ଆପଣ ମାନେ ସମସ୍ତେ ଏହି କଥା ବେସ ଭଲ ଭାବରେ ଜାଣିଛନ୍ତି ଯେ ଅନୁଭବ ଓ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ହୋଇଥିଲା କିନ୍ତୁ ବର୍ତମାନ ଦୁହେଁ ଅଲଗା ଅଛନ୍ତି, ତେବେ ଅନୁଭବ ବର୍ଷାଙ୍କୁ ଗୋଟେ ଚିଠି ଲେଖିଛନ୍ତି ଯାହା ଖବର ହାତକୁ ଲାଗିଛି । ଦୁହିଙ୍କ ଦେଖା ଠାରୁ ଆରମ୍ଭ କରି ବିବାହ ପର୍ଯ୍ୟନ୍ତ ସବୁ କଥା ଲେଖିଛନ୍ତି ଅନୁଭବ । ତେବେ ଆସନ୍ତୁ ଜାଣିବା ଅନୁଭବଙ୍କ କଥା ଓ କଣ ଥିଲା ତାଙ୍କ ସମ୍ପର୍କରେ ଅସୁବିଧା ଯାହା ଦ୍ଵାରା ଦୁହେଁ ଅଲଗା ହୋଇଗଲେ ।
ତେବେ ବର୍ଷା ଓ ଅନୁଭବ କଲେଜ ମେଟ ଥିଲେ କିନ୍ତୁ କଲେଜରେ ଦୁହିଙ୍କ ଦେଖା କେବେ ହୋଇ ନଥିଲା ।

ବର୍ଷା ପ୍ରଥମ ଥର ପାଇଁ ହନୁମାନ ଚାଳିଶା ପାଇଁ ଅନୁଭବ ଘରକୁ ଯାଇଥିଲେ । ୨୦୦୬ରେ ଉଭୟ ୨ଟି ସିନେମାରେ କାମ କରିଥିଲେ ଯାହା ସୁପର ହିଟ ହୋଇଥିଲା । ଏହା ପରେ ଦର୍ଶକ ମାନଙ୍କୁ ମଧ୍ୟ ଦୁହିଙ୍କ ଯୋଡି ପସନ୍ଦ ଆସିଥିଲା ଯାହା ପରେ ଦୁହେଁ ଆହୁରି ଚଳଚିତ୍ର ଏକାଠି ବନେଇବାକୁ ଲାଗିଲେ ଓ ସୁପର ହିଟ ହୋଇ ଚାଲିଲା ।

ଅନୁଭବ ନିଜ ଚିଠିରେ ଏହା ଲେଖିଛନ୍ତି ଯେ ୨୦୦୮ରେ ଦୁହେଁ ଗୋଟେ ଫିଲ୍ମରେ ଏକାଠି କାମ କରିଥିଲେ ଯାହା ପରେ ଅନୁଭବକୁ ଏହା ଲାଗିଥିଲା ଯେ ତାଙ୍କୁ ବର୍ଷାଙ୍କ ସହ ପ୍ରେମ ହୋଇଥିଲା । ଏହା ପରେ ଅନୁଭବ ନିଜ ଚିଠିରେ ଏହା ଲେଖିଛନ୍ତି ଯେ ସେ ବର୍ଷାଙ୍କ ସହ କାମ କରିବା ପାଇଁ ଇଛା କରୁଥିଲେ କିନ୍ତୁ ବର୍ଷାଙ୍କ ପରିବାର ଅନୁଭବଙ୍କ ସହ କାମ କରିବାକୁ ବାରଣ କରିଥିଲେ ।

ତେବେ ଏହା ପରେ ଲେଖା ହୋଇଛି ତୁମେ ମୋ ସହ କଥା ହଉନଥିଲ ବୋଲି ମୁଁ ନିଜକୁ ଆଘାତ ଦଉଥିଲି, ମଦ ପିଉଥିଲି ଓ ରକ୍ତରେ ମଧ୍ୟ ତମ ନା ଲେଖିଥିଲି, ତମକୁ ପାଗଳ ଭଳି ପ୍ରେମ କରୁଥିଲି, ‘ନିଜକୁ ଆଘାତ ଦେଇ ତମ ପାଦ ତଳେ ବି ପଡିଥିଲି’ । ତା ପରେ ତମେ ମୋ ପ୍ରେମକୁ ମାନିଥିଲ ଓ ତୁମ ପ୍ରେମ ହିଁ ମଦର ଅନ୍ଧାର ଭିତରୁ ମତେ ବାହାରକୁ ଟାଣି ଆଣିଥିଲା । ମୋ ଘର ଲୋକେ ମଧ୍ୟ ଏହି କଥା ଜାଣି ଖୁସି ହୋଇଥିଲେ ଯେ ମୁଁ ତୁମ ପାଇଁ ମଦ ଛାଡିଥିଲି ।

୮ ଫେବୃଆରୀ ୨୦୧୪ରେ ବିବାହ ହୋଇଥିଲା ବିବାହ ପରେ ତମେ ଶାରୀରିକ ସମ୍ପର୍କ ପାଇଁ ମନା କରିଥିଲ ମୋ ଅପେକ୍ଷା କଲି ବହୁତ ସମୟ ଅପେକ୍ଷା କଲା ପରେ ମୋ ବିଧାନ ସଭା ପାଇଁ ପୁରା ପରିବାର ଦିଲ୍ଲୀ ଆସିଲା କିନ୍ତୁ ତମେ ଆସିଲ ନାହିଁ ତଥାପି ମୁଁ କିଛି କହିଲି ନାହିଁ, ତୁମ ପାଇଁ ମୁ କେତେ କାନ୍ଦିଛି । ତଥାପି ତମେ ମାନିଲ ନାହିଁ, ବାହାଘର ଗୋଟେ ବର୍ଷ ସଋ ଯାଇଥିଲା କିନ୍ତୁ ଆମ ମଝିରେ ଶାରୀରିକ ସମ୍ପର୍କ ହୋଇ ନଥିଲା ।

୨୦୧୫ ଜୁନରେ ଆମେ ଆମେରିକା ଯାଇଥିଲୁ କିନ୍ତୁ ତମେ ଶେଠୀ ମଧ୍ୟ ଶାରୀରିକ ସମ୍ପର୍କ ରଖିଲ ନାହିଁ । ତେବେ ତା ପରେ ମଧ୍ୟ ତମେ ବହୁତ ଖରାପ ବ୍ୟବହାର ମୋ ପରିବାର ଓ ମୋ ସହ କରିଛ ତଥାପି ମୁଁ ତୁମକୁ ବହୁତ ଭଲ ପାଉଥିଲି କିନ୍ତୁ ତମେ ମୋ ପରିବାର ଦୁଃଖରେ କେବେ ସମିଳିତ ହବା ପାଇଁ ଆସିଲ ନାହିଁ, କେବେ ମତେ ବୁଝିବା ପାଇଁ ଚେଷ୍ଟା କଲ ନାହିଁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।