ଘରେ ଝାଡୁ ଲଗେଇବା ଏବଂ ରଖିବାରେ କରନ୍ତୁ ନାହିଁ ଏହି ଭୁଲ ନଚେତ ହେଇଯିବେ କାଙ୍ଗାଳ

ଘରର ବଡ ଲୋକ ମାନେ ଝାଡୁକୁ ନେଇ କିଛି ଗୁରୁତ୍ବପୂର୍ଣ କଥା କହିଛନ୍ତି ଯେମିତିକି ଝାଡୁକୁ ଓଲଟା ରଖିବା ଖରାପ ଅଟେ ଓ ଝାଡୁରେ ଗୋଡ ମାରିଲେ ଲକ୍ଷ୍ମୀ ମା ବହୁତ ରାଗିଥାନ୍ତି । ବାସ୍ତୁଶାସ୍ତ୍ରରେ ଝାଡୁରା ବହୁତ ମହତ୍ଵ ରହିଛି ଓ ଏହାକୁ ରଖିବାକୁ ନେଇ କିଛି ନିୟମ ବନାଯାଇଛି । ଲକ୍ଷ୍ମୀ ମାଙ୍କର ଝାଡୁ ବହୁତ ପ୍ରିୟ ହୋଇଥାଏ । ତାକୁ ଯଦି ଆମେ ଅନାଦର କରିଥାଉ କି ଯେଉଁଠି ନାଇ ଶେଠୀ ଫୋପାଡି ଥାଉ ଲକ୍ଷ୍ମୀ ବହୁତ ରାଗିଥାନ୍ତି । ଏହା କରିବା ଦ୍ଵାରା ଦାରିଦ୍ର୍ୟତା ଆସିଥାଏ ।

ସେଥିଲାଗି ଝାଡୁ ରଖିବାର ବହୁତ ଭଲ ଉପାୟ ରହିଛି ସେହିଭଳି ରଖିବା ଦ୍ଵାରା ଘରେ ସୁଖଶାନ୍ତି ଆସିବା ସହିତ ଧନରେ କମି ହୋଇନଥାଏ । ଏଥିରେ ମା ଲକ୍ଷ୍ମୀ ବହୁତ ପ୍ରସନ୍ନ ହୋଇଥାନ୍ତି । ଆସନ୍ତୁ ଜାଣିବା ଏହା ବିଷୟରେ ।

Image Courtesy: Google

ପୌରଣିକ ଗ୍ରନ୍ଥରେ କୁହାଯାଇଚିକି ଅନ୍ଧାର ହେଲାପରେ ଘରେ ଝାଡୁ ଲଗେଇବା ଅଶୁଭ ହୋଇଥାଏ । ଏହାଛଡା ପରିବାରର କେହି ସଦସ୍ୟ ଘରୁ ବାହାରକୁ ଗଲାବେଳେ ସଙ୍ଗେ ସଙ୍ଗେ ଝାଡୁ ଲଗେଇବା ଶୁଭ ହୋଇନଥାଏ । ସେ ଯିବାର ୧ ଘଣ୍ଟା କି ୨ ଘଣ୍ଟା ପରେ ଝାଡୁ ଲଗେଇବା ଉଚିତ । ଜାଡୁ ରେ ଗୋଡ ଲଗେଇବା ଉଚିତ ନୁହେଁ । କୁହାଯାଏକି ଏମିତି କରିବା ଦ୍ଵାରା ମା ଲକ୍ଷ୍ମୀ ରାଗିଯାଇଥାନ୍ତି । କୁହାଯାଏକି ଝାଡୁରା ଆଦର କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ଯଦି ରାତିରେ ଘର ଝାଡୁ କରୁଛନ୍ତି ତ ଘରର ଅଳିଆ ବାହାରକୁ ନିଅନ୍ତି ନହିଁ । ତାକୁ ଗୋଟେ କୋଣରେ ରଖନ୍ତୁ ଓ ସକାଳେ ବାହାରେ ପକାନ୍ତୁ ।

Image Courtesy: Google

କେବେ ଘରେ ଝାଡୁକୁ ଓଲଟା ରଖିବା ଉଚିତ ନୁହେଁ । କୁହାଯାଏକି ଏହାଦ୍ବାରା ଘରେ କଳହ ହୋଇଥାଏ । ଝାଡୁକୁ ଘରରୁ ବାହାରେ କି ଛାତ ଉପରେ ରଖିବା ଉଚିତ ନୁହେଁ । କୁହାଯାକି ଏମିତି କରିବା ଦ୍ଵାରା ଘରେ ଚୋରୀ ହେବାର ଆଶଙ୍କା ରହିଥାଏ । ଝାଡୁକୁ ସବୁବେଳେ ଏମିତି ଜାଗାରେ ରଖିବା ଆବଶ୍ୟକ ଯେଉଁଠି ଘର ଓ ବାହାରର କୌଣସି ସଦସ୍ୟାଙ୍କୁ ଦେଖା ନ ଯିବ ।

Image Courtesy: Google

ଘରେ ଯଦି ହଠାତ ଛୋଟ ପିଲା ଘରେ ଝାଡୁ କରିଥାଏ ତ କୁହାଯାଏକି ଘରେ କୁଣିଆ ଆସିବାର ଯୋଗ ରହିଥାଏ ।ନୂଆ ଘର ବନେଇବା ପରେ ସେଥିରେ ପୁରୁଣା ଝାଡୁ ନେଇଯିବା ଅଶୁଭ ହୋଇଥାଏ । ସ୍ଵପ୍ନରେ ଯଦି କେହି ନୂଆ ଝାଡୁ ନେଇକି ଠିଆ ହେବାର ଦେଖାଯାଏ ତ ତାହା ସୌଭାଗ୍ୟର ପ୍ରତୀକ ହୋଇଥାଏ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *