ବାଥରୁମ ରୁ ବାହାରିଲା ଦୁନିଆର ସବୁଠାରୁ ବଡ ସାପ, ବେଶିନ ଠାରୁ ବାଥଟବ ପର୍ଯ୍ୟନ୍ତ ଆସିଲା ତ ଉଡିଲା ମହିଳାଙ୍କ ହୋସ

ସାପ ବିଷୟରେ ଶୁଣିଲେ କାହାର ବି ହୋଷ ଉଡିପାରେ ,ଏମିତି ପରିସ୍ଥିତିରେ ଯଦି କାହାକୁ ହଠାତ ସାପ ଦେଖାଯାଏ ତାହେଲେ ଭାବନ୍ତୁ ତାର କଣ ହେବ । ଜଣେ ମହିଳାଙ୍କ ସହିତ କିଛି ଏମିତି ହୋଇଛି ଯେତବେଳେ ସେ ତାଙ୍କ ବାଥରୁମ ରେ ୮ଫୁଟର ଲାମ୍ବା ଦୁନିଆର ସବୁଠାରୁ ବଡ ସାପ ଦେଖାଦେଇଥିଲା । ତାକୁ ଦେଖିବା ପରେହିଁ ମହିଳାଙ୍କ ହୋଷ ଉଡିଗଲା । ସାପ ପ୍ରଥମେ ବେଶିନ ପାଖରେ ଥିଲା କିନ୍ତୁ ହଠାତ ଗାଧୁଆକୁଣ୍ଡ ପାଖରେ ପହଞ୍ଚିଲା ।

ସାପ ଲୁଚିବାକୁ ଚେଷ୍ଟା କରୁଥିଲା । ମହିଳା ବାଥରୁମରେ ସାପକୁ ଦେଖି ବାହାରକୁ ଆସିଲେ ଏବଂ ପୋଲିସଙ୍କୁ ଖବର ଦେଲେ । ପୋଲିସ ଠିକ ସମୟରେ ପହଞ୍ଚିଲେ ଏବଂ ସାପକୁ କାବୁ କରିବା ଆରମ୍ଭ କରିଦେଲେ ।

ମହିଳାଙ୍କ ବାଥରୁମରୁ ବାହାରିଲା ୮ଫୁଟ ଲାମ୍ବା ସାପ

ମହିଳାଙ୍କ ବାଥରୁମରୁ ବାହାରିଲା ୮ଫୁଟ ଲାମ୍ବା ସାପ ବିଷୟରେ ପୁରା ସୂଚନା ମର୍ସୀସାଇଡ ପୋଲିସ ନିଜ ଫେସବୁକ ପେଜରେ ଦେଇଛନ୍ତି । ପୋଲିସ ଏହି ଘଟଣାର ଏକ ଫଟୋ ନିଜ ଫେସବୁକ ରେ ଶେୟାର କରିଛନ୍ତି । ପୋଲିସ ପୋଷ୍ଟରେ କହିଛନ୍ତି କି ଯେତବେଳେ ତାଙ୍କୁ ଫୋନ କରି ଏହି ଘଟଣା ବିଷୟରେ କୁହାଗଲା ସେ ବହୁତ ଆଶ୍ଚଜ୍ୟ ହୋଇଗଲେ । ଏହାପରେ ପୋଲିସ ଟିମ ମହିଳାଙ୍କ ଘରେ ପହଞ୍ଚିଲେ ଏବଂ ତାଙ୍କ ବାଥରୁମରୁ ୮ଫୁଟ ଲାମ୍ବା ସାପ ମିଳିଲା ।

ବାଥରୁମରୁ ବାହାରିଲା ବୋଆ କୋଂଷ୍ଟ୍ରିକ୍ଟୋର ସାପ

ପୋଲିସର ଟିମ ଶୀଘ୍ର ଏହି ସାପକୁ ବାହାର କରିବା ପାଇଁ ଚେଷ୍ଟା ଆରମ୍ଭ କଲେ । ବହୁତ ଚେଷ୍ଟା ପରେ ସେମାନେ ଏହି ସାପକୁ କାବୁ କଲେ । ଏହାପରେ ପୋଲିସ ଟିମ ଧରିଥିବା ସାପ ବିଷୟରେ ସର୍ଚ ଆରମ୍ଭ କଲେ । ଯାଞ୍ଚ କରିବା ପରେ ଜଣାପଡିଲା କି ସେହି ସାପ ଦୁନିଆର ସବୁଠାରୁ ବଡ ସାପମାନଙ୍କ ଭିତରୁ ଗୋଟିଏ ବୋଆ କୋଂଷ୍ଟ୍ରିକ୍ଟୋର ସାପ ଅଟେ । ଅନଲାଇନ ସର୍ଚ ପରେ ଅଧିକାରୀଙ୍କୁ ଏହା ଉପରେ ବିଶ୍ଵାସ ହେଲା ଏବଂ ଏହା ଜଣାପଡିଲା କି ସେହି ସାପ ଅଧିକ ବିଷାକ୍ତ ନୁହେଁ ।

ମର୍ସୀସାଇଡ ପୋଲିସ ଫେସବୁକ ପୋଷ୍ଟରେ ଦେଲେ ସୂଚନା

ଏହା ପୂର୍ବରୁ ପୋଲିସ ଟିମ ସାପକୁ ବାଥରୁମରୁ ବାହାର କରିବା ପାଇଁ ବହୁତ କାର୍ଯ୍ୟବିଧି କଲେ । ସେମାନେ ବହୁତ ସଂଗଠନକୁ ସମ୍ପର୍କ କଲେ କିନ୍ତୁ କେହି ସେହି ସାପକୁ ନେବା ପାଇଁ ପହଞ୍ଚିଲେ ନାହିଁ। ପୋଲିସ ଟିମ ମେଟ୍ରିକ୍ସ ଟିମ ସହିତ ଯୋଡିହୋଇଥିବା କଂଷ୍ଟେବଳ କ୍ରିସ ଇଷ୍ଟବୁଡକୁ ଡାକିଲେ ଏବଂ ସେ ସାପକୁ ଧରିଲେ ବାହାରକୁ ନେଇଗଲେ ।

ପୋଲିସ ସାପ ବିଷୟରେ ମହିଳା ଏବଂ ତାଙ୍କ ପଡୋଶିଙ୍କୁ ପଚାରିବାରୁ ସେମାନେ କହିଲେ କି ସାପ ବାଥରୁମକୁ କେମିତି ଆସିଲା ସେମାନେ ଜାଣିନାହାଁନ୍ତି । ଏହି ଘଟଣା ୩୦ଡିସେମ୍ବର ୨୦୧୯ର ଅଟେ କିନ୍ତୁ ପୋଲିସ ସାପର ଫଟୋକୁ ସୋମବାର ଦିନ ନିଜ ଫେସବୁକ ପେଜରେ ଶେୟାର କରିଛନ୍ତି ।

Leave a Reply

Your email address will not be published. Required fields are marked *