ବଡ ଖବର- ଭାରତକୁ ଆସିବ କରୋନା ଟୀକା, ରୁଷ ସହିତ ହେଲା ଭାରତୀୟ କମ୍ପାନୀ Dr Reddyର Deal

ରୁଷର କରୋନା ଟୀକାକୁ ଭାରତରେ ବିକିବା ପାଇଁ ଭାରତର ବଡ ଫାର୍ମା କମ୍ପାନୀ ଡକ୍ଟର ରେଡ୍ଡୀ  ସହିତ ଡିଲ ହୋଇଛି । ନ୍ୟୁଜ ଏଜେନସି ରାୟଟର୍ସ ମୁତାବିକ, ସୋଭେରେନ ୱେଲଥ ଫଣ୍ଡ ଆରଡିଆଇଏଫ  ଭାରତର  ଡକ୍ଟର ରେଡ୍ଡୀକୁ ୧୦ କୋଟି ଡୋଜ ବିକିବେ ।

ସେଥିପାଇଁ ଭାରତ ଓ ସବୁ ରେଗ୍ୟୁଲେଟେରୀ  ମଞ୍ଜୁରୀ ମିଳିସାରିଛି । ଆପଣଙ୍କୁ ଜଣେଇବାକୁ ଚାହୁଞ୍ଚୁ କି ଏହି ଖବର ପରେ ଡକ୍ଟର ରେଡ୍ଡୀଙ୍କ ଶେୟାରରେ ବହୁତ ତେଜିରେ ପରିବର୍ତ୍ତନ ଆସିଛି । ବୁଧବାରରେ କମ୍ପାନୀର ଶେୟାର ୪.୩୬ ପ୍ରତିଶତ ବୃଦ୍ଧି ସହିତ ୪୬୩୭ ଟଙ୍କାର ଭାବ ଉପରେ ବନ୍ଦ ହୋଇଛି ।

Image Courtesy: Google

ରୁଷର କରୋନା ଟୀକା ବିଷୟରେ ଜାଣନ୍ତୁ ରୁଷ ଏହି ଭ୍ୟାକସିନର ନାମ ‘ ସ୍ତୂପନିକ ବି’ ଦେଇଛି । ରୁଷ ଭାଷାରେ ‘ ସ୍ପୁତନିକ ‘  ଶବ୍ଦର ଅର୍ଥ ସ୍ୟାଟେଲାଇଟ ହୋଇଥାଏ । ରୁଷ ହିଁ ବିଶ୍ଵର ପ୍ରଥମ ଶ୍ୟାଟେଲାଇଟ ବନେଇ ଥିଲା । ତାହାର ନାମ ସ୍ପୁତନିକ ହିଁ ରାଖୀ ଥିଲା ।

Image Courtesy: Google

ସେଥିପାଇଁ ନୂଆ ଭ୍ୟାକସିନକୁ ନେଇ କୁହାଯାଉଚିକି ରୁଷ ପୁଣିଥରେ ଆମେରିକାକୁ କହିବାକୁ ଚାହୁଞ୍ଚିକି ଭ୍ୟାକସିନ ରେସରେ ସେ ଆମେରିକାକୁବି ପଛରେ ପକେଇ ଦେଇଛି । ଯେମିତି କିଛି ବର୍ଷ ପୂର୍ବେ ଅନ୍ତରିକ୍ଷର ରେସରେ ସୋବିୟତ ସଂଘ ଆମେରିକାକୁ ପଛରେ ଛାଡି ଥିଲା ।

ରୁଷ ୧୧ ଅଗଷ୍ଟକୁ କୋଭିଡ- ୧୯ର ଭ୍ୟାକସିନର ମଜୁରି ଦେବା ଦୁନିଆର ପ୍ରଥମ ଦେଶ ବନିଥିଲା । ଏହି ଭ୍ୟାକସିନ ଆଗ ବର୍ଷ ଜାନୁଆରୀରୁ ସାଧାରଣ ଜନତାଙ୍କ ପାଇଁ ଉପଲବ୍ଧ ହେବ । ରୁଷରେ ଗୌମେଲିଆ ରିସର୍ଚ ଇନଷ୍ଟିଟ୍ୟୁଟ ଓ ରକ୍ଷା ମନ୍ତ୍ରାଲୟ ଦ୍ଵାରା ସାଯୁକ୍ତ ରୂପରେ ବିକଶିତ ‘ ସ୍ତୂପନିକ – ୫ ‘ ନାମରେ ନାମିତ କୋରନା ସବୁଠୁ ପ୍ରଥମେ ସଂକ୍ରମିତଙ୍କ ଚିକିତ୍ସାରେ ଜଡିତ କର୍ମୀଙ୍କୁ ଦିଆଯାଇଛି । ଏହି ଭ୍ୟାକସିନର ଉତ୍ପାଦନ ସଂଯୁକ୍ତ ରୂପରେ ରୁଷି ପ୍ରତେକ୍ଷ ନିବେଶ କୋଷ ( ଆରଡିଆଇଏଫ ) ଦ୍ଵାରା କରାଯାଉଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *