ଭାରତକୁ ପୂରା ସମର୍ଥନ ଜଣାଇଲା ଆମେରିକା, ଏବେ ଆତଙ୍କୀ ଏବଂ ପାକ୍ ଉପରେ ହେବ ଡବଲ ଆଟାକ୍ !

ଭାରତର ରାଷ୍ଟ୍ରୀୟ ପରାମର୍ଶଦାତା ଅଜିତ ଡୋଭାଲ ଗତକାଲି ଆମେରାକିର ବିଦେଶ ମନ୍ତ୍ରୀ ମାଇକ୍ ପାମ୍ପିଓଙ୍କ ସହ ଭାରତ-ପାକିସ୍ତାନ ମଧ୍ୟରେ ଚାଲିଥିବା ତିକ୍ତତା ସଂପର୍କରେ ସାରା ରାତି ଆଲୋଚନା କରିଥିଲେ । ଅଜିତ ଡୋଭାଲ ଆମେରିକୀ ବିଦେଶୀ ମନ୍ତ୍ରୀ ମାଇକ୍ ପାମ୍ପିଓଙ୍କୁ ଭାରତ ପକ୍ଷରୁ ପାକିସ୍ତାନରେ ପ୍ରବେଶ କରି ଜୈସ-ଏ-ମୋହମ୍ମଦର ଆତଙ୍କୀ ଆଡ୍ଡାଗୁଡିକ ଉପରେ କରିଥିବା ଏୟାରଷ୍ଟ୍ରାଇକ ସଂପର୍କରେ ବି ସୂଚନା ଦେଇଛନ୍ତି ।

ଅଜିତ ଡୋଭାଲ କହିଛନ୍ତି, ଭାରତ ପାକିସ୍ତାନ ପାଳୁଥିବା ଆତଙ୍କବାଦ ବିରୋଧରେ ଉଭୟ କୂଟନୈତିକ ଏବଂ ସାମରୀକ କାର୍ଯ୍ୟାନୁଷ୍ଠାନ ନେବାକୁ ପ୍ରସ୍ତୁତ ରହିଛି । ଯାହା ଉପରେ ଆମେରିକା ବିଦେଶ ମନ୍ତ୍ରୀ ଭାରତକୁ ସମର୍ଥନ ଜଣାଇ କହିଛନ୍ତି କି ଭାରତ ସହିତ ଆମେରିକା ରହିଛି ବୋଲି । ଆମେରିକା ଭାରତକୁ ସମର୍ଥନ କରିଛନ୍ତି ଏବଂ କହିଛି କି ଆତଙ୍କବାଦୀ ବିରୋଧରେ ଲଢେଇରେ ସେ ଭାରତ ସହ ରହିଛି ।

୨୦୧୬-୧୭ରେ ମାସୁଦକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାକୁ ଜାତିସଂଘରେ ପ୍ରସ୍ତାବ ଦେଇଥିଲା ଭାରତ । ତେବେ ଚୀନ ଏହି ପ୍ରସ୍ତାବକୁ ବିରୋଧ କରିବା ସହ ଭିଟୋ ପ୍ରୟୋଗ କରି ଏହାକୁ ଅଟକାଇ ଦେଇଥିଲା । ଏଠାରେ ଆମେ କହି ରଖୁଛୁ କି, ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦକୁ କଳା ତାଲିକାଭୁକ୍ତ କରିବାକୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ପ୍ରସ୍ତାବ ଆଣିଛନ୍ତି ଆମେରିକା, ବ୍ରିଟେନ ଓ ଫ୍ରାନ୍ସ । ଏହି ପ୍ରସ୍ତାବ ସମୟରେ ଜମ୍ମୁକଶ୍ମୀର ଅବନ୍ତିପୁରା ଆତଙ୍କବାଦୀ ଆକ୍ରମଣ ଘଟଣା ଉଠାଇଛନ୍ତି ତିନି ପ୍ରମୁଖ ରାଷ୍ଟ୍ର ।

ଜୈସ-ଏ-ମହମ୍ମଦ ଆତଙ୍କୀ ସଂଗଠନର ମୁଖ୍ୟ କୁଖ୍ୟାତ ଆତଙ୍କବାଦୀ ମସୁଦ ଅଜହରକୁ କଳା ତାଲିକାଭୁକ୍ତ କରିବାକୁ ପ୍ରସ୍ତାବ ଦାବି କରିଛନ୍ତି ଏହି ୩ରାଷ୍ଟ୍ର । ମସୁଦର ଆନ୍ତର୍ଜାତୀୟ ଯାତ୍ରା ଉପରେ ପ୍ରତିବନ୍ଧକ ଓ ସମ୍ପତିକୁ ଜବତ କରିବାକୁ ଦାବି କରିଛନ୍ତି । ଏହି ପ୍ରସ୍ତାବ ଉପରେ କିଛି ଆପତି ଥିଲେ ସୁରକ୍ଷା ପରିଷଦର ସଦସ୍ୟ ରାଷ୍ଟମାନେ ଆସନ୍ତା ମାର୍ଚ୍ଚ ୧୩ ତାରିଖ ପର୍ଯ୍ୟନ୍ତ ସେମାନଙ୍କର ମତ ରଖିବା ପାଇଁ ସମୟ ଦିଆଯାଇଛି । ତେବେ ଗତକାଲି ଆମେରିକା , ବ୍ରିଟ୍ରେନ ଓ ଫ୍ରାନ୍ସ ଏହି ପ୍ରସ୍ତାବ ଆଣିବା ପରେ ଚୀନ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ ।

Leave a Reply

Your email address will not be published. Required fields are marked *