ଏପ୍ରିଲ ମାସ ପାଇଁ ଗାଇଡଲାଇନ ଜାରି କଲେ କେନ୍ଦ୍ର ସରକାର, ଜାଣନ୍ତୁ ନୂଆ ନିୟମ

ବନ୍ଧୁଗଣ, ସମଗ୍ର ବିଶ୍ୱୋରେ ବର୍ତ୍ତମାନ କରୋନା ମହାମାରୀ ଚିନ୍ତାର ବିଷୟ ପାଲଟି ଯାଇଛି । ବର୍ତ୍ତମାନ କରୋନା ଭୟରୁ ଟିକିଏ ବର୍ତ୍ତୀ ରହିଲା ବେଳକୁ ଏହା ପୁଣି ଆମ୍ଭ ମାନଙ୍କ ଦ୍ଵାରସ୍ଥ ହୋଇଛି । ଏହାକୁ ନଜରରେ ରଖି ରାଜ୍ୟ ଗୁଡିକୁ କୋଭିଡ ନିୟମ ପାଳନ କରିବା ପାଇଁ କେନ୍ଦ୍ର ସରକାର ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାର ଏଭଳି ଏକ ମାର୍ଗଦର୍ଶିକା ଜାରି କରିଛନ୍ତି । ମାସ୍କ ପିନ୍ଧିବା, ହାତଧୋଇବା, ସାମାଜିକ ଦୂରତା ନିୟମକୁ ଗୁରୁତ୍ଵର ସହିତ ପାଳନ କରିବା ।

କଣ୍ଟେନମେଣ୍ଟ ଜୋନ କୁ ସଠିକ ଭାବେ ଚିହ୍ନଟ କରିବେ ସ୍ଥାନୀୟ ପ୍ରଶାସନ । ଟେଷ୍ଟ, ଟ୍ରାକ ଓ ଟ୍ରିଟ ପ୍ରୋଟୋକଲ କୁ ମାନିବାକୁ ନିର୍ଦ୍ଧେଶ ଦିଆଯାଇଛି । ସ୍ଥାନୀୟ ଅଞ୍ଚଳରେ ଜିଲ୍ଲା ପ୍ରଶାସନ ଏହି କଟକଣା କୁ ଲଗାଇ ପାରିବେ । ଟୀକା କାରଣକୁ ଗୁରୁତ୍ଵ ଦିଆଯିବାକୁ, ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଧେଶ ଦିଆଯାଇଛି । ବନ୍ଧୁଗଣ କେନ୍ଦ୍ର ସରକାର ଏହି ନୋଟିସ ଜାରି କରି ନିର୍ଦ୍ଧେଶ ଦେଇଛନ୍ତି ଯେ, କୋଭିଡ ନିୟମକୁ କଡାକଡି ଭାବେ ପାଳନ କରନ୍ତୁ ।

ଏଥିପାଇଁ କଡା ପଦକ୍ଷପ ନେବାକୁ ନେର୍ଦ୍ଧେଶ ଦିଆ ଯାଇଛି । ବିଶେଷ କରି ମାସ୍କ ପିନ୍ଧିବା ଏବଂ ସାମାଜିକ ଦୂରତା ପାଳନ କରିବା ଉପରେ ଦ୍ରୁଷ୍ଟି ଦିଆଯାଉ । ବନ୍ଧୁଗଣ ବର୍ତ୍ତମାନ ପରିସ୍ଥିତି ରେ କରୋନା ର ଦ୍ଵିତୀୟ ଲହର ଦେଶରେ ଦେଖିବାକୁ ମିଳିଛି । ଦେଶରେ ମଧ୍ୟ ଦିନକୁ ଦିନକୁ କରୋନା ଆକ୍ରାନ୍ତକ ସଂଖ୍ୟା ବଢିବାକୁ ଲାଗିଛି । ଏହା ସହିତ ବିଭିନ୍ନ ରାଜ୍ୟରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ବନ୍ଧୁଗଣ ଗତ ବର୍ଷ ଏହା ବିଶ୍ଵର ବହୁତ କ୍ଷୟ ଖ୍ଯାତି କରିଥିଲା, ମାତ୍ର ବର୍ତ୍ତମାନ ମଧ୍ୟ ଏହା ସମସ୍ତଙ୍କ ପାଇଁ ମୁଣ୍ଡ ବଥାର କାରଣ ସାବ୍ୟସ୍ଥ ହୋଇଛି । ସରକାରଙ୍କର ମାର୍ଗ ଦର୍ଶିକାରେ ଉଲ୍ଲେଖ ହୋଇଥିବା ନିୟମକୁ ଗ୍ରହଣ ନ କଲେ ବହୁତ ବଡ ବିପତ୍ତି ର ସମୁଖୀନ ହୋଇପାରନ୍ତି ।

ସାଧାରଣ ଜନତା ମାସ୍କ ସହିତ ସାମାଜିକ ଦୂରତା ରକ୍ଷା କରିବା ନିହାତି ଆବଶ୍ୟକ । ସଂକ୍ରମଣ ର ବହୁତ ଆଶଙ୍କା ଉପୁଜିଥିବା ରୁ ଏହିସବୁ ନିୟମକୁ ତୁରନ୍ତ ଲାଗୁ କରିବାକୁ ନିର୍ଦ୍ଧେଶ ଦିଆ ଯାଇଛି । ବନ୍ଧୁଗଣ ଏହା ପୂର୍ବରୁ ମଧ୍ୟ ପ୍ରଧାନ ମନ୍ତ୍ରୀ ଆଲୋଚନା କରିଥିଲେ । ଲକଡାଉନ ପୁଣିଥରେ ଦେଶରେ ଲାଗୁ କରିବା ଠିକ ହେବନି ବୋଲି ସରକାର କହିଛନ୍ତି । କାରଣ ଦୀର୍ଘ ଦିନ ଧରି ଲକଡାଉନ ଫଳରେ ବର୍ତ୍ତମାନ ଗୋଟିଏ ଟ୍ରାକ କୁ ଫେରିଛି, ମାତ୍ର ଏ ସବୁ ଭିତରେ ଯଦି ପୁଣି ଗୋଟିଏ ସ୍ଥିତି ଏଭଳି ଉପୁଜେ ତେବେ ଦେଶର ଅର୍ଥନୀତିରେ ପ୍ରଭାବ ପଡିବ ଅଥବା ବହୁତ ହ୍ରାସ ପାଇବ ।

ଅନେକ ଲୋକ ପୁଣିଥରେ ଜୀବନ ଜୀବିକା ହରାଇ ବସିବେ । ବନ୍ଧୁଗଣ ଯଦି ଆମେ ଚାହିଁବା ତେବେ କୋଭିଡ ନିୟମକୁ ଭଲ ଭାବେ ପାଳନ କରି ନିଜକୁ ସୁରକ୍ଷିତ କରିବା ସହିତ ଏହି ସଂକ୍ରମଣ କୁ ମଧ୍ୟ ଆମେ ରୋକୀ ପାରିବ । ବେଳ ଥାଉ ଥାଉ ସାବଧାନ ରହିଲେ ସମଗ୍ର ବିଶ୍ଵ ସୁରକ୍ଷିତ ରହିବ । ବନ୍ଧୁଗଣ ଆପଣ ବିଶେଷ କରି ଛୋଟ ପିଲାମାନଙ୍କର ଏହି ପରିସ୍ଥିତି ରେ ଧ୍ୟାନ ରଖନ୍ତୁ, କୋଭିଡ ନିୟମକୁ ମାନି ନିଜକୁ ସୁରକ୍ଷିତ ରଖିବା ସହିତ ସରକାରଙ୍କୁ ମଧ୍ୟ ଏଭଳି ପରିସ୍ଥିତି ରେ ସହଯୋଗ କରନ୍ତୁ । ଆପଣଙ୍କ ମତାମତ କଣ କୋଭିଡ ନିୟମକୁ ନେଇ କମେଣ୍ଟରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *