ଏହିଭଳି କରନ୍ତୁ ଅଳତାର ବ୍ୟବହାର, ଘରେ ହେବ ପ୍ରବଳ ଧନର ବର୍ଷା- Ajira Anuchinta

ଅଳତା ମହିଳାଙ୍କ ଜିବନ ବହୁତ ମହତ୍ତ୍ୱପୂର୍ଣ୍ଣ ସୀଙ୍ଗାର ହୋଇଥାଏ, ତେବେ ବିବାହିତ ମହିଳାଙ୍କ ପାଇଁ ଏହା ବହୁତ ଆବଶ୍ୟକ କିନ୍ତୁ ଆଜିକା ସମୟରେ ଲୋକେ ପୁରୁଣା ସଂସ୍କୃତିକୁ ଭୁଲି ଯାଉଛନ୍ତି ଯାହା ଦ୍ଵାରା ବହୁତ ସଂସ୍କାର ଏବେ ଲୁପ୍ତ ହବାକୁ ଲାଗିଚି । ଅଳତା ମହିଳାଙ୍କ ପାଇଁ ଆବଶ୍ୟକ କାହିଁକି ନା ଅଳତା ମାତା ଲକ୍ଷ୍ମୀଙ୍କୁ ବହୁତ ପ୍ରିୟ ହୋଇଥାଏ ଆଉ ଅଳତା ଘରର ବହୁ ବା ଗୃହ ଲକ୍ଷ୍ମୀଙ୍କୁ ଲଗାଇବା ଉଚିତ ବୋଲି ଶାସ୍ତ୍ରରେ ମଧ୍ୟ କୁହା ଯାଇଛି । ଏବେ ବି ଗାଁ ମାନଙ୍କରେ ଆପଣ ଦେଖିବାକୁ ପାଇବେ ଜେ ଘର ର ବହୁ ହେଉ ବା ଶାଶୂ ସମସ୍ତଙ୍କ ପାଦରେ ଅଳତା ଲାଗିଥିବ ।

କିନ୍ତୁ ସହରରେ ଲୋକେ ଏତେ ମାନନ୍ତି ନାହିଁ ଆଉ କିଛି ପର୍ବ ପର୍ବାଣୀ ହେଲେ ଯାଇ ଅଳତା ଲଗାଇଥାନ୍ତି । ଶାସ୍ତ୍ର ଅନୁଯାଇ ଯେଉଁ ଘର ର ଗୃହ ଲକ୍ଷ୍ମୀ ସକାଳେ ଉଠି ନିଜ ନିତ୍ୟକର୍ମ ସମାପ୍ତ କରି ସଜ୍ ହୋଇ ଠାକୁର ପୂଜା କରି ନିଜ ଘରର ବଡ ସ୍ତ୍ରୀ ମାନଙ୍କୁ ଅଳତା ଲଗାଇ ତାଙ୍କ ଠାରୁ ଆଶୀର୍ବାଦ ନିଅନ୍ତି ତାଙ୍କ ଘରେ କେବେ ଆସନ୍ତି ହୋଇନଥାଏ ଆଉ ତାଙ୍କ ଘରେ ନିଜେ ମାତା ଲକ୍ଷ୍ମୀ ବାସ କରନ୍ତି ।

ବିବାହ ପରେ ସବୁ ଝିଅଙ୍କୁ ନିଜ ଶାଶୂ ଘର ଲୋକଙ୍କ ସହ ପ୍ରେମ ଭାବନା ସହ ରହିବା ଉଚିତ କାହିଁକି ନା ବିବାହ ପରେ ସେହି ଘର ତା ନିଜର ହୋଇଥାଏ ଆଉ ସେ ଘରର ସେ ଗୃହ ଲକ୍ଷ୍ମୀ ହୋଇଥାନ୍ତି ଆଉ ଯଦି ଘର ଲକ୍ଷ୍ମୀ ଘରକୁ ଆସନ୍ତି ଆଣିଥାଏ ତେବେ ସେହି ଘର ବର୍ବାଦ ହୋଇଥାଏ ।

ଅଳତା ଲଗାଇବା ସମୟରେ ମହିଳାଙ୍କୁ କିଛି କଥା ଉପରେ ବିଶେଷ ଧ୍ୟାନ ଦବା ଆବଶ୍ୟକ ଅଟେ ଯେମିତିକି ଦକ୍ଷିଣ ଦିଗରେ ମୁଖ କରି ଅଳତା ଲଗାଇବା ଜମା ବି ଉଚିତ ନୁହେଁ ଆପଣ ଭୁଲରେ ବି ଏହି ଭଳି ଭୁଲ କରନ୍ତୁ ନାହିଁ । ଏହା ଛଡ଼ା ଦୁଆର ବନ୍ଧ ଉପରେ ବସି ଅଳତା ଲଗାଇବା ଉଚିତ ନୂହଁ ଘର ଭିତରେ ଲଗାନ୍ତୁ ନଚେତ୍ ବାହାରେ ବସି ଲଗାନ୍ତୁ କିନ୍ତୁ ବନ୍ଧ ଉପରେ ନୁହଁ ।

ଅଳତା ଲଗାଇବା ଦ୍ୱାରା ଆପଣଙ୍କ ପାଦକୁ ପାଣି ଖାଇ ନଥାଏ ଆଉ ଆପଣଙ୍କ ପାଦ ଜଡ଼ିତ ସମସ୍ୟା ବା ହୋଇଠୀ ଫାଟିବା ଭଳି ସମସ୍ୟାରୁ ଆପଣଙ୍କୁ ମୁକ୍ତି ମିଳିଥାଏ । ତେବେ ବିବାହିତା ମହିଳାଙ୍କୁ ସବୁବେଳେ ଅଳତା ଆଉ ୧୬ ସୀଙ୍ଗାର କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ଘରକୁ ମାତା ଲକ୍ଷ୍ମୀଙ୍କ ଆଗମନ ହୋଇଥାଏ ଆଉ ଆପଣଙ୍କ ଘରେ ସୁଖ ଶାନ୍ତି ବାସ କରିଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *