ଆମେରିକାରେ ଟ୍ରମ୍ଫଙ୍କ ପରାଜୟ ପାଇଁ ଦାୟୀ ନେହେରୁ! ପଢନ୍ତୁ ସମ୍ପୁର୍ଣ୍ଣ ଖବର

ଆମେରିକାରର ରାଷ୍ଟ୍ରପତି ନିର୍ବାଚନକୁ ନେଇ ଆମେରିକାରେ ଯେତିକି ଖୁସି ଥିଲେ ତାଠୁ ଅଧିକ ଖୁସି ଥିଲେ ଭାରତୀୟ ମାନେ । ଏହାର ମୁଖ୍ୟ କାରଣ ଥିଲା ଭାରତର ବଂଶଜ କମଳା ହାରିସ ସେଠାର ଉପରାଷ୍ଟ୍ରପତି ଭାବେ ନିର୍ବାଚନ ଲଢିବା ।

ନିର୍ବାଚନ ସରିଲା ଓ ଫଳା ଫଳ ବାହାରିଲା, ଏହି ଫଳାଫଳ ଆସିବା ପରେ ଜଣା ପଡିଲାକି ଡେମୋକ୍ରାଟିକ ପାର୍ଟିର ଜୋ- ବାଇଡେନ ଆମେରିକାର ୪୬ ତମ ରାଷ୍ଟ୍ରପତି ଭାବେ ହେଲେ । ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ଡୋନାଲ୍ଡ ଟ୍ରମ୍ଫକୁ ହରାଇଲେ ।

Image Courtesy: Google

ସୋସିଆଲ ମିଡିଆରେ ଗୋଟେ ଟ୍ରେଣ୍ଡ ଚାଲିଛିକି ଟ୍ରମ୍ଫ ହାରିବା ପଛରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ ଜବାହରଲାଲ ନେହେରୁ ଦାୟୀ ଅଟନ୍ତି । ହେଲେ ନେହେରୁତ ଇବିଇ ନାହାନ୍ତି ସେ କେମିତି ଦାୟୀ ହେଲେ । ସେ କଣ ସ୍ଵର୍ଗରେ ଥାଇ ଆମେରିକାର ଭୋଟରଙ୍କୁ କହିଲେକି  ଡୋନାଲ୍ଡଙ୍କ ବିରୋଧରେ ଓ ବାଇଡେନଙ୍କ ସପକ୍ଷରେ ଯିବା ପାଇଁ ଓ ଭୋଟ ଦେବା ପାଇଁ । ତେବେ ଏହା କେମିତି ସମ୍ବଭ,  କିନ୍ତୁ ସେ କିଛି କରିଯାଇଥିବା କାମ ପାଇଁ ଆଜି ଟ୍ରମ୍ଫକୁ ହାରିବାକୁ ପଡିଲା । ଏହା ପୂର୍ବରୁ ଭାରତରେ ୨୦୧୯ ଠାରୁ କେନ୍ଦ୍ର ଶାସନ କ୍ଷମତାରେ ଥିବା ଏନଡିଏ ସରକାର ବିଭିନ୍ନ ପ୍ରସଙ୍ଗରେ ହାରିବା ପରେ, ସେହି ହାରିବା ପାଇଁ ନେହେରୁଙ୍କୁ ଦାୟୀ କରିଛନ୍ତି ।

Image Courtesy: Google

ସେତେବେଳେ ବିରୋଧୀ ମାନେ ଆଲୋଚନା କରିଥାନ୍ତିକି ସରକାର ନୀହା ଦୋଷ ଛଡାଇବା ପାଇଁ ନେହେରଙ୍କୁ ଦାୟୀ କରୁଛନ୍ତି । ଏବେ ଟ୍ରମ୍ଫ ହାରିବା ପଛରେ ନେହେରୁଙ୍କ ହାତ ଅଛି ବୋଲି ସୋସିଆଲ ମିଡିଆରେ ଟ୍ରେଣ୍ଡ ଚାଲିଛି । ଏହିଭଳି ଗୋଟେ କଥାକୁ ଧରି ଟ୍ବିଟର ବ୍ୟବହାରକାରୀ ସାମନାକୁ ଆସିଛନ୍ତି ତାହା ଅତ୍ୟନ୍ତ ମଜାଦାର ଓ ରୋଚକ ଅଟେ । ନେହେରୁ ଯେତେବେବଳେ ଭାରତର ପ୍ରଧାନ ମନ୍ତ୍ରୀ ଥିଲେ ସେତେବେଳେ ତାଙ୍କର ଯୁଗ୍ମ ସଚିବ ପିଭି ଗୋପାଳନ । ପିଭି ଗୋପାଳନ ଜଣେ ସାଧାରଣ ଭାବେ ବଞ୍ଚୁଥିବା ମଣିଷ ଥିଲେ । ତାଙ୍କ ୪ ଟି ପିଲା ଥିଲେ ସେମାନଙ୍କ ମଧ୍ୟରୁ ତାଙ୍କ ବଡ ଝିଅ ଥିଲେ ଶ୍ୟାମଳା ଗୋପଳନ । ସେ ବହୁତ ମେଧାବୀ ଓ ବିଦେଶରେ ପାଠ ପଢିବାକୁ ଚାହୁଁଥିଲେ ।

Image Courtesy: Google

ନେହେରୁ ଏହି କଥା ଜାଣିବା ପରେ ତାଙ୍କୁ ବିଦେଶରେ ପାଠ ପଢିବାକୁ ଆମେରିକା ପଠାଇଥିଲେ । ଶ୍ୟାମଳ ସେଠାରେ ଡୋନାଲ୍ଡ ହାରିଶଙ୍କୁ ବିବାହ କାରୀ ସେଠାର ସ୍ଥାଇ ବାସିନ୍ଦା ହୋଇଥିଲେ । ବିବାହ ପରେ ଶ୍ୟାମଳା ଗୋପାଳନରୁ ଶ୍ୟାମଳା ହାରିଶ ହୋଇଥିଲେ । ଏହି ଶ୍ୟାମଳା ହାରିସ ଝିଅ ହେଉଛନ୍ତି କମଳା ହାରିସ । କମଳା ଡେମୋକ୍ରାଟିକ ପାର୍ଟି ତରଫରୁ ଉପରାଷ୍ଟ୍ରପତି ପାର୍ଥୀ ହେବା ପରେ ଆମେରିକାର ରହୁଥିବା ସବୁ ଭାରତୀୟ ମାନେ ତାଙ୍କୁ ବହୁତ ସମର୍ଥନ କରୁଥିଲେ । କମଳା ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପାର୍ଥୀ ହେବା ପରେ ସେହି ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ହୋଇଥିଲେ ଜୋ ବାଇଡେନ ।

Image Courtesy: Google

ତେଣୁ କମଳାଙ୍କ ସପକ୍ଷରେ ଥିବା ଭାରତୀୟ ସେମାନେ ଜୋ ବାଇଡେନ ସପକ୍ଷରେ ଗଲେ ବୋଲି ଅନୁମାନ କରାଯାଇଛି । ଶେଥି ପାଇଁ ଏହି କଥାକୁ ଧରି ଟ୍ରମ୍ଫଙ୍କ ପରାଜୟରେ ନେହେରୁଙ୍କ ହାତ ବୋଲି କହୁଛନ୍ତି । ଯଦି ନେହେରୁ ଶ୍ୟାମଳାଙ୍କୁ ପାଠ ପଢିବାକୁ ଆମେରିକା ପଠାଇ ନଥାନ୍ତେ ତାହେଲେ କମଳା ଉପରାଷ୍ଟ୍ରପତି ପାର୍ଥୀ ଭାବେ ଜୋ ବାଇଡେନଙ୍କ ସହ ମିଶି ଆଜି ଟ୍ରମ୍ଫକୁ ହରାଇ ନଥାନ୍ତେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *