ଆପଣଙ୍କ ସେବାରେ ଅଟୋବାଲା ରବି ଭାଇ… ଦେଖନ୍ତୁ Video କଣ କହୁଛନ୍ତି

ନମସ୍କାର ବନ୍ଧୁଗଣ । ବର୍ତ୍ତମାନର ବଡ ଖବର ହେଉଛି ଆପଣଙ୍କ ଇଚ୍ଛା ମୁତାବକ ଅଟୋରେ ଗଲେ ପଇସା ଦିଅନ୍ତୁ । ଏପରି କହିଛନ୍ତି ରାଜଧାନୀର ଅଟୋ ଚାଳକ ରବି ଭାଇ । ଦୁନିଆରେ ସ୍ଵାର୍ଥପର ଲୋକଙ୍କୁ ଏଭଳି ଶିକ୍ଷା ଦେଉଛନ୍ତି ରବି ଭାଇ । ଯେପରି ଗରିବ ଲୋକଟି ପାଦରେ ଚାଲି ଚାଲି ନ ଯାଉ ସେଥିପାଇଁ ମହତ କାମ କରୁଛନ୍ତି ଅଟୋ ଚାଳକ ରବି ଭାଇ । ରବି ଭାଇ କହିଛନ୍ତି ଯେ ଯଦି ଆପଣଙ୍କ ପାଖରେ ଟଙ୍କା ନାହି ତେବେ ଠିକ ଅଛି ପରେ ଅନ୍ୟ କାହାକୁ ସାହାଜ୍ଯ କରିଦେବେ ମୋ ଟଙ୍କା ମୁଁ ପାଇଯିବି ।

ତାଙ୍କ ହୃଦୟ ବହୁତ ବଡ ହୋଇଥିବାରୁ ସେ ଏପରି କାମ କରି ଗରିବ ମାନଙ୍କର ସାହାରା ହୋଇ ପାରିଛନ୍ତି । ସର୍ବଦା ହସ ହସ ମୁହଁରେ ଏମିତି ସେବା କରିଥିବା ରବି ଭାଇ ଙ୍କ ଜୀବନର ସଂଘର୍ଷ କାହାଣୀ ଜାଣିଲେ ଆପଣଙ୍କ ହୃଦୟକୁ ଛୁଇଁ ଯିବ । ତାଙ୍କ ଘର ହେଉଛି ନୟାଗଡରେ । ତାଙ୍କ ପରିବାରରେ ସ୍ତ୍ରୀ ଓ ଦୁଇ ଝିଅ ଅଛନ୍ତି । ସେ ଅଟୋ ଚଲାଇ ନିଜ ପରିବାରର ଜୀବିକା ନିର୍ବାହ କରନ୍ତି । ଅନେକ କଷ୍ଟ କରି ସେ ନିଜ ପରିବାର ଲୋକଙ୍କ ମୁହଁରେ ହସ ଫୁଟାଇ ପାରନ୍ତି ।

ଜୀବନର ସଂଘର୍ଷ ମଧ୍ୟରେ ରବି ଭାଇ ନିଜର ମଣିଷପଣିଆକୁ କେବେ ଭୁଲି ଯାଇ ନାହାନ୍ତି । ରବି ଭାଇ କହିଛନ୍ତି ଦିନେ ସେ ଟଙ୍କା ଅଭାବରୁ ଅଟୋ ଭଡା ନ ଦେଇପାରି ଚାଲିକି ଆସିଥିଲେ । ଏହା ପରେ ସେ ପ୍ରଣ ନେଇଥିଲେ ଯେ ଆଜି ଯେମିତି ସିଏ ଟଙ୍କା ଅଭାବରୁ ଚାଲିକି ଆସିଲେ ସେମିତି ଆଉ କେହି ନ ଆସନ୍ତୁ । ଏହା ପରେ ସେ ତାଙ୍କ ଅଭିଯାନ ଆରମ୍ଭ କରିଥିଲେ । ଟଙ୍କା ଦୁନିଆରେ କିଛି କାମରେ ଆସେ ନାହି କି ମଣିଷ ଠାରୁ ଟଙ୍କା ବଡ ନୁହେଁ ବୋଲି ରବି ଭାଇ ମତ ଦେଇଛନ୍ତି । ଜଣେ ଅଧ୍ୟାପିକା ରବି ଭାଇଙ୍କ ରାଏ ରେ କାହକିହନ୍ତି ଯେ ତାଙ୍କୁ ସେ ସବୁଦିନ ଅଟୋରେ ନେଇ କଲେଜରେ ଛାଡନ୍ତି ଓ ଆଣନ୍ତି ।

ଏମିତି କି ଅନେକ ଗରିବ ଲୋକ ମାନଙ୍କୁ ରବି ଭାଇ ମାଗଣାରେ ସାହାଜ୍ୟ କରି ଆସିଛନ୍ତି । ଅନେକ ଲୋକଙ୍କୁ ଚିଟଫଣ୍ଡରୁ ପଇସା କରାଇ ଦେଇ ଲୋକ ମାନେ ନ ସୁଝିବାରୁ ରବି ଭାଇ ହଇରାଣ ହୋଇ ନିଜେ ସୁଝିଛନ୍ତି । ନିଜର ମହାନତା ପାଇଁ ଅନେକ ଥର ବିପଦରେ ପଡିଛନ୍ତି ରବି ଭାଇ । କିନ୍ତୁ ସେ ନିଜର ଭଲ ଗୁଣ ପାଇଁ ସମାଜ ସେବାରେ ସବୁବେଳେ ଆଗେଇ ଆସୁଛନ୍ତି ।

ଅସହାୟ ଲୋକ ମାନଙ୍କ ମନରେ ହସ ଫୁଟାଇବାକୁ ନିଆରା ଉଦ୍ୟମ କରୁଛନ୍ତି ରବି ଭାଇ । ଏଥିପାଇଁ ତାଙ୍କ ପରିବାର ଲୋକେ ମଧ୍ୟ ତାଙ୍କୁ ସମର୍ଥନ କରୁଛନ୍ତି । ସେ ପ୍ରେମ ଓ ଶାନ୍ତିର ବର୍ତ୍ତନ ଦେଉଛନ୍ତି । ଏମିତିକି ସେ ତାଙ୍କ ଅଟୋ ପଛରେ ଲେଖିଛନ୍ତି ଯେ ଆପଣଙ୍କ ଇଚ୍ଛା ଅନୁଯାୟୀ ଟଙ୍କା ଦିଅନ୍ତୁ । ତେବେ ଅଟୋ କାଳକ ରବି ଭାଇଙ୍କ ଏପରି ମହାନ କାମ ପାଇଁ ତାଙ୍କୁ ସାଲଯୁତ କରିବା ଉଚିତ ।

ବନ୍ଧୁଗଣ ଏହି ଘଟଣାରେ ଆପଣଙ୍କର ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *