‘ମିଡିଆ ମୋ ପରିସ୍ଥିତି ମଜା ନଉଛି, ଭଗବାନ କରନ୍ତୁ ସେମାନେ ବି…’ ଭାଇରାଲ ହେଉଛି Anubhavଙ୍କ Live ଭିଡିଓ, ପ୍ରଥମ ଥର ନିଜ ମନକଥା କହି କାନ୍ଦିଲେ Anubhab Mohanty, ସେ କଣ କହିଲେ ଦେଖନ୍ତୁ ଏହି Video

ବନ୍ଧୁଗଣ ଓଲିଉଡ ସୁପରଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଲାଇଭ ଆସି କିଛି ଏମିତି କହିଛନ୍ତି ଯାହାକୁ ଶୁଣିଲେ ଲାଗୁଛି ସେ ମିଡିଆ ବିଷୟରେ କିଛି କହୁଛନ୍ତି । ଅନୁଭବ କହୁଛନ୍ତି ଦୀର୍ଘ ୧୪ ବର୍ଷ ହେବ ସେ ଯେଉଁ ଦୁଖ ଭୋଗ କରୁଛନ୍ତି ତାହାର ମାଯା ନେଉଛନ୍ତି ଗଣ ମାଧ୍ୟମ । ଗଣ ମାଧ୍ୟମର ଭାଇ ଭଉଣୀମାନେ ଯେଉଁ ନିୟୁଜ କାଭର କରୁଛନ୍ତି ତାହାର ଖୁବ ମଜା ନେଉଛନ୍ତି । ଏହା ସହ ଆଉ ସହ ସହ ଲୋକଙ୍କୁ ମଧ୍ୟ ଗଣ ମାଧ୍ୟମ ମଜା ନେଉଛି ।

ଅନୁଭବ କହିଛନ୍ତି ସେ ତାଙ୍କର ସମସ୍ତଙ୍କର ଖରାପ କେବେ ଭାବି ନାହାନ୍ତି କିନ୍ତୁ ଗଣ ମାଧ୍ୟମକୁ କହିଛନ୍ତି କି ତାଙ୍କର ମଧ୍ୟ ଏହା ଠାରୁ ଖରାପ ସ୍ଥିତି ହେଉ ବା ତାଙ୍କର କୌଣସି ପ୍ରିୟଜଙ୍କର ହେଉ । ମଣିଷ ଯାହା ଭାବି ନ ଥାଏ ତାହା ବେଳେବେଳେ କରିବାକୁ ପଡିଥାଏ ବା ମଣିଷ ଯାହା କରିବାକୁ ଭାବିଥାଏ ତାହା କରିବାକୁ ମୌକା ମିଳେ ନାହି ବୋଲି ଅନୁଭବ କହିଛନ୍ତି । ସେ ମଧ୍ୟମ ବର୍ଗର ଅରିବାର ପିଲା ଓ ଜଏଣ୍ଟ ପରିବାରର ସଦସ୍ଯ ଅଟନ୍ତି । ସେ ସବୁବେଳେ ଚେଷ୍ଟା କରିଛନ୍ତି ସମସ୍ତଙ୍କୁ ଭଲ ପାଇବା ଓ ସମାନ ଦେବା ପାଇଁ ।

ସେ ତାଙ୍କର ଅଭିଭାବଙ୍କର ସବୁ ସ୍ଵପ୍ନ ପୁରା କରିବାକୁ ସକ୍ଷମ ହୋଇଥିଲେ ମଧ୍ୟ ଗୋଟିଏ ଜିନିଷରେ ଭୁଲ କରିଛନ୍ତି ତାହା ହେଉଛି ତାଙ୍କ ଜୀବନରେ ଜୀବନ ସାଥି ଭାବିବାରେ । ସେ କାହାକୁ ନିନ୍ଦା କରୁ ନାହାନ୍ତି କି କାହାକୁ ବିରୋଧ କରୁଛନ୍ତି । ସେ ଏଭଳି କିଛି ନ କରିବାକୁ ଏହି ଭିଡିଓରେ ଅନୁରୋଧ କରିଛନ୍ତି । କଷ୍ଟ ଯେ ଯାଏଁ ସହିହୁଏ ସେବେ ଯାଏଁ ଠିକ ଅଛି କିନ୍ତୁ କଷ୍ଟ ଯେବେ ଅସହନୀୟ ଠାରୁ ଅଧିକ ବଢିଯାଏ ତେବେ ମଣିଷ ପାଖରେ କିଛି ବଞ୍ଚି ନ ଥାଏ ବୋଲି ଅନୁଭବ କହିଛନ୍ତି । ତାଙ୍କ ବାପା ଅନ୍ୟାୟ ବାଟରେ ଯାଇ କେବେ ସଫଳ ହୋଇ ନାହାନ୍ତି ।

ବରଂ ସେ ତ୍ୟାଗ କରି ତାଙ୍କୁ ଓ ତାଙ୍କ ସାନ ଭାଇକୁ ମଣିଷ କରିଛନ୍ତି । ତାଙ୍କ ମା ସୁନା ଗହଣା ବନ୍ଧା ପକାଇ ସେମାନଙ୍କୁ ମଣିଷ କରିଛନ୍ତି । ୨୦୦୮ରେ ସେ ଜଣଙ୍କୁ ଭଲ ପାଇଥିଲେ ନିଜ ଜୀବନ ଠାରୁ ଯାହାକୁ ସେ ନିଜ ଜୀବନସାଥି ରୂପେ ଚୟନ କରିଥିଲେ ।

ଏତେ ମାତ୍ରାରେ ଜଣଙ୍କୁ ଭଲ ପାଇ କୋର୍ଟ କଚେରୀ ଦୌଡିବାକୁ ପଡିବ ବୋଲି ସେ କେବେ ଭାବିନ ଥିଲେ । ଭଲ ପାଇ ମଣିଷ ଖୁସିରେ ରୁହେ କିନ୍ତୁ କିଏ କେବେ କୋର୍ଟ କଚେରୀ ଦୌଡିଥାଏ ତାହା ପ୍ରଶ୍ନ କରିଛନ୍ତି ଅନୁଭବ । ଗଣ ମାଧ୍ୟମ ଯାହା ଦେଖାଉଛି ତାହା ଏବେ ସାରା ଦୁନିଆ ଦେଖୁଛି ।

ଦୀର୍ଘ ୧୪ ବର୍ଷ ହେବ ସେ ଯାହା ଭୋଗୁଛନ୍ତି ତାହା ଗଣ ମାଧ୍ୟମ କେବେ ଇମାଜିନ କରିପାରିବେ ନାହି । ଭଗବାନ ଅଛନ୍ତି ତାଙ୍କ ପ୍ରତି ହେଉଥିବା ଅନ୍ୟାୟର ନିଶ୍ଚିନ୍ତ ଭାବେ ନ୍ୟାୟ ମିଳିବ ବୋଲି ଅନୁଭବ କହିଛନ୍ତି । ଯଦି ଦର୍ଶକମାନଙ୍କର ଅନୁମତି ମିଳେ ତେବେ ସେ ଆଗକୁ ଏମିତି ଭିଡିଓ କରି ସତ କଣ କହିବେ ।

କାରଣ ସେ ଜାଣିସାରିଲେଣି ନ୍ୟାୟର ପେକ୍ଷା କରିବା ବଦଳରେ ମୃତ୍ୟୁକୁ ଆପଣେଇ ନେବା କିନ୍ତୁ ସେ ଏମିତି କିଛି କରିବେ ନାହି । କାରଣ ସେ ତାଙ୍କର ପରିବାର ଓ ଫ୍ୟାନ୍ସମାନଙ୍କ ପାଇଁ ବଞ୍ଚିବାକୁ ଚାହୁଞ୍ଚନ୍ତି । ବନ୍ଧୁଗଣ ଆପଣଙ୍କର ଅନୁଭବଙ୍କର ଏଭଳି ଭିଡିଓ ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *