ଆସନ୍ତାକାଲି ବିବାହ ବନ୍ଧନରେ ବାନ୍ଧି ହେବେ ଓଡିଆ ଫିଲ୍ମ ଜଗତର ସୁପର ହିଟ ଯୋଡି Archita ଓ Sabyasachi

ଏକ ଫେସବୁକ୍ ପୋଷ୍ଟ ମାଧ୍ୟମରେ ଅର୍ଚ୍ଚିତା ନିଜେ ଏହି ବିଷୟରେ ସୂଚନା ଦେଇଥିଲେ । “ପ୍ରଭୁ ଜଗନ୍ନାଥ ଏବଂ ଆମ ପରିବାରର ଆଶୀର୍ବାଦ ସହିତ ଆସନ୍ତାକାଲି ଆମର ବିବାହ ହେବାକୁ ଯାଉଛି ଓ ମୁ ଆପଣମନଙ୍କ ସହ ଏହି ଖୁସି ବାଣ୍ଟିବାରେ ବହୁତ ଖୁସି ଅନୁଭବ କରୁଛି । ଆପଣ ସମସ୍ତେ ଆମ ପରିବାରର ଅବିଚ୍ଛେଦ୍ୟ ଅଙ୍ଗ । ଆମର ଭଲ ଏବଂ ଖରାପ ସମୟରେ ସର୍ବଦା ତମେ ମାନେ ଆମ ସହ ରହିଛ ଓ ଭଲପାଇବା ଦେଇଛ । ଆମର ଏହି ବଡ ଦିନରେ ଆମେ ତୁମକୁ କିପରି ଭୁଲି ପାରିବୁ ! ଏହି ନୂତନ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆମେ ଆପଣଙ୍କର ଶୁଭେଚ୍ଛା ଏବଂ ଆଶୀର୍ବାଦ ଚାହୁଞ୍ଚୁ ।

ସାବ୍ୟାସୀ ମଧ୍ୟ ଲୋକଙ୍କ ଆଶୀର୍ବାଦ ଏବଂ ଇଚ୍ଛା ଲୋଡିଥିଲେ । ସେ ଲେଖିଛନ୍ତି, “ତୁମ ସମସ୍ତଙ୍କ ଆଶୀର୍ବାଦ ଏବଂ ଶୁଭେଚ୍ଛା ଦରକାର!” ସୂଚନାନୁସାରେ, ପ୍ରାୟ 50 ରୁ 70 ପରିବାର ସଦସ୍ୟ ଏବଂ ଘନିଷ୍ଠ ସମ୍ପର୍କୀୟମାନେ ଆଜି ରାତିରେ ସେମାନଙ୍କ ରିଙ୍ଗ ସମାରୋହରେ ଯୋଗଦେବାକୁ ଯାଉଛନ୍ତି ଏବଂ ରାଜସ୍ଥାନର ଦିଲ୍ଲୀ-ଜୟପୁର ରାଜପଥରେ ଥିବା ନେମ୍ରାନା ଫୋର୍ଟ ପ୍ୟାଲେସରେ ବିବାହ କରିବେ ।

ସବ୍ୟ ଓ ଅର୍ଚ୍ଚିତା ଯୋଡି ଓଡିଆ ଫିଲ୍ମ ଜଗତର ସବୁଠୁ ଜଣା ଶୁଣା ଓ ଚର୍ଚ୍ଚିତ ଯୋଡି ମାନଙ୍କ ମଧ୍ୟରୁ ଗୋଟେ । ବର୍ଷା ଓ ଅନୁଭବଙ୍କ ଭଳି ଦର୍ଶକମାନେ ସବ୍ୟ ଓ ଅର୍ଚ୍ଚିତାଙ୍କ ଯୋଡି ମଧ୍ୟ ଖୁବ ପସନ୍ଦ କରନ୍ତି । ସେମାନଙ୍କ ରୀଲ ଲାଇଫ ଯୋଡିକୁ ସମସ୍ତେ ରିୟଲ ଲାଇଫରେ ସଫଳ ହେବାର ଦେଖିବାକୁ ଚାହିଁ ବସିଥିଲେ । ତେବେ ଆଜି ଦର୍ଶକ ମାନଙ୍କର ଏହି ସ୍ଵପ୍ନ ସତ ହେବାକୁ ଯାଉଛି । ଆସନ୍ତା କାଲୀ ସତରେ ସବ୍ୟ ଓ ଅର୍ଚ୍ଚିତା ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି । ଯାହା ସେମାନେ ନିଜେ କୋନ୍ଫୋର୍ମ କରି ଛନ୍ତି ।

ସେ ଦୁଇଜଣ ଓଡିଆରେ ଅନେକ ଫିଲ୍ମରେ କମ କରିଛନ୍ତି । ବର୍ତ୍ତମାନ କରୋନା ସମୟରେ ସବ୍ୟ ଯେଉଁ ଭଳି ଲୋକ ମାନଙ୍କୁ ସାହାଯ୍ୟ କରୁଥିଲେ ତାହା ସତରେ ବହୁତ ଗର୍ବର ବିଷୟ । ସେ ଯେମିତ ସମସ୍ତଙ୍କ ପାଇଁ ଦେବତା ପାଲଟି ଯାଇଛନ୍ତି । ଲକଡାଉନ ସମୟରେ ସେ ଅନେକ ଲୋକଙ୍କୁ ସାହାଯ୍ୟ କରିଥିବାର ଖବର ଆପଣ ମାନେ ତ ନିଶ୍ଚୟ ଜାଣିଥିବେ । ତେବେ ସେଭଳି ଏକ ମହାନ ବ୍ୟକ୍ତିଙ୍କ ଜୀବନରେ କାଲି ବହୁତ ବଡ ଖୁସି ଆସିବାକୁ ଯାଉଛି । ସେଥିପାଇଁ ଆମ ସମସ୍ତଙ୍କ ତରଫରୁ ସବ୍ୟ ଓ ଅର୍ଚ୍ଚିତାଙ୍କୁ ଅନେକ ଅନେକ ଶୁଭେଛା ଓ ଶୁଭକାମନା ।

Leave a Reply

Your email address will not be published. Required fields are marked *