ଆପଣଙ୍କୁ ବି ଯଦି ଆସୁଛି ଏହି ୯ଟି ସ୍ଵପ୍ନରୁ କୌଣସି ୧ଟେ, ତେବେ ଆପଣ ମଧ୍ୟ ହେବାକୁ ଯାଉଛନ୍ତି ଧନବାନ

ଆମେ ଅନେକ ସମୟରେ ରାତିରେ କିଛି ନା କିଛି ସ୍ଵପ୍ନ ଦେଖିଥାଉ । କିନ୍ତୁ ଏହି ସ୍ଵପ୍ନର ପଛରେ ଥିବା ରହସ୍ୟ ବିଷୟରେ ଆମେ ଅଜ୍ଞ ଥାଉ । ଯାହା ଫଳରେ ଆମେ ଦେଖିଥିବା ସ୍ଵପ୍ନ ବିଷୟରେ ଭାବି ଚିନ୍ତାଗ୍ରସ୍ତ ହେଇଥାଉ । ସ୍ଵପ୍ନକୁ ଭବିଷ୍ୟତରେ ଘଟିବାକୁ ଥିବା ଘଟଣାର ସଙ୍କେତ ବୋଲି ଆମେ ମାନୁଥିବାରୁ ଏପରି ହେଇଥାଏ । ସ୍ଵପ୍ନ ଶାସ୍ତ୍ର ଅନୁସାରେ କିଛି ଭଲ ସ୍ଵପ୍ନ ଖରାପ ପ୍ରଭାବ ପକାଉଥିବା ବେଳେ କିଛି ଖରାପ ସ୍ଵପ୍ନ ଭଲ ଫଳ ଦେଇଥାଏ । ଏଥିପାଇଁ ସ୍ଵପ୍ନକୁ ନେଇ ବ୍ୟସ୍ତବିବ୍ରତ ହେବା ଅପେକ୍ଷା ଏହା ପଛର ରହସ୍ୟ ବିଷୟରେ ଜାଣିନେବା ଉଚିତ ।

ତେବେ ଆସନ୍ତୁ ଆଜି ଆମେ ଏମିତି କିଛି ସ୍ଵପ୍ନ ବିଷୟରେ ଜାଣିବା ।

ଅଟାଳିକା ନିର୍ମାଣର ଦ୍ରୁଶ୍ଯ :-

ଯଦି ଆପଣ ସ୍ଵପ୍ନରେ ଅଟାଳିକା ନିର୍ମାଣର ଦୃଶ୍ୟ ଦେଖିବେ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏମିତି ଦେଖିବାର ଅର୍ଥ ଆପଣଙ୍କର ଉନ୍ନତି ଅଥବା ଧନଲାଭର ଯୋଗ ଅଛି ।

ନିଜକୁ ଗରିବ ରୂପରେ ଦେଖିବା :-

ଯଦି ଆପଣ ସ୍ଵପ୍ନରେ ନିଜକୁ ଗରିବ ରୂପରେ ଦେଖୁଛନ୍ତି ତେବେ ଆପଣଙ୍କର ଧନଲାଭର ଯୋଗ ଅଛି ।

ଆତ୍ମହତ୍ୟାର ଦୃଶ୍ୟ ଦେଖିବା :-

ଯଦି ଆପଣ ସ୍ଵପ୍ନରେ ନିଜେ ଆତ୍ମହତ୍ୟା କରୁଥିବାର ଦେଖିବେ ତେବେ ଆପଣଙ୍କୁ ଡରିବାର କୌଣସି ଆବଶ୍ୟକତା ନାହିଁ । ଏପରି ଦେଖିବା ଶୁଭପ୍ରଦ ହେଇଥାଏ । ଏହାର ଅର୍ଥ ଆପଣଙ୍କର ବୟସ ବଢି ଯାଇଛି ଏବଂ ଆପଣଙ୍କ ଉପରେ ଧନବର୍ଷା ହେବାକୁ ଯାଉଛି ।

ସ୍ଵପ୍ନରେ ଗୋଲାପ ଦେଖିବା :-

ଯଦି ଆପଣ ସ୍ଵପ୍ନରେ ଗୋଲାପ ଫୁଲ ଦେଖୁଛନ୍ତି ତେବେ ଏହାର ଅର୍ଥ ହେଲା ଆପଣଙ୍କର କୌଣସି ବଡ ମନସ୍କାମନା ପୂର୍ଣ ହେବ ଏବଂ ଅଟକିଥିବା ଧନ ପୁଣିଥରେ ଫେରି ଆସିବ ।

ସ୍ଵପ୍ନରେ ସାପ ଦେଖିବା :-

ସ୍ଵପ୍ନରେ ସାପ ଦେଖିବା ଶୁଭ ମନାଯାଏ । ଏହା ଏହି ସଙ୍କେତ ଦେଇଥାଏ ଯେ ଆପଣଙ୍କୁ ସରକାରୀ କ୍ଷେତ୍ରରେ ଲାଭ ମିଳିବ ଏବଂ ସନ୍ତାନ ପ୍ରାପ୍ତିର ଯୋଗ ମଧ୍ୟ ହେଇପାରେ ।

ସ୍ଵପ୍ନରେ ଝିଟିପିଟି ଦେଖିବା :-

ଯଦି ଆପଣ ସ୍ଵପ୍ନରେ ଝିଟିପିଟି ଦେଖୁଛନ୍ତି ତେବେ ଏହା ବହୁତ ଶୁଭ ହେଇଥାଏ କାରଣ ଏହା ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ ।

ସ୍ଵପ୍ନରେ ଶୁଆ ଦେଖିବା :-

ସ୍ଵପ୍ନରେ ଯଦି ଆପଣ ଶୁଆ ଦେଖୁଛନ୍ତି ତେବେ ଏହା ଧନ ପ୍ରାପ୍ତିର ସଙ୍କେତ ଦେଇଥାଏ ।

ନିଜକୁ ମଶାଣିରେ ଦେଖିବା :-

ଯଦି ଆପଣ ସ୍ଵପ୍ନରେ ନିଜକୁ ମଶାଣିରେ ଦେଖୁଛନ୍ତି ତେବେ ଏହା ଜାଣିରଖନ୍ତୁ ଯେ ଆପଣଙ୍କୁ ମାନ-ସନମାନ ମିଳିବ ଏବଂ ଦେଇଥିବା ଧନ ଫେରି ଆସିବ ।

ସ୍ଵପ୍ନରେ ତାରା ଦେଖିବା :-

ଯଦି ଆପଣ ସ୍ଵପ୍ନରେ ତାରା ଦେଖୁଛନ୍ତି ତେବେ ଆପଣଙ୍କୁ କୌଣସି ଶୁଭ ସମାଚାର ମିଳିବ ଅଥବା ଆପଣଙ୍କ ପରିବାରର କୌଣସି ସଦସ୍ୟଙ୍କୁ ବ୍ୟବସାୟରେ ଲାଭ ମିଳିବ ।

Leave a Reply

Your email address will not be published. Required fields are marked *