ଆସନ୍ତୁ ଜାଣିବା କେଉଁ ଗଛରୁ କି ପ୍ରକାର ଔଷଧ ମିଳେ- Medicinal Plant

ପ୍ରକୃତି ଏକ ଏଭଳି ବରଦାନ ଭଗବାନ ଙ୍କର ଯାହା ପାଇଁ ଆମେ ସବୁ ବେଳେ ଚିର ଋଣି ହୋଇ ରହିବୁ । ଆପଣ ଜାଣି ଥିବେ କି ପ୍ରକୃତି ଏକ ଏଭଳି ବରଦାନ ଯେଉଁ ଠାରେ ସବୁ ପ୍ରକାର ଔଷଧ ମିଳିବା ସହ ଆମ ବଞ୍ଚିବା ପାଇଁ ମଧ୍ୟ ଖାଦ୍ଯ ଏହା ଯୋଗାଇ ଦେଇ ଥାଏ । ଆପଣ ମାନେ ଜାଣି ଥିବେ କି ଆଦିମ ମାନବ ମାନେ ଆଗରୁ ଜଙ୍ଗଲ ରେ ରହୁଥିଲେ । ସେମାନଙ୍କୁ ଜଙ୍ଗଲ ସବୁ ପ୍ରକାର ଖୁଶି ମଧ୍ୟ ଦେଉଥିଲା । ବଞ୍ଚିବା ପାଇଁ ଘର ଓ ଖାଇବା ପାଇ ଫଳ ।

ଆମେ ଏବେ ଭି ଆମ ପାଖରେ ଥିବା ସବୁ ପ୍ରକାର ଗଛ ର ଉପକାରିତା ବିଷୟରେ ଜାଣିନେ । ଆମେ ଯଦି ଦେଖିବା ପାଇଁ ଯିବା ତ ଜାଣି ପାରିବା କି ଆମେ ଏହି ଉଦ୍ଭିଦ ମାନଙ୍କ ପାଖରୁ ଅନେକ ଔଷଧ ପାଇ ପାରିବା । ତେବେ ଆସନ୍ତୁ ଜାଣିବା କେଉଁ ଗଛର କେଉଁ ଜିନିଷ କୁ ଆମେ ଔଷଧ ଭାବେ ବ୍ୟଭାର କରୁ । ପ୍ରଥମ ଗଛର ନାମ ଅରଖ ଏହାର କ୍ଷୀର ବହୁତ ଉପଯୋଗୀ ଅଟେ । ଏହାର କ୍ଷୀର ଦ୍ଵାରା ପରିସ୍ରା ଓ ଘା ବନ୍ଦ ହୋଇ ଥାଏ । ଦ୍ଵିତୀୟ ଗଛର ନାମ ଗୁଡାମାରୀ ଏହାର ପତ୍ର ଖୁବ ଉପକାରୀ ଅଟେ । ଏହା ମଧୁ ମେହ କୁ ଠିକ କରିଥାଏ ।

ଏହା ପରେ ଥିବା ଗଛ ହେଉଛି ଚିରେଇତା । ଏହାର ଡାଳ, ମୂଳ ଆମ ଶରୀରୀ  ରେ ଥିବା କୃମି, ପିଟ ନାଶ କରେ ।  ଡାଳିମ୍ବ ଗଛ ରେ ଥିବା ପତ୍ର ଓ ବେଦେନା ଝାଡା ଓ ପେଟ ମରା କୁ ଭଲ କରି ଥାଏ । ପୋଦିନା ଏହାର ପତ୍ର ବାନ୍ତି ବନ୍ଦ କରେ ଓ ହଜମ କରେ । ପୋଟଳ ପତ୍ର ଏହାର ପତ୍ର ପିତ୍ତ ନାଶକରେ । ପସରୁଣୀ ପତ୍ର ଏହାର ଆମର  ଆଣ୍ଠୁ ଓ ଗଣ୍ଠି ବିନ୍ଧା କୁ ଭଲ କରିଥାଏ । ତୁଳଷୀ ଏହାର ପତ୍ର ଥଣ୍ଡା କାଶ ଓ ଜର ଭଳି ରୋଗକୁ ଭଲ କରେ ।  ମଞ୍ଜୁଆତି ଏହା କାମାଲ ରୋଗକୁ ଭଲ କରିଥାଏ । ଦୁବ ଏହା ଆମ ନାକରୁ ରକ୍ତ ପଡିବା ବନ୍ଦ କରିଥାଏ । ବେଳ ଗଛ ଆମ ପେଟ ରୋଗ ଭଲ କରିଥାଏ ।

ଏହାର ଫଳ ଓ ପତ୍ର ଉପକାରୀ ଅଟେ । ବିଶଲ୍ୟ କରଣି ଏହାର ପତ୍ର କାଟି ଯାଇଅଥିବା ଘା କୁ ଭଲ କରେ । ଗେଣ୍ଡୁ ପତ୍ର ଏହା ଆମ ଘା ଭଲ କରିଥାଏ ଓ ରକ୍ତ ବାହାରିବା କମ କରିଥାଏ ।  ବାସଙ୍ଗ ଗଛ ର ପତ୍ର ଆମ କାଶ କୁ ଭଲ କରେ । ନିମ୍ବ ଗଛର ପତ୍ର ଓ ଛେଲି ଆମର ଚର୍ମ ଓ ବହୁମୂତ୍ର ରୋଗ କୁ ଭଲ କରେ । ସପୁରି ଗଛ ର ପତ୍ର କୃମି ନାଶ କରେ । ଗଛର ନାମ ସଜନା ଏହାର ପତ୍ର ରକ୍ତ ଚାପ କୁ କମାଇ ଥାଏ । ସିଙ୍ଗଡାହାର ଏହାର ପତ୍ର ଆମ ଜର କୁ କମେଇ ଥାଏ । ବଉଳ ଗଛର ଛେଲା ମଞ୍ଜି ଆମ ଦାନ୍ତ କୁ ଶାକ୍ତ କରାଇ ଥାଏ ।

Leave a Reply

Your email address will not be published. Required fields are marked *