ଆଶ୍ଚର୍ଯ୍ୟ ରେ ପକାଇ ଦିଏ ଏହି ମନ୍ଦିର, ଯେତେବେଳେ ଭକ୍ତ ଢାଳିବା ପାଇଁ ଆସନ୍ତି କ୍ଷୀର

ଭାରତରେ ଯେତିକି ମନ୍ଦିର ଅଛନ୍ତି ସବୁ ପଛରେ କିଛି ନା କିଛି ମାନ୍ୟତା ଓ ତଥ୍ୟ ଅଛି, ଏମିତି ଏକ ମନ୍ଦିର କେରଳ ରେ ପ୍ରସିଦ୍ଧ ଅଛି ଯାହା କୀଜାପେରୁମପଲ୍ଲମ ଗାଁ ରେ ସ୍ଥିତ ଅଛି ଯାହାକୁ ନାଗନାଥସ୍ୱାମୀ ମନ୍ଦିର ବା କେତି ସ୍ଥଳ ନା ରେ ଲୋକ ଜାଣିଛନ୍ତି । କାବେରୀ ନଦୀ କୁଳ ରେ ଏହି ମନ୍ଦିର କେତୁ ଦେବଙ୍କୁ ସମର୍ପିତ ଅଟେ ଏବଂ ଏହି ମନ୍ଦିର ମୁଖ୍ୟ ଦେବତା ଭଗବାନ ଶିବ ଅଟନ୍ତି ।

ଭଗବାନ ଶିବ ନାଗନାଥ ବି କୁହା ଯାଇ ଥାନ୍ତି । ଭାରତୀୟ ଫଳିତ ଜ୍ୟୋତିଷ ଶାସ୍ତ୍ର ରେ ୯ଟି ଗ୍ରହଙ୍କ ବିଷୟରେ କୁହା ଯାଇଛି, ଏଥିରେ ରାହୁ ଓ କେତୁଙ୍କୁ ଛାୟା ଗ୍ରହ ବୋଲି ମାନନ୍ତି ।

ରାହୁ ମୁଣ୍ଡ ହେଲେ କେତୁ କେବଳ ଶରୀର ଅଟେ, ପୌରାଣିକ କଥା ଅନୁଯାଇ ରାହୁ ଗୋଟେ ରାକ୍ଷାଶ ଅଟେ ଏବଂ ସେ ବହୁତ ବଳସାଳି ଅଟେ । ୯ଗ୍ରହ ରେ ରାହୁ ରାଜନୀତି, ସଟ୍ଟା, ଭ୍ରମ ଏବଂ ସତା ପଦର ଗ୍ରହ ମଧ୍ୟ କୁହା ଯାଇଥାଏ ତେବେ କେତୁ ମୋକ୍ଷକାରକ ଓ ରହସ୍ୟମୟ ଗୁପ୍ତ ବିଦ୍ୟା ପ୍ରଦାୟକ ଗ୍ରହ ବୋଲି କୁହାଯାଏ ।

ଦୁଇଟି ଗ୍ରହ ବହୁତ ମହତ୍ଵପୂର୍ଣ ହୋଇଥାନ୍ତି ଏବଂ କଳିଯୁଗ ରେ ଦୁଇ ଜଣଙ୍କ ପ୍ରଭାବ ଦେଖା ଯାଇଛି । କୁଣ୍ଡଳୀରେ ରାହୁ କେତୁଙ୍କ ପାଇଁ କାଳସର୍ପ ଦୋଷ ର ନିର୍ମାଣ ମଧ୍ୟ ହୋଇଥାଏ । ୯ଟି ଗ୍ରହ ସବୁ ଦେବୀ ଦେବତାଙ୍କ ଅଧୀନ ବୋଲି ମାନନ୍ତି, ଏହାକୁ ନବ ଗ୍ରହ ଓ ଦେବତାଙ୍କ ସମ୍ପର୍କ ମଧ୍ୟ କହି ପାରିବେ ।

ରାହୁ ଶାନ୍ତି ପାଇଁ ଶିବଙ୍କ ଆରାଧନା କରିବା ପାଇଁ କୁହା ଯାଇଛି ତେବେ କେତୁ ପାଇଁ ଗଣେଶ ଭଗବାନଙ୍କ ପୂଜା ଉଚିତ ବୋଲି ଶାସ୍ତ୍ର ରେ ଅଛି । ଧାର୍ମିକ ମାନ୍ୟତା ଅନୁଯାଇ କେତୁ ଦେବଙ୍କ ଏହି ମନ୍ଦିରରେ ରାହୁ ଦେବଙ୍କ ଉପରେ କ୍ଷୀର ଢଳା ଯାଏ ଏବଂ କେତୁ ଦୋଷରେ ପୀଡିତ ବ୍ୟକ୍ତି କ୍ଷୀର ଢାଳିଲେ କ୍ଷୀର ନୀଳ ପଡିଯାଏ ।

ଆହୁରି ଏକ ପୌରାଣିକ କଥା ଅନୁଯାଇ ଋଷିଙ୍କ ଶ୍ରାପରୁ  ମୁକ୍ତି ପାଇଁ କେତୁଦେବ ଭଗବାନ ଶିବଙ୍କର ଆରାଧନା କଲେ, ଶିବରାତ୍ରିର ପବିତ୍ର ଦିନରେ ଭଗବାନ କେତୁଙ୍କୁ ଦର୍ଶନ ଦେଲେ ଓ ତାଙ୍କୁ ଶ୍ରାପ ମୁକ୍ତ କରି ଦେଲେ । ଧାର୍ମିକ ଗ୍ରନ୍ଥ ଅନୁଯାଇ କେତୁଙ୍କୁ ସାପଙ୍କ ଦେବତା ମଧ୍ୟ କୁହା ଯାଏ କାହିଁକିନା ତାଙ୍କ ଶରୀର ସାପର ଓ ମୁଣ୍ଡ ମନୁଷ୍ୟର ଅଟେ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *