ଋଷିୟା ପାଖରେ ଅଛି ‘ଫାଦର ଅଫ ଅଲ ବମ’ ଯାହାକୁ ବଳରେ ସାରା ବିଶ୍ଵକୁ ଡରାଇ ରଖିଛି ଋଷ…. ଜାଣନ୍ତୁ ସେହି ବମ ବିଷୟରେ ସମ୍ପୁର୍ଣ୍ଣ ତଥ୍ୟ

ବନ୍ଧୁଗଣ ୟୁକ୍ରେନ ଓ ଋଷିୟା ମଧ୍ୟରେ ଯୁଦ୍ଧ ଚାଲି ରହିଛି । ସବୁଆ ଆଡେ ଗୁଳି ମାଡ ସହ ତାଙ୍କର ଚିତ୍ର ସାମନାକୁ ଆସୁଛି । ଚାରିଆଡେ ଧ୍ଵଂସ ର ତାଣ୍ଡବ ଆଉ ଲୋକ ମାନଙ୍କର ଭୟଙ୍କର ଚିତ୍କାର । ଗୋଳା ବାରୁଦ ଆଉ ଯୁଦ୍ଧ ସହ ୟୁକ୍ରେନ ଭିତରେ ଆଗକୁ ମାଡି ଚାଲିଛି ଋଷିୟା ସେନା । ଆଉ ଏହାରି ମଧ୍ୟରେ ଚର୍ଚ୍ଚା କୁ ଆସିଛି ସବୁ ବୋମାର ବାପା । ଫାଦର ଅଫ ଅଲ ବମ ଓଡିଆ ଭାଷାରେ କହିଲେ ସବୁ ବୋମାର ବାପା । ଋଷିୟା ୟୁକ୍ରେନ ଯୁଦ୍ଧ ମଧ୍ୟରେ ଚର୍ଚ୍ଚା କୂ ଆସିଛି ଏହି ଭୟଙ୍କର ବିଧ୍ଵଂସୀ ବୋମା ।

ଯାହାର ବ୍ୟବହାର ହେବ କ୍ଷଣି ସବୁ କିଛି ଧ୍ଵଂସ ହୋଇଯିବ । ଆଉ ଛାରଖାର ହୋଇଯିବ ଜନ ଜୀବନ । ଦିତୀୟ ବିଶ୍ଵଯୁଦ୍ଧ ସମୟରେ ପରମାଣୁ ବୋମା ସମ୍ପର୍କରେ ସାରା ବିଶ୍ଵ ଜାଣିବାକୁ ପାଇଥିଲା । ହିରୋସିମା ନା ନାଗାସାକି ପରମାଣୁ ବୋମାର ପ୍ରଭାବରେ ଧ୍ଵଂସ ସ୍ତୂପରେ ପରିଣତ ହୋଇଥିଲେ । ତା ଠାରୁ ଅଧିକ ଭୟଙ୍କର ଓ ଶକ୍ତିଶାଳୀ ବୋମା ସାଜିଛି ଏହି ଫାଦର ଅଫ ଅଲ ବମ ଯାହାକୁ ଋଷିୟା ୟୁକ୍ରେନ ବିପକ୍ଷରେ ବ୍ୟବହାର କରିବ ବୋଲି ଚର୍ଚ୍ଚା ହେଉଛି ।

ଋଷିୟାରେ ହି ବମ କୁ ଥର୍ମୋପରି ବାମ ମଧ୍ୟ କୁହାଯାଏ ଯାହାର ଗଣତି ଦୁନିଆର ସବୁଠାରୁ ଖତରନାକ ପରମାଣୁ ବୋମା ସହ ତୁଳନା କରାଯାଏ । ଏହି ବାମ କୁ ଋଷିୟା ୨୦୦୭ ରେ ବିକଶିତ କରିଥିବା ବେଳେ ଏହାର ଓଜନ ୭ହଜାର ୧୦୦ କିଲୋଗ୍ରାମ ବୋଲି ଜଣା ପଡିଛି । ତେବେ ଏହି ବାମ ର ଅନ୍ୟ ଏକ ବିଶେଷ କଥା ହେଉଛି ଏହି ବମ ଯେଉଁଠି ପଡିବ ସେଠାରେ ବଡ ବଡ ବିଲଡିଙ୍ଗ ଠାରୁ ଆରମ୍ଭ କରି ମଣିଷ ମଧ୍ୟ ମାଟିରେ ମିଶିଯିବ ।

ଋଷିୟା ପାଖରେ ଥିବା ଏଇ ବମ ବାୟୁମଣ୍ଡଳ ରୁ ଅମ୍ଳଜାନ ଗ୍ରହଣ କରି ନିଜକୁ ଅଧିକ ଶକ୍ତିଶାଳୀ କରି ଭୂମି ଉପରେ ବିସ୍ଫୋରଣ କରିଥାଏ । ଯାହା ଫଳରେ ଏହା ପରମାଣୁ ବୋମା ଭଳି ଉତ୍ତାପ ସୃଷ୍ଟି କରିବା ସହ ସବୁ କିଛି ଛାରଖାର କରିଦିଏ । କେବଳ ଏତିକୀ ନୁହେଁ ଆମେରିକାର ଫାଦର ଅଫ ଅଲ ବମ କୁ ମଧ୍ୟ ଚଖମା ଦେବାକୁ ଏହି ବମ ବେସ ଧୁରନ୍ଧର ବୋଲି କୁହା ଯାଉଛି । ଋଷିୟା ଓ ୟୁକ୍ରେନ ମଧ୍ୟରେ କେହି ଇ ପଛଙ୍ଘୁଞ୍ଚା ଦେବାକୁ ରାଜି ନାହାନ୍ତି ।

ଆମେରିକା ଅମଧ୍ୟ ପରୋକ୍ଷରେ ଏହି ଯୁଦ୍ଧରେ ସାମିଲ ଅଛି । ତେଣୁ କେହି କେହି ଏହାକୁ ତୃତୀୟ ବିଶ୍ଵଯୁଦ୍ଧ ମଧ୍ୟ କହୁଛନ୍ତି । ଯଦି ଋଷିୟା ୟୁକ୍ରେନ ବିରୁଦ୍ଧରେ ଫାଦର ଅଫ ଅଲ ବମ କୁ ବ୍ୟବହାର କରେ ତେବେ ସବୁ କିଛି ଛାରଖାର ହେବା ସହ ବିଶ୍ଵ ପୁଣି ଥରେ ବୋମାର ଭୟରେ ଥରି ଉଠିବ ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *