ଲେମ୍ବୁ ଖାଉଛନ୍ତି କି? ଜାଣନ୍ତୁ ଏହି ଭୟଙ୍କର କଥା

ଲେମ୍ବୁ ରେ ପ୍ରଚୁର ପରିମାଣର ଭିଟାମିନ C ଥାଏ । ଯାହା ଆମ ଶରୀର ପାଇଁ ଖୁବ୍ ଦରକାର । ଲେମ୍ବୁ ଖାଇବା ଦ୍ବାରା ସ୍କିନ୍ ପ୍ରୋବଲେମ , ଓଜନ ହ୍ରାସ, ହଜମ କରିବାରେ ସାହାଯ୍ୟ କରେ । ଲେମ୍ବୁ ରେ ଭିଟାମିନ C, ଭିଟାମିନ D କମପ୍ଲେକ୍ସ, ଆଇରନ, ପୋଟାସିୟମ, କ୍ୟାଲସିୟମ, ମ୍ୟାଗନେସୀୟମ୍, ଏବଂ ଫାଇବର୍ ଥାଏ ।

ଲେମ୍ବୁ ପାଟିକୁ ଖଟା ଲାଗେ, ତେଣୁ ଏହାକୁ ଖାଲି ପାଟିରେ ଖାଇବା କଷ୍ଟ କର , ପାଟି ଓ ଦାନ୍ତ ଖଟା ହେଇଯାଏ । ସେଥି ପାଇଁ ଆମେ ଲେମ୍ବୁ କୁ ସିଧସଳଖ ନ ଖାଇ ପାଣିରେ ଚିପୁଡ଼ି ପିଥାଉ । ଆସନ୍ତୁ ଜାଣିବା ଲେମ୍ବୁ ର ଉପକାରିତା ବିଷୟରେ ।

୧: ଆଜିକାଲି ର ସମାଜରେ ସମସ୍ତ ଲୋକ ମାନସିକ ଚିନ୍ତା ଭିତରେ ବୁଡି ରହୁଛନ୍ତି । ସେମାନେ ସେମାନଙ୍କ ଶରୀର ର ମଧ୍ୟ ଠିକ ଭାବେ ଯତ୍ନ ନେଉନାହାନ୍ତି । ତସେମାନେ ବିଭିନ୍ନ ପ୍ରକାର ରୋଗ ର ଶିକାର ହଉଛନ୍ତି ।
ଲେମ୍ବୁ ରେ ପ୍ରଚୁର ପରିମାଣର ଭିଟାମିନ C ଥାଏ ଯାହା ରୋଗ ପ୍ରତିରୋଧ କ ଶକ୍ତି କୁ ବଢେଇଥାଏ । ମାନସିକ ଚିନ୍ତା ବଢିବା ଯୋଗୁଁ ଭିଟାମିନ C ର ମାତ୍ରା କମିଯାଏ । ଲେମ୍ବୁ ପାଣି ପିଇ ବା ଦ୍ଵାର ମାନସିକ ଚିନ୍ତା ରୁ ମୁକ୍ତି ମିଳେ ।


ସକାଳୁ ଉଠି ଖାଲି ପେଟରେ ଗରମ ପାଣି ରେ ଲେମ୍ବୁ ଚିପୁଡି କି ପିଇଲେ ଓଜନ ହ୍ରାସ ହୋଇଥାଏ । ଲେମ୍ବୁ ରେ ଭିଟାମିନC ଥିବାରୁ ଏହା ଏହା ରକ୍ତଚାପ କୁ ନିୟନ୍ତ୍ରଣ କରିଥାଏ ଓ ହୃତ୍ପିଣ୍ଡ କୁ ମଧ୍ୟ ସୁସ୍ଥ ରଖେ । ଥଣ୍ଡା ରୁ ମୁକ୍ତି ମିଳେ ।

୨: ଲେମ୍ବୁରେ ୨୩.୬ ଗ୍ରାମ ଭିଟାମିନ C ରହିଥାଏ । ଯାହା ଚର୍ମ ରେ ଭାଙ୍ଗ ପଡିବାରୁ ରକ୍ଷା କରେ । ଆମେରିକା ରେଏକ ଗବେଷଣା ରୁ ଜଣା ପଡ଼ିଥିଲା କିି ଯେଉ ଲୋକ ମାନଙ୍କ ଶରୀର ରେ ଭାଙ୍ଗ ପଡ଼ି ନାହିଁ ସେମାନେ ଭିଟାମିନ C ଜାତୀୟ ଖାଦ୍ୟ ପ୍ରଚୁର ପରିମାଣର ଖାଉଛନ୍ତି । ଲେମ୍ବୁ ପାଣି ପ୍ରତିଦିନ ସେବନ କଲେ ଚର୍ମ ଆଦ୍ର ରହେ ସେଥିପାଇଁ ଚର୍ମ ରେ ଭାଙ୍ଗ ପଡେ ନାହିଁ ।

୩: ଲେମ୍ବୁ ରେ ପଲିଫନାଲ ଆଣ୍ଟିଅଏକ୍ସିଡେନ୍ତଥାଏ । ଶରୀରରେ ଥିବା ଚର୍ବି କୁ କମାଏ । ସକାଳୁ ଉଠି ଖାଲି ପେଟରେ ପାଣି ରେ ଲେମ୍ବୁ ଚିପୁଡି ପିଇଲେ ଚର୍ବି କମି ଥାଏ ।

୪ : କୋଷ୍ଠକାଠିନ୍ୟ ଭଳି ରୋଗ ରୁ ମୁକ୍ତି । ହଜମ ଶକ୍ତି କୁ ଵଢେଇଥାଏ । ସାଲାଟ ରେ ଲେମ୍ବ ପକାଇ ଖାଇଲେ ଖାଦ୍ୟ ଭଲ ଭାବରେ ହଜମ୍ ହୁଏ ।

୫: ଲୋକ ମାନଙ୍କ ମୁହଁ ରୁ ବେଳେ ବେଳେ ଦୁର୍ଗନ୍ଧ ବାହାରୁଥିବା ଯୋଗୁଁ ସେମାନେ ଅଦା, ଲେମ୍ବୁ ବ୍ୟବହାର କରନ୍ତିି । ଲେମ୍ବୁ ପାଣି ପ୍ରତିଦିନ ପିଇବା ଦ୍ବାରା ପାଟି ର ଦୁର୍ଗନ୍ଧ କମିଯାଏ ।  ମାଛ, ରସୁଣ ,ପିଆଜ ଖାଇଲେ ପାଟି ଦୁର୍ଗନ୍ଧ ବାହାରେ । ଖାଇବା ପରେ ଗରମ ପାଣି ରେ ଲେମ୍ବୁ ପିଇଲେ ପାଟି ଦୁର୍ଗନ୍ଧ କମେ ।

୬: ଲେମ୍ବୁ ରେ ଆଣ୍ଟିଅକଷିଡେନ୍ଟ ଥାଏ । ଏହା ହୃଦଘାତ୍ ଓ କ୍ୟାନସର ରୁ ରକ୍ଷା କରିଥାଏ । ଆମ ଶରୀର ରେ କିଛି ଫ୍ରୀ ରେଡିକାଲ୍ ଥାଏ ଯଦି ଏହାର ପରିମାଣ ବଢେ ତହୃଦଘାତ୍ ଓ କ୍ୟାନସର ହୁଏ । ଲେମ୍ବୁ ଖାଇବା ଦ୍ଵାରା ଫ୍ରି ରେଡିକାଲ ନଷ୍ଟ ହୋଇଯାଏ ଓ ଏ ସବୁ ରୁ ରକ୍ଷା ପାଇବା ।


୭: ଖରାଦିନ ରେ ପ୍ରଚୁର ପରିମାଣ ର ଲେମ୍ବୁ ପାଣି ପିଇବା ଆବଶ୍ୟକ । ଖରାଦିନ ଅଧିକ ଝାଳ ବାହାରେ ତେଣୁ ଲେମ୍ବୁ ପାଣି ପିଇବା ଦ୍ଵାରା ଶରୀର କୁ ମିନେରାଲ ଓ ଶରୀର ହାଇଡ୍ରେଟ ରହେ ।

୮: ଲେମ୍ବୁ ରେ ସାଇଟ୍ରିକ ଏସିଡ ଥାଏ । ଏହା କିଡନୀ ରେ ଥିବା ସ୍ଟୋନ କୁ ମେଲ୍ଟ୍ କରିବା ରେ ସାହାଯ୍ୟ କରେ । ଲେମ୍ବୁ ପ୍ରତିଦିନ ଖାଇଲେ କିଡନୀ ରେ ସ୍ଟୋନ ହେଇଥିଲେ ଭଲ କରିବା ରେ ସାହାଯ୍ୟ କରେ ।

୯: ଲେମ୍ବୁ ରେ ଭିଟାମିନ C ଥାଏ, ଯାହା ଦାନ୍ତ ଓ ଅସ୍ତି କୁ ମଜବୁତ୍ କରେ ଓ ଏହା କୁ ସୁସ୍ଥ ରଖେ । ଦାନ୍ତ ଜନିତ କୌଣସି ଅସୁବିଧା ଥିଲେ ଲେମ୍ବୁ ଖାଇଲେ ସେ ସବୁରୁ ମୁକ୍ତି ମିଳେ ।

୧୦: ରକ୍ତ ଚାପ ରୁ ମୁକ୍ତି ମିଳେ । ବୟସ ଅନୁଯାଇ ଆଖି ର ପାୱାର ମଧ୍ୟ କମେ । ଲେମ୍ବୁ ପ୍ରତିଦିନ ଖାଇଲେ ସେ ସବୁରୁ ଉପଶମ ମିଳେ ।

ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ, ଭଲ ଲାଗିଥିଲେ ଲାଇକ ଓ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *