ଅସୁବିଧା ସମୟ ରେ ଭଗବାନ କାହିଁକି ସାହାଯ୍ୟ କରନ୍ତି ନାହିଁ- Krishna Vani

ଆପଣଙ୍କ ମନ ରେ ନିଶ୍ଚୟ ଏହି ପ୍ରଶ୍ନ ଆସିଥାଏ ଭଗବାନ କାହିଁକି ମୋତେ ସାହାଯ୍ୟ କରୁନାହାନ୍ତି । ମୋ ଜୀବନରେ ଏତେ ଦୁଃଖ କଷ୍ଟ ଅଛି ଯେ ଯଦି ଭଙ୍ଗବାନ ଚାହିଁବେ କୌଣସି ନ କୌଣସି ରୂପ ରେ ମୋର ସବୁ ଦୁଖ କୁ ହରଣ କରିପାରିବେ ।

ଗୋଟେ ଧନୀ ପରିବାର ରେ ୩ ଜଣ ପୁଅ ଙ୍କ ଜନ୍ମ ହୋଇଥିଲା । ତିନି ଜଣ ପୁଅ ଙ୍କ ମଧ୍ୟ ରୁ ଦୁଇ ଜଣ ପୁଅ ବହୁତ କାମ କରୁଥିଲେ । କିନ୍ତୁ ସାନ ପୁଅ ଟି ବହୁତ ଅଳସୁଆ ଥିଲା । ବାପା ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲେ । ସେହି ପରିବାର ରେ କୌଣସି ପ୍ରକାରର ଅସୁବିଧା ନଥିଲା ।

Image Courtesy: Google

 

ସେଥିପାଇଁ ସାନ ପୁଅ ଟି କିଛି କାମ କରୁନଥିଲା । ଯାହା ଫଳ ରେ ସେ ବହୁତ ଅଳସୁଆ ହୋଇଯାଇଥିଲା । ବାପା କେତେ ଚେଷ୍ଟା କରି ବୁଝେଇଲେ ମଧ୍ୟ ସାନ ପୁଅ ଟି କିଛି ବୁଝୁ ନଥିଲା । ଏମିତି ଭାବେ କିଛି ଦିନ ଗଲା ପରେ ବାପା ମା ଙ୍କର ଏକ ସଡକ ଦୁର୍ଘଟଣା ରେ ମୃତ୍ୟୁ ହୋଇଗଲା । ଏହା ଫଳରେ ସାନ ପୁଅ ଟି ଏକୁଟିଆ ହୋଇଗଲା । ଆଉ ଦୁଇ ଭାଇ ନିଜ ନିଜ କାମ ରେ ବ୍ୟସ୍ତ ହୋଇଗଲେ । ଯାହା ଫଳରେ ବାପା ମା’ ଙ୍କ ମୃତ୍ୟୁ ପରେ ସେ ବହୁତ ଦୁଃଖ କଷ୍ଟ ରେ ଜୀବନ ଯାପନ କରୁଥିଲା ।

Image Courtesy: Google

ବାପା ମା ଙ୍କ ମୃତ୍ୟୁ ପରେ ବଡ ଭାଇ ମାନେ ସାନ ଭାଇ କୁ ଘରୁ ବାହାର କରିଦେଲେ । ସେ ବହୁତ ମନ ଦୁଃଖ ରେ ଘରୁ ବାହାରି ପଳେଇଲା । ରାସ୍ତା ରେ ଗଲା ବେଳେ ସେ ଦେଖିଲା ଗୋଟେ ଆମ୍ବ ଗଛ ରେ ବହୁତ ଗୁଡିକ ଆମ୍ବ ହୋଇଥିଲା । କିନ୍ତୁ ବଗିଚା ର ମାଳି ଟି ସେ ବଗିଚା ଭିତରେ ସୋଇଥିଲା । ତାକୁ ବହୁତ ଭୋକ ହେବାରୁ ସେ ଭାବିଲା ବଗିଚା ରୁ କିଛି ଆମ୍ବ ଆଣି ତା ଭୋକ ମେଣ୍ଟାଇବ ବୋଲି । ସେ ଆମ୍ବ ଚୋରୀ କରି ଖାଇବାକୁ ଚେଷ୍ଟା କରିବା ବେଳେ ମାଳି ଟିର ନିଦ ଭାଙ୍ଗିଗଲା । ସେ ଆମ୍ବ ଚୋରୀ କରୁଥିବା ର ଦେଖି ବାଡେଇବାକୁ ଗୋଡାଇଲା ।

Image Courtesy: Google

ସେ ମାଳି ହାତରେ ବାଡି ଦେଖି ଦୌଡିବାକୁ ଲାଗିଲା ଓ ଦୌଡି ଦୌଡି ଏକ ଜଙ୍ଗଲ ରେ ଭିତରକୁ ଚାଲିଗଲା । ସେହି ଜଙ୍ଗଲ ଭିତରେ ଏକ ଛୋଟା କୁକୁର କୁ ଦେଖିଲ । ସେହି କୁକୁର ର ଆଗ ଗୋଡ ଦୁଇଟି କୌଣସି କାରଣ ରୁ କ୍ଷତ ବିକ୍ଷତ ହୋଇଯାଇଥିଲା । ଯାହା ଫଳରେ ସେ ଚାଲିବୁଲି ପାରୁନଥିଲା । ହଠାତ ସେହି ସମୟ ରେ ସେ ଏକ ସିଂହ ର ଗର୍ଜନ ଶୁଣିଲା । ସିଂହ କୁ ଦେଖି ସେ ଭୟଭୀତ ହୋଇ ପାଖରେ ଥିବା ଏକ ଗଛ ରେ ଚଢିଗଲା । ସେ ଗଛ ଉପରେ ଛାଡି ଦେଖିଲ ସିଂହ ଟି କିଛି ମାଂସ ଖଣ୍ଡ ଆଣି ସେହି କୁକୁର ଟି କୁ ଦେଲା । ଏହା ଦେଖି ସେ ବାହୁତ ଆଶ୍ଚର୍ଯ୍ୟ ହୋଇଗଲା । ଏବଂ ସିଂହ ଟି ତା ବାଟ ରେ ଚାଲିଗଲା ।

Image Courtesy: Google

ଏହା ପରେ ସେ ଭବିଲ ଭଗବାନ ଯାହାକୁ ଜନ୍ମ ଦେଇଛନ୍ତି ସେ ଭୋକିଲା ବା ଅସହାୟ ଥିଲେ ଭଗବାନ ତାକୁ ନିଶ୍ଚୟ ସାହାଯ୍ୟ କରନ୍ତି । ତା ପରେ ସେ ଗଛ ତଳକୁ ଆସି ମନେ ମନେ ଭାବିଲା ଭଗବାନ ମୋ ପାଇଁ ମଧ୍ୟ କିଛି ନ କିଛି ଖାଇବା ର ଯୋଗାଡ କରିବେ । ଏମିତି ଭାବେ କିଛି ଦିନ ବିତିବା ପରେ କେହି ବି ତା ପାଇଁ କିଛି ଖାଦ୍ଯ ନେଇ ଆସିଲେ ନାହିନ । ତା ପରେ ସେହି ବ୍ୟକ୍ତି ଟି ଚିଲାଇ କହିଲା ହେ ଭଗବାନ ଆପଣ ଛୋଟା କୁକୁର ଟିକୁ ସାହାଯ୍ୟ କରୁଛନ୍ତି କିନ୍ତୁ ଆପଣ ମୋତେ କାହିଁକି ସାହାଯ୍ୟ କରୁ ନାହାନ୍ତି ।

Image Courtesy: Google

ସେ ଜଙ୍ଗଲ ରେ ଜଣେ ସାଧୁ ବାସ କରୁଥିଲେ । ସାଧୁ ଜଣଙ୍କ ଲୋକଟିର ପାଟି ଶୁଣି ତା ପାଖକୁ ଆସି ତା ଚିଲେଇବାର କାରଣ ପଚାରିଲେ । ଲୋକଟି ପକାହରୁ ସବୁ କଥା ଶୁଣିବା ପରେ ସାଧୁ ଜଣଙ୍କ ମୁରୁକି ହସିଲେ । ଏବଂ ତାକୁ ନିଜ କୁଟୀର ମଧ୍ୟ କୁ ନେଇଗଲେ । ଏହା ପରେ ସେ ଅଳସୁଆ ଲୋକ ଟି ସାଧୁ ଙ୍କୁ ପଚାରିଲା ଭଗବାନ ସେ ଛୋଟା କୁକୁର ର ସାହାଯ୍ୟ କାଲେ କିନ୍ତୁ ମୋତେ କଲେ ନାହିନ ଏହାର କାରଣ କଣ । ସାଧୁ ଜଣଙ୍କ କହିଲେ ଭଗବାନ ସମସ୍ତଙ୍କ ପାଇଁ କିଛି ନା କିଛି ଯୋଜନା ନିଶ୍ଚୟ ପ୍ରସ୍ତୁତ କରିଥାନ୍ତି ।

Image Courtesy: Google

ଆଉ ତୁମେ ମଧ୍ୟ ସେ ଯୋଜନ ର ଗୋଟେ ଭାଗ । କିନ୍ତୁ ତୁମେ ସେହି ଯୋଜନା କୁ ବୁଝି ପାରିନଥିଲ । ସେ ତୁମକୁ ଛୋଟା କୁକୁର ପରି ନୁହେଁ ସିଂହ ପରି ଅନ୍ୟ ଅସହାୟ ମାନଙ୍କୁ ସାହାଯ୍ୟ କରିବା ପାଇଁ ଇସାରା ଦେଉଥିଲେ । ପ୍ରକୃତ ରେ ଭଗବାନ ତାକୁ ହି ସାହାଯ୍ୟ କରନ୍ତି ଯିଏ ଅନ୍ୟ ମାନଙ୍କର ସାହାଯ୍ୟ କରିଥାଏ । ଭଗବାନ ଶ୍ରୀ କୃଷ୍ଣ ଗୀତା ରେ କହିଛନ୍ତି କର୍ମ ନ କରିବା ବଦଳ ରେ କର୍ମ କରିବା ହିନ ଶ୍ରେଷ୍ଠ ହୋଇଥାଏ । ସେହି ବ୍ୟକ୍ତି ଜୀବନ ରେ କେବେ ଦୁଃଖକଷ୍ଟ ଭୋଗି ନଥାଏ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *