ଆପଣ ମାନେ ବଲୀଉଡ ବିଷୟରେ ବହୁତ କିଛି ଜାଣିଛନ୍ତି । ତେବେ ବଲୀଉଡ ରେ ବହୁତ ଏମିତି ଅଭିନେତା ଅଭିନେତ୍ରୀ ଆସିଛନ୍ତି ଯିଏ ଗୋଟେ ଦିଟା ଫିଲ୍ମ କରି ସାମାନ୍ଯ ଜୀବନ ବଞ୍ଚୁଛନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଅଭିନେତା ବିଷୟରେ କହିବାକୁ ଯାଉଛୁ ଯାହା ପ୍ରଥମ ଫିଲ୍ମ ବହୁତ ଲାଭ ହୋଇଥିଲା । ତେବେ ପ୍ରାୟତଃ ଅଭିନେତା ଅଭିନେତ୍ରୀଙ୍କ ଫିଲ୍ମ ଫ୍ଲପ ହେଲେ ତାଙ୍କୁ କାମ ମିଳି ନଥାଏ କିନ୍ତୁ ଏହି ଅଭିନେତା ସହ ଏମିତି କିଛି ହେଇ ନଥିଲା ।

ଆପଣ ମାନେ ରମଇୟା ବସ୍ତାବୟା ଚଳଚିତ୍ର ବହୁତ ପ୍ରସିଦ୍ଧ ହୋଇଥିଲା, ଏହି ଫିଲ୍ମ ରେ କାମ କରିଥିବା ଅଭିନେତାଙ୍କ ନାମ ଗିରୀଶ କୁମାର ଥିଲା, ତାଙ୍କ ଅଭିନୟ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା, ତେବେ ଏହି ଫିଲ୍ମ କରିବା ପାଇଁ ଗିରୀଶଙ୍କୁ ୪ ବର୍ଷ ନିଜ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦବାକୁ ପଡିଥିଲା । ଗିରୀଶ ପ୍ରୋଡ୍ୟୁସର ରମେଶ ତୋରାନୀ ପୁଅ ଅଟନ୍ତି ତେବେ ରମେଶ ତୋରାନୀ କଥା ମାନି ପ୍ରଭୁ ଦେବା ଗିରୀଶକୁ ନିଜ ଫିଲ୍ମ ରମଇୟା ବସ୍ତାବୟା ଚଳଚିତ୍ରରେ ମୁଖ୍ୟ ଅଭିନେତା କରିଥିଲେ ଓ ତାଙ୍କ ଅଭିନୟ ଦର୍ଶକମାନଙ୍କୁ ବହୁତ ପସନ୍ଦ ଆସିଥିଲା ଏହା ପରେ ଗିରୀଶ ପ୍ରସିଦ୍ଧ ମଧ୍ୟ ହୋଇଥିଲେ ଲୋକ ତାଙ୍କୁ ଜାଣିବାକୁ ପାଇଲେ ।

ଏହି ଫିଲ୍ମ ନିର୍ମାଣ ପାଇଁ ୪୦କୋଟି ଖର୍ଚ ହୋଇଥିଲା କିନ୍ତୁ ବକ୍ସ ଅଫିସରେ ଏହି ଫିଲ୍ମ ୧୧୦କୋଟି ଟଙ୍କା ରୋଜଗାର କରିଥିଲା ନୂଆ ଅଭିନେତା ମାନଙ୍କ ଫିଲ୍ମ ବହୁତ କମ ସୁପର ହିଟ ହୋଇଥାଏ କିନ୍ତୁ ଗିରିଶଙ୍କ ପ୍ରଥମ ଫିଲ୍ମ ବହୁତ ହିଟ ହୋଇଥିଲା । ରମଇୟା ବସ୍ତାବୟା ଚଳଚିତ୍ର ଏହି ଅଭିନେତା ବର୍ତମାନ କଣ କରୁଛନ୍ତି ସେହା କଣ ଆପଣ ଯାଇଞ୍ଚନ୍ତି ସେ କଣ କରୁଛନ୍ତି ।

ତାଙ୍କ ପ୍ରଥମ ଫିଲ୍ମ ହିଟ ହେଲା ପରେ ମଧ୍ୟ ତାଙ୍କୁ ଅନ୍ୟ ଫିଲ୍ମ ପ୍ରାପ୍ତ ହେଲା ନାହିଁ କିନ୍ତୁ ୩ ବର୍ଷ ପରେ ୨୦୧୬ରେ ତାଙ୍କୁ ନୂଆ ଫିଲ୍ମ ପ୍ରାପ୍ତ ହେଲା ଯାହା ବହୁତ ଖରାପ ଭାବରେ ଫ୍ଲପ ହୋଇଥିଲା । ଏହି ଫିଲ୍ମ ପରେ ସେ ଅପେକ୍ଷା କଲେ କିନ୍ତୁ ତାଙ୍କୁ କୌଣସି ଫିଲ୍ମ ପ୍ରାପ୍ତ ହେଲା ନାହିଁ, ଯାହା ପରେ ସେ ଗୋଟେ ଛୋଟ ଚାକିରି କରୁଛନ୍ତି ଓ ନିଜ ଛୋଟ ସଂସାରରେ ସୁଖୀ ଅଛନ୍ତି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।