ଏହି ଗୋଟେ ଘରୋଇ ଫେସ୍ ପ୍ୟାକ୍ ଆପଣଙ୍କ ତ୍ଵଚାକୁ କରିଦେବ ସୁନ୍ଦର – ଏବେ ହିଁ ଜାଣି ନିଅନ୍ତୁ

ଆଳୁ ଏକ ଏଭଳି ପରିବା ଯାହା ସମସ୍ତଙ୍କର ଅତି  ପ୍ରିୟ ଅଟେ, ଯାହା ବିନା କୌଣସି ତରକାରୀ ପ୍ରସ୍ତୁତ କଲେ ବି ସେଥିରେ ସେତିକି ସ୍ଵାଦ ଆସେ ନାହିଁ ଯେତିକି ସେଥିରେ ଆଳୁ ପକାଇଲେ ଆସିଥାଏ ।  ଆମେ ସବୁଦିନ ଖାଦ୍ୟରେ ଆଳୁ ବେବହାର କରିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହି ଆଳୁ ବ୍ୟବହାର କରି ଆମେ ଆମ ତ୍ୱଚା କୁ ସୁନ୍ଦର ଓ ଦାଗ ମୁକ୍ତ କରିପାରିବା । ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ବିଷୟରେ କହିବୁ , ଚାଲନ୍ତୁ ଜାଣିବା କେମିତି ଆମେ ଆଳୁ ବ୍ୟବହାର କରି ଆମ ତ୍ଵଚାକୁ ସୁନ୍ଦର କରି ପାରିବା ।

1. ଆଳୁ ଏବଂ ଖୀରରେ ଫେସ୍ପପ୍ୟାକ୍

ତିଆରି କରିବା ପାଇଁ ଆଳୁକୁ ପ୍ରଥମେ ଚୋପା ଛଡାଇ ତାର ରସ ବାହାର କରି ଦିଅନ୍ତୁ । ତାପରେ ସେଥିରେ କଞ୍ଚା କ୍ଷୀର ପକାଇ ତୁଳା ସାହାଯ୍ୟରେ ମୁହଁରେ ଲଗାନ୍ତୁ, 20 ମିନିଟ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ ।

2. ଆଳୁ ଓ ମୂଳତାନି ମାଟିର ଫେସ୍ପପ୍ୟାକ୍

ହଳଦୀ ଭଳି ମୂଳତାନି ମାଟି ମଧ୍ୟ ଆମ ତ୍ୱଚା କୁ ଉଜ୍ଵଳ ଦେବାରେ ସାହାଯ୍ୟ କରେ । ଆଳୁ ପେଷ୍ଟ କରି ସେଥିରେ ମୂଲତାନି ମାଟି ଓ ଦୁଇ ତିନି ଚାମଚ ଗୋଲାପ ଜଳ ପକାଇ ମିଶାଇ ଦିଅନ୍ତୁ । ଏହି ପ୍ୟାକକୁ ମୁହଁରେ ୩୦ ମିନିଟ ଯାଏ ରଖନ୍ତୁ । ତା ପରେ ମୁହଁ ଧୋଇ ସାରିବା ପରେ ଆପଣ ନିଜେ ହିଁ ମୁହଁରେ ଫରକ ଅନୁଭବ କରିପାରିବେ । ଏହା ଆପଣ କେବଳ ମୁହଁରେ ନୁହ ବେକ ହାତ ଇତ୍ୟାଦିରେ ମଧ୍ୟ ଲଗାଇ ପାରିବେ ।

3. ଆଳୁ ଏବଂ ଅଣ୍ଡାର ଫେସ୍ପପ୍ୟାକ୍

ଆଳୁ ଫେସ୍ପପ୍ୟାକ୍ ତିଆରି କରିବା ପାଇଁ ଆଳୁର ରସକୁ ବାହାର କରି ଦିଅନ୍ତୁ । ତାପରେ ସେଥିରେ ଅଣ୍ଡାର ଧଳା ଅଂଶକୁ ବାହାର କରି ଭଲ ଭାବରେ ମିଶାଇ ଦିଅନ୍ତୁ। ଏହା ପରେ ସେହି ଫେସ୍ପପ୍ୟାକ୍ କୁ ମୁହଁରେ ଲଗାନ୍ତୁ 20 ମିନିଟ ରଖନ୍ତୁ । ତାପରେ ମୁହଁ ଧୋଇ ଦିଅନ୍ତୁ । ଆପଣଙ୍କ ତ୍ୱଚା ଉଁଜ୍ଵଳଦେଖା ଯିବ ।

4. ଆଳୁ ଏବଂ କଦଳି ଫେସ୍ପପ୍ୟାକ୍

କଦଳି କାହିଁ କେତେ ଯୁଗରୁ ମୁହଁର ସୁନ୍ଦରତା ବଢାଇବା ପାଇଁ ବ୍ୟବହାର ହୋଇ ଆସୁଛି । ଏବଂ ଆଳୁ କଦଳି ଫେସ୍ପପ୍ୟାକ୍ ତିଆରି କରିବା ପାଇଁ ଆପଣ ଗୋଟେ ଖଣ୍ଡ ଆଳୁକୁ ଚୋପା ଛଡାଇ ତାକୁ ନଡିଆ କରା ଭଳି କୋରି ଦିଅନ୍ତୁ । ତା ପରେ ସେଥିରେ ଚିମୁଟେ ହଳଦୀ ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ । ଏହାକୁ ଆପଣ ମୁହଁରେ ଲଗାଇ ଅଧା ଘଣ୍ଟା ରଖିଲା ପରେ ମୁହଁ ଧୋଇ ଦିଅନ୍ତୁ । ଆପଣଙ୍କ ମୁହଁ ଉଜ୍ଵଲ ଦିଶିବା ସହ ସପ୍ତାହରେ ଦୁଇ କିମ୍ବା ତିନିଥର ଲଗାଇଲେ ଦାଗ ମଧ୍ୟ ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *