Anubhabଙ୍କ ଭାଷଣ ଶୁଣି ବିରୋଧୀ ହେଲେ ଆବକ, ଦେଖନ୍ତୁ କଣ କହୁଛନ୍ତି ସାଂସଦ ଅନୁଭବ

ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରି ର ଦିଗଜ ତଥା ଲୋକପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କୁ ବେସ ଭଲ ଭାବେ ଜାଣିଥିବେ । ସେ ଗତ କିଛି ଦିନ ହେବ ପାରିବାରିକ ବିବାଦ ପାଇଁ ଚର୍ଚ୍ଚା ରେ ଥିବା ବେଳେ ନିଜର ରାଜନୈତିକ କ୍ଯାରିୟର କୁ ନେଇ ମଧ୍ୟ ବିବାଦରେ ଆଉ ଚର୍ଚ୍ଚା ରେ ରହିଛନ୍ତି । ତେବେ ବିଜେଡି ସାଂସଦ ଅନୁଭବ ମହାନ୍ତି । ଲୋକସଭାରେ ଓଡିଆରେ ଭାଷଣ ଦେଇ ନିଜ ଅଧିକାର ପାଇଁ ସ୍ଵର ଉଠାଇଲେ ।

ପ୍ରତିନିଧିତ୍ଵ କରୁଥିବା କେନ୍ଦ୍ରାପଡା ପାଇଁ ଚିନ୍ତା ପ୍ରକଟ କରିଲେ । ଯେଉଁ ମାନେ ଅନୁଭବ ମହାନ୍ତିଙ୍କୁ ନେଇ ତାଶ୍ଚଲ୍ୟ କରୁଥିଲେ ସେମାନଙ୍କୁ ମୁହଁ ରେ ଅନୁଭବ ମହାନ୍ତି ଏକ ଶକ୍ତ ଚାପୁଡା ମରିଛନ୍ତି । ସେ ଦେଖେଇ ଦେଇଛନ୍ତି ଫିଲ୍ମ ତାଙ୍କ ପାଇଁ ପ୍ୟାସନ ହୋଇଥିବା ବେଳେ ଲୋକ ମାନଙ୍କର ଅବଶ୍ୟକତା କୁ ପୂରଣ କରିବା ହେଉଛି ତାଙ୍କ ପାଇଁ ପ୍ରଥମ କର୍ତ୍ତବ୍ୟ ।

ସେ ଫିଲ୍ମ କରିବା ପାଇଁ ଯେତେ ଯୁଆଡେ ବାହାରକୁ ଗଲେ ବି ଠିକ ସମୟରେ ଲୋକଙ୍କ ପାଖକୁ ଆସି ଛିଡା ହୋଇଛନ୍ତି । ଅନୁଭବ ମହାନ୍ତି ଙ୍କ ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡା ପାଇଁ ଆଜି ଯାଏଁ ପ୍ୟାସେଞ୍ଜର ଟ୍ରେନର ବ୍ୟବସ୍ଥା ହୋଇ ପାରିଲା ନାହି । ଅନେକ ଥର କେନ୍ଦ୍ର ସରକାର ଙ୍କୁ ଏ ନେଇ ଅନୁଭବ ମହାନ୍ତି ନିଜେ ଚିଠି ଲେଖିଛନ୍ତି ।

କିନ୍ତୁ କୌଣସି ଚିଠି ର ଏ ଯାଏଁ ଉତ୍ତର ପାଇ ପାରିଲା ନାହି ବୋଲି କହିଛନ୍ତି ସାଂସଦ ଅନୁଭବ ମହାନ୍ତି । ଯାହା ପାଇଁ ଟ୍ରେନ ର ସୁବିଧା ନ ଥିବାରୁ କେନ୍ଦ୍ରାପଡା ବାସୀ ବହୁତ ଅସୁବିଧାର ସମୁଖିନ୍ନ ହେଉଛନ୍ତି । ଆଗକୁ ସେ କହିଛନ୍ତି ଦେଶ ସ୍ଵାଧୀନ ହେବା ପର ଠାରୁ ମୟୂରଭଞ୍ଜ ଜିଲ୍ଲା ପାଇଁ ଗୋଟେ କିମି ଯାଏଁ ରେଳ ପ୍ରକଳ୍ପ କାର୍ଯ୍ୟ କାରୀ ହୋଇ ପାରିଲା ନାହି ।

ଗତ ବର୍ଷ ଓ ଚଳିତ ବର୍ଷ 1000 ଟଙ୍କା ମାତ୍ର ରେଳ ପ୍ରକଳ୍ପ ପାଇଁ ମୟୂରଭଞ୍ଜ କୁ ଦିଆ ଯାଇଛି । ଯାହା କି ଭାରତ ପାଇଁ ଉରା ନିନ୍ଦନୀୟ ବୋଲି କହିଛନ୍ତି ଅନୁଭବ ମହାନ୍ତି । ଯଦି ଦେଖିବା ଅନୁଭବ ମାନତି ତାଙ୍କ ପାରିବାରିକ ବିବାଦ କୁ ନେଇ ଚିନ୍ତା ରେ ଥିବା ସତ୍ବେ ଲୋକ ମାନଙ୍କର ହାତ କେବେ ହେଲେ ଛାଡି ନାହାନ୍ତି । ପ୍ରତି ଟି ସମୟରେ ଜନତା ମାନଙ୍କର ପ୍ରକୃତ ଆବଶ୍ୟକତା ପାଇଁ ଲଢେଇ କରିଛନ୍ତି ଅନୁଭବ ।

ତେବେ ଯେଉଁ ମାନେ ଅନୁଭବ ମହାନ୍ତି ଙ୍କୁ ବିରୋଧ କରିଥିଲେ ଏହା ଏକ ଶକ୍ତ ଚାପୁଡା ଭାବେ କାମ କରିବ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *