ସାରି ନିଅନ୍ତୁ ସବୁ ବ୍ଯାଙ୍କ କାମ, ଏପ୍ରିଲ ମାସରେ ୧୪ ଦିନ ବ୍ଯାଙ୍କ ରହିବ ବନ୍ଦ

ଏପ୍ରିଲ ମାସରେ ୧୪ ଦିନ ବ୍ଯାଙ୍କ ବନ୍ଦ ରହିବ ସେଥିପାଇଁ ବ୍ଯାଙ୍କ ସହିତ ଜଡିତ କାମ ସାରି ନିଅନ୍ତୁ । ନଚେତ ଆପନ୍ନକୁ ହଇରାଣ ହେବାକୁ ପଡିବ । ପ୍ରତି ମାସରେ ରବିବାର ବ୍ଯତୀତ ମାସର ଦିତୀୟ ଓ ସେସ ଶନିବାର ବ୍ଯାଙ୍କ ବନ୍ଦ ରହିଥାଏ । ଏହା ସହ କିଛି ଆଞ୍ଚଳିକ ପର୍ବ ପର୍ବାଣି ଲାଗି ମଧ୍ୟ ବ୍ଯାଙ୍କ ବନ୍ଦ ରହିଥାଏ ।  ତେବେ ଏଥର ୧୪ ଦିନ ବ୍ଯାଙ୍କ ବନ୍ଦ ରହିଥିବାରୁଲୋକ ମାନେ ଅସୁବିଧାର ସମୁଖୀନ ହୋଇପାରନ୍ତି ।

ଏପ୍ରିଲ ମାସର ଏହି ସବୁ ଛୁଟି ଆର ବି ଆଇ କ୍ଯାଲେଣ୍ଡରରେ ସ୍ଥାନ ପାଇଛି । ସାନି ବାର ଓ ରବିବାର ଆଉ ସବୁ ଆଞ୍ଚଳିକ ଛୁଟିକି ମିଶାଇ ମୋଟ ୧୪ ଦିନ ବ୍ଯାଙ୍କ ବନ୍ଦ ରହିବ । ଏହା ମଧ୍ୟରେ ଓଡିଶାରେ ୬ ଦିନ ବ୍ଯାଙ୍କ ବନ୍ଦ ରହୁଛି । ତେବେ ଆସନ୍ତୁ ଜାଣିବା କେଉଁ କେଉଁ ଦିନ ଛୁଟି ରହୁଛି ।

ଏପ୍ରିଲ ୧ ଦିନ ହେଉଛି ଆର୍ଥିକ ବର୍ଷର ଆକାଉଣ୍ଟ ବନ୍ଦ ଓ ଉତ୍କଳ ଦିବସ । ଏପ୍ରିଲ ୨ ହେଉଛି ଗୁଡ ଫ୍ରାଇଡେ ଓ ଏପ୍ରିଲ ୪ ରବିବାର । ଏପ୍ରିଲ ୫ ବାବୁ ଜଗଜୀବନ ଜନ୍ମ ବାର୍ଷିକ ( ହାଇଦ୍ରାବାଦରେ ଥିବା ସବୁ ବ୍ଯାଙ୍କ ) । ଏପ୍ରିଲ ୧୦ ମାସର ୨ ଶନିବାର । ଏପ୍ରିଲ ୧୧ ରବିବାର, ଏପ୍ରିଲ ୧୩ ଗୁଡି ପାଡୱା ( ମହାରାଷ୍ଟ୍ରର ଥିବା ସମସ୍ତ ବ୍ଯାଙ୍କ ବନ୍ଦ ) । ଏପ୍ରିଲ ୧୪ ମହା ବିଷୁବ ସଙ୍କ୍ରାନ୍ତି  ଓ ବାବା ସାହେବ ଆମ୍ବେଦକର ଜୟନ୍ତୀ ।

ଏପ୍ରିଲ ୧୫ ବଙ୍ଗାଳୀ ନୂଆ ବର୍ଷ ( ପଶ୍ଚିମ ବଂଗର ସମସ୍ତ ବ୍ୟାଙ୍କର ସବୁ ବ୍ଯାଙ୍କ ବନ୍ଦ ରହିବ ) । ଭୋଗ ବିହୁ ( ଆସାମରେ ଥିବା ସମସ୍ତ ବ୍ଯାଙ୍କ ବନ୍ଦ ରହିବ ) । ଏପ୍ରିଲ ୧୮ ରବିବାର । ଏପ୍ରିଲ ୨୨ ଶ୍ରୀ ରାମ ନବମୀ । ଏପ୍ରିଲ ୨୪ ଚତୁର୍ଥ ଶନିବାର । ଏପ୍ରିଲ ୨୫ ରବିବାର । ଗୋଟିଏ ମାସରେ ୧୪ ଦିନ ବ୍ଯାଙ୍କ ବନ୍ଦ ରହୁଥିବାରୁ ଅନ୍ୟ ଦିନ ଗୁଡିକରେ ବ୍ଯାଙ୍କ ଭିଡ ହୋଇପାରେ । ତେଣୁ ବ୍ଯାଙ୍କରେ ଥିବା ନିଜ କମ ଶୀଘ୍ର ସାରି ଦିଅନ୍ତୁ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେ-ୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *