ଆର୍ଥ୍ରାଇଟିସ୍, ରୋଗ ପ୍ରତିରୋଧକ ଶକ୍ତି, ଥଣ୍ଡା ଏବଂ କାଶ, ପେଟ ଯନ୍ତ୍ରଣା ପାଇଁ କେବଳ ଗୋଟିଏ ପତ୍ର- Health Tips

ଜୁଆଣୀ ପତ୍ର ଜୁଆଣିଠୁ ସମ୍ପୂର୍ଣ ଅଲଗା ପତ୍ର ହେଲେ ମଧ୍ୟ ଏହି ପତ୍ରକୁ ଜୁଆଣୀ ପତ୍ର ନାମରେ ଜଣା ଯାଏ । ଜୁଆଣୀ ପତ୍ରକୁ ଯଦି ଆପଣ ଛିଡାଇ ଶୁଙ୍ଘିବେ ତେବେ ଏହା ସମ୍ପୂର୍ଣ ଜୁଆଣୀ ମଞ୍ଜି ଭଳିଆ ବାସେ । ଏହି ପତ୍ର ହେଉଛି ହଜାରେ ଉପଯୋଗୀ ପତ୍ର ।

ଏହା ହଜାରେ ରୋଗକୁ ଆମ ଶରୀରରେ ଦୂର କରିଥାଏ । ଭାରତରେ ବହୁତ ଭାବରେ ଏହି ଜିନିଷର ବହୁଳ ଭାବରେ ଉପଯୋଗୀ ହୋଇଥାଏ । ଏହା ଅନେକ ରୋଗର ଉପସମ ପାଇଁ ଆୟୁର୍ବେଦ ଦଔଷଧ ଭାବରେ ବ୍ୟବାହାର କରାଯାଏ । ଏହା ଜୁଆଣୀ ପତ୍ରରେ ଭିଟାମିନ କେ, ଏ,ସି, ଭରପୁର ,ମାତ୍ରାରେ ମିଳିଥାଏ ।

ଏହା ଛଡା ଏଥିରେ ଆଣ୍ଟି ଅକ୍ସିଡେଣ୍ଟ ମଧ୍ୟ ଭଲ ଭାବରେ ମିଳିଥାଏ । ଏହାର ଭିନ୍ନ ଭିନ୍ନ ପ୍ରକାରର ପ୍ରୟୋଗ ଦ୍ଵାରା ଶରୀରରୁ ଅନେକ ପ୍ରକାର ରୋଗ ଦୂର ହୋଇଥାଏ । ଏହାକୁ କଞ୍ଚା ମଧ୍ୟ ଖିଆଯାଇପାରିବ ଓ ଏହାର ଚା ମଧ୍ୟ ବନାଇ ପିଆଯାଇପାରିବ । ଏହାକୁ ବାଟି ଏହାର ଲେପ ମଧ୍ୟ ଦିଆଯିବ । ଏହା ଦ୍ଵାରା ଖାଦ୍ଯରେ ପରଟା ଓ ପକୁଡି ମଧ୍ୟ କରି ଖିଆଯାଇଥାଏ । ଏହାର ଆଜି ଆମେ ଏମିତି ଘରୋଇ ଉପଚାର ବିଷୟରେ କହିବୁ ଯାହାର ସେବନ କରିବା ଦ୍ଵାରା ଶରୀରରେ ଅନେକ ପ୍ରକାର ରୋଗ ଦୂର କରିବାରେ ସହାୟକ ହୋଇଥାଏ । ଆମେ ପ୍ରଥମେ ଏହୋଇ ପତ୍ରର ଉପକାରିତା ଜାଣିବା ଥଣ୍ଡା ଓ କାସ ଭଳି ସମସ୍ୟାକୁ ଦୂର କରିବା ପାଇଁ ।

ଏହା ବହୁତ ଅଧିକ ଚମତ୍କାରୀ ଅଟେ । ଯଦି ଆପଣଙ୍କୁ ଥଣ୍ଡା କାସ ଭଳି ସମସ୍ଯା ରହିଛି ତେବେ ଆପଣ ଦଶରୁ ପନ୍ଦରଟି ପତ୍ର ନିଅନ୍ତୁ ଏବଂ ଏହାକୁ ଭଲ ଭାବରେ ନେଇ ଧୋଇ ସଫା କରି ଦିଅନ୍ତୁ । ତାପରେ ଗୋଟିଏ ଜାଗାରେ ଗୋଟିଏ ଗ୍ଲାସ ପାଣି ନିଅନ୍ତୁ । ସେ ପତ୍ରକୁ ସେତେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେତେ ପର୍ଯ୍ୟନ୍ତ ପାଣି ଫୁଟି ଫୁଟି ତିନି ଚତୁର୍ଥାଂଶ କମି ନଜୀବ । ତାପରେ ଆପଣ ଏହାକୁ ଏକ ଗ୍ଲାସକୁ ଛାଣି ନିଅନ୍ତୁ । ଥଣ୍ଡା କସ ଭଳି ସମସ୍ୟାକୁ ଦୂର କରିବା ପାଇଁ ଏହି କାଢା ବନି ପ୍ରସ୍ତୁତ । ଏହା ଥଣ୍ଡା ହେଲା ପରେ ସମ୍ପୂର୍ଣ ମହୁ ମିଶାଇ ଏହାର ସେବନ କରିପାରିବେ । ଏହାର ସେବନ କରିବା ଦ୍ଵାରା ଥଣ୍ଡା ଓ କାସ ଭଳି ସମସ୍ଯା ତୁରନ୍ତ ଦୂର ହୋଇଯିବ ।


ଏହାର ପ୍ରୟୋଗ ପେଟ କାମୁଡିବାରେ ମଧ୍ୟ ବ୍ଯବହର କରି ପାରିବେ । ଯଦି ଆପଣଙ୍କ ପେଟରେ କୌଣସି କାରଣରୁ କଷ୍ଟ ହେଉଛି ତେବେ ଆପଣ ଏହି ପତ୍ରର ପ୍ରୟୋଗ କରିପାରିବେ । ପାଚନତନ୍ତ୍ର ସହିତ ଜଡିତ କୌଣସି ସମସ୍ଯା ପାଇଁ ଏହା ଏକ ରାମ ବାଣ ଅଟେ । ଆପଣ ଏହାର ଗୋଟିଏ ପତ୍ର ଚୋବାଇକି ଖାଇ ପାରିବ । ଆଉ ତାପରେ ଗୋଟେ ଗ୍ଲାସ ପାଣି ପାଇପାରିବେ । ଏମିତି ଏହାର ସେବନ ଦ୍ଵାରା ଆପଣଙ୍କ ପଚନ ତନ୍ତ୍ର ଠିକ ରହିବା ସହ ଆପଣଙ୍କ ଭୋକ ମଧ୍ୟ ବଢିଥାଏ ।


ଗରମ ଦିନ ମାନଙ୍କରେ ଆପଣଙ୍କ ଶରୀରରେ ପାଣିର କମି ନହେଉ ତେବର ଆପଣ ଜୁଆଣୀ ପତ୍ରର ହର୍ବଲ ଜୁଷ ପିଆଇଆଇ ପାରିବେ । ଏଠି ପାଇଜ ଆପଣ କିଛି ଜୁଆଣୀ ପତ୍ର ନିଅନ୍ତୁ । ଏବେ ଆପଣ ସେଥିରେ ଆପଣ ତୁଲସୀ ପତ୍ର ମିଶାନ୍ତୁ । ତାପରେ ଅଧ ଗ୍ଲାସ ପାଣି ନିଅନ୍ତୁ ଆଉ ଭଲରେ ଗ୍ରାଇଣ୍ଡ କରନ୍ତୁ । ଏବେ ତାକୁ ଭଲରେ ଛାଣି ନିଅନ୍ତୁ । ଏଥିରେ ଆପଣ ଫାଳେ ଲେମ୍ବୁ ଚିପୁଡନ୍ତୁ । ଏହାର ସେବନ କରିବା ଦ୍ଵାରା ଡିହାଇଡ୍ରେସନ ଭଳି ସମସ୍ଯା ଦୂର ହୋଇଥାଏ ।

Leave a Reply

Your email address will not be published. Required fields are marked *