ୟୁକ୍ରେନ ଓ ରୁଷିୟା ଯୁଦ୍ଧ ମଧ୍ୟରେ ମୋବାଇଲ କମ୍ପାନୀ APPLEର ବଡ ନିଷ୍ପତ୍ତି, ଜଣାଇ ବିଶ୍ଵାସ ହେବନି

ବନ୍ଧୁଗଣ ରୁଷିୟା ଓ ୟୁକ୍ରେନ ଯୁଦ୍ଧକୁ ନେଇ ରୁଷିୟା ବିରୁଦ୍ଧରେ ଦେଶର ବଡ ମୋବାଇଲ କମ୍ପାନୀ ଆପଲ ବଡ ଘୋଷଣା କରିଛି । ରୁଷିୟାରେ ସବୁ ନିର୍ଯ୍ୟାତ ଓ ଉତ୍ପାଦ ଉପରେ କମ୍ପାନୀ ରୋକ ଲଗାଇଛି । ଏହା ବଡ ଝଟକା ଲାଗିଛି ରୁଷିୟାକୁ । ଆପଲର ଘୋଷଣା ଅନୁଯାୟୀ ସେ ପ୍ରଡକସନ କରିବେ ନାହି କି ବିକ୍ରି କରିବା ନାହି । ୟୁକ୍ରେନ ରାଜଧାନୀ କିପ୍ତକୁ କବଜା କରିବା ପାଇଁ ରୁଷିୟା ସୈନ୍ୟ ପୁରା ପ୍ରସ୍ତୁତ ଆରମ୍ଭ କରିଛନ୍ତି । ରୁଷିୟା କିପ୍ତରେ ରହୁଥିବା ଲୋକଙ୍କୁ ୟୁକ୍ରେନରୁ ଦୂରେଇ ଯିବାକୁ ଚେତାବନୀ ଦେଇଛି ।

ରୁଷିୟା ଠାରୁ ମାତ୍ର ୪୦ କିମି ଦୂରରେ ଥିବା ଖାରକିବରେ ରୁଷିୟାର ସୈନ୍ୟ ମାନେ ବଡ ଆକ୍ରମଣ କରିଛନ୍ତି ଯାହା ଅଭୁତ ଭୟଙ୍କର ରହିଥିଲା । ଖାରକିବ ଉପରେ ପ୍ରଥମ ଆକ୍ରମଣ ହେଲା ସକାଳ ୮ଟା ୧ମିନିଟରେ । ରୁଷିୟାର ସୈନ୍ୟ ମାନେ ଖାରକିବର ସହରର ଲୋକେ ସୋଇଥିବା ବେଳେ ମିଯାଇଲ ଆକ୍ରମଣ କରିଛନ୍ତି ଯାହା ସାମନାରେ ଲାଗିଥିବା ସିସିଟିଭି କ୍ୟାମେରାରେ ରକର୍ଡ ହୋଇଛି ।

ମିଯାଇଲ ଆକ୍ରମଣ ପରେ କେବେଳ ଚାରିଆଡେ ଧୂଆଁ ଦେଖା ଯାଇଛି । ଧୂଆଁ ହଟିବା ପରେ ପୁରା ବିଲଡିଙ୍ଗ ଧ୍ଵଂସ ହୋଇ ଯାଇଥିଲା । ମିଯାଇଲ ଆକ୍ରମଣ ପରେ ବିଲଡିଙ୍ଗର ସବୁଠାରୁ ବଡ ଅଂସ ଧ୍ଵଂସ ହୋଇଗଲା । ଏହା ସହ ଗାଡି ଗୁଡିକ ମଧ୍ୟ ଜଳି ଯାଇଛି ।

ଏହା ପରେ ରୁଷିୟା ସୈନ୍ୟ ଖାରକିବରେ ଦିତୀୟ ଆକ୍ରମଣ କରିଥିଲେ ଯାହା ଅଭୁତ ଭୟଙ୍କର ରହିଥିଲା । ଋଷିୟା ସୈନ୍ୟ ମାନେ ଖାରକିବରେ କାର୍ପେଟ ବମ ରେ ଆକ୍ରମଣ କରିଥିଲେ । ଖାରକିବ ରେ ରହୁଥିବା ଲୋକେ ରୁଷିୟା ବାସୀ ମଧ୍ୟ ଅଟନ୍ତି । ଯାହା କାରଣରୁ ରୁଷିୟା ସୈନ୍ୟ ଏଠାରେ ଆକ୍ରମଣ କରିଛନ୍ତି ।

ଖାରକିବ ର ଲୋକ ମାନେ ମଧ୍ୟ ଏହି ଆକ୍ରମଣ ପରେ ଏକଜୁଟ ହୋଇଛନ୍ତି । ଖାରକିବ ରେ ଗୋଳି ମାଡରେ ୨୦ ରୁ ଅହଡିକ ଲୋକଙ୍କର ପ୍ରାଣ ହାନି ହୋଇଛି । ଖାରକିବ ର ମେୟର ଙ୍କ ଆଶା ରହିଛି କି ସମାନେ ହିଁ ଏହି ଯୁଦ୍ଧ ରେ ଜିତିବେ । ମଙ୍ଗଳବାର ଦିନ ଖାରକିବ ରୁ ଭାରତକୁ ଖରାପ ଖବର ଆସି ପହଞ୍ଚିଛି । ବମ ମାଡରେ ଜଣେ ଭାରତୀୟ ଛାତ୍ର ଙ୍କ ପ୍ରାଣ ଯାଇଛି ।

ମୃତ ଛାତ୍ର ଙ୍କ ନାମ ହେଉଛି ନବୀନ ଶେଖରବା । ତାଙ୍କର ବୟସ ମାତ୍ର ୨୧ ବର୍ଷ ଥିଲା । ସେ କର୍ଣ୍ଣାଟକ ର ବାସିନ୍ଦା ଅଟନ୍ତି । ରୁଷିୟା ସୈନ୍ୟ ଆକ୍ରମଣ କରିବା ସମୟରେ ଜରୁରୀ ରାଶନ କିଣୁଥିଲେ । ସେହି ସମୟରେ ସେ ବୋମା ମାଡର ଶିକାର ହୋଇଥିଲେ । ମୃତ୍ୟୁର ଦୁଇ ଦିନ ପୂର୍ବରୁ ସେ ତାଙ୍କ ପରିବାର ସହ ଭିଡିଓ କଲରେ କଥା ହୋଇଥିଲେ ।

ଖାରକିବ ପରେ ଋଷିୟା ସୈନ୍ୟ ୟୁକ୍ରେନର ଅନ୍ୟ ଏକ ସହର ଖେରସାନରେ ରୁଷିୟା ସୈନ୍ୟ ପ୍ରବେଶ କରି ସାରିଛନ୍ତି । ତେବେ ଏହିପରି ଭାବେ ଋଷିୟା ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜୋରସୋର ରେ ଚାଲିଛି । ଯାହା କାରଣରୁ ଆପଲ ଭଳି ବଡ କମ୍ପାନୀ ଋଷିୟା ଉପରେ ନିଜର ପ୍ରଡ଼କସନ ଉପରେ ରୋକ ଲଗାଇଛି । ବନ୍ଧୁଗଣ ଏହି ମାମଲାରେ ଆପଣଙ୍କର ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *