର ମୁଖ୍ୟ କାରଣ ହେଉଛି ସିଣ୍ଡିକେଟ ବ୍ୟାଙ୍କ କାନାରା ବ୍ୟାଙ୍କ ସହ ମର୍ଜ ହୋଇ ସାରିଛି । ଏହା ସତ୍ବେ ବି କେତେକ ଗ୍ରାହକମାନେ ନିଜର ପୁରୁଣା ପାସବୁକକୁ ବ୍ୟବହାର କରୁଛନ୍ତି । କିନ୍ତୁ ଜୁଲାଇ ୧ ରୁ ବ୍ୟାଙ୍କ ନିଷ୍ପତି ନେଇଛି କି ବର୍ତ୍ତମାନ ସିଣ୍ଡିକେଟ ବ୍ୟାଙ୍କର ସବୁ ଗ୍ରାହକମାନେ ନିଜର ଖାତା ଅପଡେଟ କରିବାକୁ ବାଧ୍ୟ ଅଟନ୍ତି ।

Leave a Reply

Your email address will not be published. Required fields are marked *