ଆସୁଛି ଆଉ ଗୋଟେ ଲଘୁଚାପ:- ହେବ ପ୍ରବଳ ବର୍ଷା, ଏହି ସବୁ ଜିଲ୍ଲାକୁ Yellow ୱାର୍ନିଙ୍ଗ

ଆସୁଛି ଆଉ ଏକ ଲଘୁଚାପ ବଙ୍ଗୋପସାଗରେ ଦାନା ବାନ୍ଧୁଛି ଆଉ ଗୋଟେ ଲଘୁଚାପ । ପଙ୍ଗୋପସାଗରର ଆନ୍ଧ୍ର ଉପକୂଳରେ ଆସୁଛି ଲଘୁଚାପ । ୧୩ ତାରିଖ ସୁଧାକୁ ନେଇ ପୂର୍ବାନୁମାନ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଲଘୁଚାପ ସୃଷ୍ଟି ହେବାକୁ ନେଇ ଭାରତୀୟ ପାଣିପାଗ ବିଭାଗ ସୂଚନା ରହିଛି । କିନ୍ତୁ ନିକଟରେ ଲାଗ ଲାଗ ୩ ଟି ଲଘୁଚାପ ହେବାରୁ ବନ୍ୟା ହୋଇଥିଲା । ଅଧିକ ସୂଚନା ପାଇବା ପାଇଁ ପାଣିପାଗ ବିଶେଷଜ୍ଞ  ଉମାଶଙ୍କର କହିଛନ୍ତି କି ସୂଚନା ଅନୁଯାଇ ୧୩ ସେପ୍ଟେମ୍ବରରେ ପଶ୍ଚିମ କେନ୍ଦ୍ର ବଙ୍ଗୋପସାଗର ତଥା ଆନ୍ଧ୍ର ଉପକୂଳ ଅଞ୍ଚଳରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ।

୧୨ ସେପ୍ଟେମ୍ବରରୁ ଦକ୍ଷିଣ ଓଡିଶାର ଆଭ୍ଯନ୍ତରୀଣ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।  ୧୩ ତାରିଖରେ ମଧ୍ୟ ଏହାର ପ୍ରଭାବ ରହିବ ସହିତ ୧୪ ତାରିଖରେ ଏହାର ପ୍ରଭାବ ଓଡିଶା ଉପରେ ସର୍ବାଧିକ ରହିବ । ମୁଖ୍ୟତଃ ଏହାର  ପ୍ରଭାବ ରହିଛି ଦକ୍ଷିଣ ଓଡିଶା ଜିଲ୍ଲା ଗୁଡିକ ଉପରେ ।

Image Courtesy: Google

ଯେତେବେଳେ ଆମର ଲଘୁଚାପ ସୃଷ୍ଟି ହୋଇଥାଏ  ବଙ୍ଗୋପସାଗରରେ ଏଥିରେ ଲଘୁଚାପ ପ୍ରଭାବରେ ଦୁଇ ରୁ ତିନି ଦିନ ଧରି ପ୍ରବଳ ବର୍ଷା ହୋଇଥିଲା ।  ଏଠି ମଧ୍ୟ ୱାର୍ନିଙ୍ଗ ମଧ୍ୟ ଜାରି କରାଯାଇଛି ୧୨ ତାରିଖରେ ମାଲକାନ ଗିରି, ନବରଂଗ ପୁର, କୋରାପୁଟ, ରାୟଗଡ଼ ଏହି ଜିଲ୍ଲା ଗୁଡିକରେ ଲଘୁଚାପ ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ସେଥିପାଇଁ ୟେଲ୍ଲୋ ୱାର୍ନିଙ୍ଗ ଜାରି କରାଯାଇଛି ଓ ଧୀରେ ଧୀରେ ଯେତେବେଳେ ସମୟ ହେବ ଲଘୁଚାପରା କଣ ସ୍ଥିତି ଅପଡେଟ ହେବ ।

Image Courtesy: Google

ଯଦି ଜିଲ୍ଲା ଗୁଡିକରେ ଅଧିକ ବର୍ଷା ହେଲେ ଯେଉଁ ୱାର୍ନିଙ୍ଗ ରହିଛି ସିଏ ମଧ୍ୟ ଅପଗ୍ରେଡ ହେବାର ସମ୍ଭାବନା ରହିଛି । ୧୩ ତାରିଖରେ ପାଖାପାଖି ମାଲକାନଗିରି, କୋରାପୁଟ, ନବରଂଗ ପୁର, ରାୟଗଡ଼,କନ୍ଧମାଳ, ଗଜପତି, ଗଞ୍ଜାମ ଏହି ଜିଲଗୁଡିକ ପାଇଁ ୟେଲ୍ଲୋ ୱାର୍ନିଙ୍ଗ ଅଧିକ ଜୋରରେ ବର୍ଷା ହେବ ପାଇଁ ଜାରି କରାଯାଇଛି । ବିଶେଷଜ୍ଞ କହିଛନ୍ତି ଯେହେତୁ ଲଘୁଚାପଟି ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋ ପସାଗରେ ସୃଷ୍ଟି ହୋଇଛି ଉତରା ଓଡିଶା ଜିଲ୍ଲା ଗୁଡିକରେ ଅଧିକ କିଛି ପ୍ରଭାବ ରହିବା ନହିଁ ।

Image Courtesy: Google

କିନ୍ତୁ ଦକ୍ଷିଣ ଓଡିଶା ଜିଲ୍ଲା ଗୁଡିକରେ ଅଧିକ ପ୍ରଭାବ ରହିବା । ଯଦି ଲଘୁଚାପ ହଉଛି ବନ୍ୟା ପରିସ୍ଥିତି ସୃଷ୍ଟି ହେବନି । ସେ କହିଛନ୍ତି ଯଦି ୨୪ ଘଣ୍ଟା ମଧ୍ୟରେ ୨୦ ସେଣ୍ଟି ମିଟରରୁ ଅଧିକ ବର୍ଷା ହେଉଛି ତାହେଲେ ହେବାର ସମ୍ଭାବନା ରହିପାରେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *