ସୋସିଆଲ୍ ମିଡିଆରେ ୧୧ ଜଣ ଯୁବକ ପାକିସ୍ତାନର ପତାକା ପିନ୍ଧି ଛାଡିଥିଲେ ଫଟୋ ! ଦେଶ ଭିତରେ ଏଭଳି ଦେଶଦ୍ରୋହି ବି ଅଛନ୍ତି, ଜାଣନ୍ତୁ ପୋଲିସ୍ ଏମାନଙ୍କ ସହ କଣ କଲା ।

ଯେଉଁଠି ସାରା ଦେଶ ସହିଦ ମାନଙ୍କ ପାଇଁ ଦୁଖ ପ୍ରକାଶ କରୁଛି ସେଇଠି କିଛି ଏମିତି ଲୋକ ଅଛନ୍ତି ଯେଉଁମାନେ ଆମ ଦେଶର ହୋଇ ମଧ୍ୟ ପାକିସ୍ତାନକୁ ସପୋର୍ଟ କରୁଛନ୍ତି । ଏସପିଙ୍କ କହିବାନୁସାରେ ମଙ୍ଗଳବାର ପାକିସ୍ତାନରେ ଜୈସ-ଏ-ମହମ୍ମଦର ପ୍ରଶିକ୍ଷଣ ଶିବିର ଉପରେ ଭାରତୀୟ ବାୟୁସେନାର ଆକ୍ରମଣ ପରେ ସ୍ଥାନୀୟ ଅଞ୍ଚଳର ନିରସା ବ୍ଲକର କିଛି ଲୋକ ଉତ୍ସବ ମନାଉଥିଲେ ଏବଂ ସେହି ସମୟରେ ସୋସିଆଲ୍ ମିଡିଆରେ ଏଭଳି ଫଟୋ ଦେଖି ସେମାନେ ଚକିତ ହୋଇଯାଇଥିଲେ । ଝାରଖଣ୍ଡର ଧନବାଦ୍ ଜିଲ୍ଲାରେ ପାକିସ୍ତାନୀ ପତାକାରେ ପ୍ରସ୍ତୁୂତ ଟି-ସାର୍ଟ ପିନ୍ଧିଥିବା ୧୧ ଜଣ ଯୁବକଙ୍କ ଫଟୋକୁ ସୋସିଆଲ୍ ମିଡିଆରେ ଦେଖିବା ପରେ ସେହି ଯୁବକଙ୍କ ନାଁରେ ଦେଶଦ୍ରୋହର ମାମଲା ଲାଗିଛି ।

ପୋଲିସ୍ ଅଧ୍ୟକ୍ଷ ଅମନ୍ କୁମାର ଏନେଇ କହିଛନ୍ତି ଉକ୍ତ ଫଟୋରେ ସନ୍ଦିଗ୍ଧ ଭଳି ନଜର ଆସୁଥିବା ୫ ଜଣ ଯୁବକଙ୍କୁ ବୁଧବାର ଗିରଫ କରାଯାଇଛି । ଏହାପରେ ଗ୍ରାମବାସୀ ମିଶି ଉକ୍ତ ୧୧ ଜଣ ଯୁବକଙ୍କ ଘରକୁ ଘେରିବା ସହ ଭଙ୍ଗାଭଙ୍ଗି ବି କରିଥିଲେ ।

ପୋଲିସକୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଲାଠିଚାର୍ଜ କରିବାକୁ ପଡିଥିଲା । ତେବେ ପୋଲିସ୍ ଗିରଫ ହୋଇଥିବା ଯୁବକଙ୍କ ବିଷୟରେ କିଛି ପ୍ରତିକ୍ରିୟା ଜାହିର କରିନାହିଁ । କୁମାରଙ୍କ କହିବାନୁସାରେ ଏହି ଫଟୋକୁ ନେଇ ସାରା ଅଞ୍ଚଳରେ ଆକ୍ରୋଶ ଖେଳେଇ ଯିବା ପରେ ଜିଲ୍ଲା ପ୍ରଶାସନ ମଙ୍ଗଳବାର ସନ୍ଧ୍ୟା ବୈଦ୍ୟପୁର ଗ୍ରାମରେ ଧାରା ୧୪୪ ଲାଗୁ କରିଥିଲେ ।

 

Leave a Reply

Your email address will not be published. Required fields are marked *