ଆଜିକାଲି ଓଡିଆ ସିରିୟଲର ଦର୍ଶକମାନଙ୍କ ସଂଖ୍ୟା ବହୁତ ଅଟେ । ସମସ୍ତେ ବର୍ତ୍ତମାନ ସମୟରେ ଓଡିଆ ସିରିୟଲକୁ ବହୁତ ଭଲ ପାଇବା ଦେଉଛନ୍ତି ଓ ଏଥିରେ ନଜର ଆସୁଥିବା ଅଭିନେତା ଓ ଅଭିନେତ୍ରୀଙ୍କୁ ବି ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।
ଦର୍ଶକମାନେ ନିଜର ପ୍ରିୟ ଅଭିନେତା ଓ ଅଭିନେତ୍ରୀଙ୍କ ବିଷୟରେ ଜାଣିବା ପାଇଁ ବି ଇଚ୍ଛୁକ ଥାନ୍ତି । ଅନ୍ୟ ପଟେ ସୋସିଆଲ ମିଡିଆରେ ବି ପ୍ରାୟତଃ ଏହି ଅଭିନେତା ଓ ଅଭିନେତ୍ରୀଙ୍କ ସହ ଜଡିତ କିଛି ନା କିଛି ଖବର ଭାଇରାଲ ହୋଇଥାଏ । ଯେମିତି କି ସେ ବର୍ତ୍ତମାନ କେଉଁ ସିରିୟଲରେ କାମ କରୁଛନ୍ତି, ସେ କାହାକୁ ବାହା ହେଲେ ଓ ସେ ବର୍ତ୍ତମାନ କେଉଁଠି ଅଛି ଇତ୍ୟାଦି । ଏହି କ୍ରମରେ ଆଜି ଆମେ ଆପଣଙ୍କୁ ପୁଣି ଥରେ ଜଣେ ଓଡିଆ ସିରିୟଲ ଅଭିନେତ୍ରୀଙ୍କ ବିଷୟରେ କହିବୁ ।
ଯିଏକି ଅଳ୍ପ କିଛି ଦିନ ହେବ ବିବାହ କରିଛନ୍ତି ଓ ବର୍ତ୍ତମାନ ସେ ନିଜର ଶାଶୁଘର କଣ କରୁଛନ୍ତି ତାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବୁ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଅରବିନ୍ଦ ଓ ଜ୍ୟାକଲିନ ମେ ୨୧ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜ୍ୟାକଲିନ ବର୍ତ୍ତମାନ ନିଜ ଶାଶୁଘରେ ବହୁତ ଖୁସିରେ ଅଛନ୍ତି । ଆପଣ ତାଙ୍କର ବିବାହର କିଛି ଫଟୋ ନିଶ୍ଚିତ ଦେଖିଥିବେ । ଯେଉଁଥିରେ ସେ ତାଙ୍କ ବିବାହ ସମୟରେ ବହୁତ ମଜା କରୁଥିବାର ନଜର ଆସୁଛନ୍ତି ।
ସେ ତାଙ୍କ ବିବାହକୁ ନେଇ ବହୁତ ଉତ୍ସାହିତ ଓ ଆନନ୍ଦିତ ଅଛନ୍ତି । ଯାହାର ଝଲକ ତାଙ୍କ ଚେହରାରେ ନଜର ଆସୁଛି । ଅରବିନ୍ଦ ଓ ଜ୍ୟାକଲିନଙ୍କ ପ୍ରେମ କାହାଣୀ ଶୁଟିଙ୍ଗ ସେଟରୁ ହିଁ ଆରମ୍ଭ ହୋଇଯାଇଥିଲା । ଏମାନେ ପରସ୍ପରକୁ ବହୁତ ଭଲ ପାଆନ୍ତି । ଏମାନଙ୍କର ଭଲ ପାଇବା ଆପଣ ଏମାନଙ୍କ କେମେଷ୍ଟ୍ରି ଦେଖି ଜାଣି ପାରିବେ । ‘ମୋ ଜେଜେମା’ ସିରିୟଲରେ ଶୁଟିଙ୍ଗ ସମୟରେ ହିଁ ଅରବିନ୍ଦ ଓ ଜ୍ୟାକଲିନ ପରସ୍ପରକୁ ଭଲ ପାଇ ବସି ଥିଲେ । ଏମାନେ ପାଖାପାଖି ୩ ବର୍ଷ ପର୍ଯ୍ୟନ୍ତ ରିଲେଶନସିପରେ ଥିଲେ ।
ଏହା ପରେ ଏମାନେ ବିବାହ କରିବା ପାଇଁ ନିଷ୍ପତି ନେଲେ ଓ କିଛି ଦିନ ପୂର୍ବେ ହିଁ ଏମାନେ ବିବାହ କରିଛନ୍ତି । ମେ ୨୧ରେ ବିବାହ କରିବା ପରେ ବର୍ତ୍ତମାନ ଜ୍ୟାକଲିନ ନିଜର ଶାଶୁଘରେ ରହୁଛନ୍ତି । ଶାଶୁଘରର ତାଙ୍କର କିଛି ଫଟୋ ବି ବର୍ତ୍ତମାନ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ନିଜର ଶାଶୁଘର ଲୋକମାନଙ୍କ ସହ ହସ ଖୁସିଶରେ ନଜର ଆସିବା ସହ ତାଙ୍କ ସହ ମିଶି ରୋଷେଇ କରୁଛନ୍ତି । ଏହା ସହିତ ସେ ଶାଶୁଘରେ ନିଜର ସ୍ଵାମୀଙ୍କ ସହ ବହୁତ ଫଟୋ ଭିଡିଓ କରି ସୋସିଆଲ ମିଡିଆରେ ଶେୟାର କରିଛନ୍ତି ।
ବର୍ତ୍ତମାନ ସମୟରେ ଜ୍ୟାକଲିନ ପରିଡା ‘ହେ ପ୍ରଭୁ’ ସିରିୟଲରେ ଅଭିନୟ କରୁଛନ୍ତି । କିନ୍ତୁ ବାହାଘର ପରେ ସେ ଏହି ସିରିୟଲରେ କାମ କରିବେ କି ନାହିଁ ଏହା ବିଷୟରେ ସ୍ପଷ୍ଟ କୌଣସି ସୂଚନା ମିଳି ନାହିଁ । କିନ୍ତୁ ଆଗାମୀ ଦିନରେ ଆଶା କରାଯାଉଛି କି ସେ ପୁଣି ଥରେ ଅଭିନୟ କରିବେ। କୋବିଡ କାରଣରୁ ସରକାର ସମସ୍ତ ପ୍ରକାରର ଶୁଟିଙ୍ଗକୁ ବନ୍ଦ କରି ଦେଇଛନ୍ତି । ଏଥିପାଇଁ ଜ୍ୟାକଲିନ ପରିଡା ନିଜର ଶାଶୁଘର କଟକରେ ହିଁ ରହୁଛନ୍ତି । ଲକଡାଉନ ପରେ ଆମେ ସମସ୍ତେ ଆଶା କରୁଛୁ କି ସେ ନିଜର ହେ ପ୍ରଭୁ ଶୁଟିଙ୍ଗ ସେଟକୁ ଫେରି ଯିବେ ।