ନମସ୍କାର ବନ୍ଧୁଗଣ, ସୂଚନା ଅନୁଯାୟୀ ଦୁଇ ଜିଲ୍ଲାର କଲେକ୍ଟର ଗୋଟିଏ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ବଲାଙ୍ଗିର କଲେକ୍ଟର ତଥା ଜିଲ୍ଲାପାଳଙ୍କ ସହ ବିବାହ ହେବାକୁ ଯାଉଛି ସମ୍ବଲପୁର କଲେକ୍ଟରଙ୍କ ସହ । ଗତ କାଲି ତାଙ୍କ ନିର୍ବନ୍ଧ ଆଡମ୍ବରରେ ହୋଇଥିବାର ନଜର ଆସିଛି । ଦୁଇ ଜିଲ୍ଲା ସମ୍ଭାଳୁଥିବା ଅଫିସର ବର୍ତ୍ତମାନ ପରସ୍ପରର ଜୀବନ ସାଥି ହେବାକୁ ଯାଉଛନ୍ତି । ତେବେ ଏହି ଖବର ସହ ଜଡିତ ଥିବା ସମ୍ପୂର୍ଣ ଖବରକୁ ଜାଣିବା ପାଇଁ ଆମର ଏହି ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ନିହାତି ଦେଖନ୍ତୁ ।ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ।
ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସଙ୍କ ସହ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କର ଖୁବ ଶୀଘ୍ର ବିବାହ ହେବାକୁ ଯାଉଛି । ରବିବାର ଦିନ ନିର୍ବନ୍ଧ ସରିଛି । ଉଭୟ ପକ୍ଷର ପରିବାର ବର୍ଗ, ସମ୍ପର୍କୀୟ ଏବଂ ସାଙ୍ଗାସାଥୀ ମାନଙ୍କ ଉପସ୍ଥିତିରେ ତାଙ୍କ ନିର୍ବନ୍ଧ କାର୍ଯ୍ୟ ସମ୍ପର୍ଣ ହୋଇଛି । ସମ୍ବଲପୁର ଜିଲ୍ଲାପାଳଙ୍କ ବାସ ଭବନରେ ତାଙ୍କର ଏହି ନିର୍ବନ୍ଧ ଆସନ୍ତା କାଲି ହୋଇଛି ।
ନିର୍ବନ୍ଧ ଅଳ୍ପ ଲୋକଙ୍କ ମଧ୍ୟରେ କରାଯାଇଛି । ସାଧାରଣ ଭାବରେ ଶାନ୍ତି ଶୃଙ୍ଖଳାର ସହ ହାତ ଗଣତି କିଛି ଲୋକଙ୍କ ଯୋଗାଦାନରେ ନିର୍ବନ୍ଧ କାର୍ଯ୍ୟ ପୁରା ହୋଇଛି । ତିନି ମାସ ମଧ୍ୟରେ ଏହି ଦୁଇ ଜିଲ୍ଲାପାଳ ବିବାହ ବନ୍ଧନରେ ବାନ୍ଧି ହେବେ । ସବୁଠାରୁ ବଡ କଥା ହେଉଛି ଏହା ଉଭୟଙ୍କର ଦିତୀୟ ବିବାହ ଅଟେ । ଉଭୟଙ୍କ ସିନିୟର ଅଧିକାରୀ କେହି ମଧ୍ୟ ତାଙ୍କ ନିର୍ବନ୍ଧରେ ନଥିଲେ ।
କାରଣ ଉଭୟ ନିଜ ନିର୍ବନ୍ଧକୁ ବହୁତ ସରଳ ଏବଂ ସାଧାରଣ ଭାବରେ କରିବାର ନିସ୍ପତି ନେଇଥିଲେ । ସମ୍ବଲପୁର ଜିଲ୍ଲାପାଲ ତ୍ତଙ୍କର ନିର୍ବନ୍ଧ ପାଇଁ କିଛି ସୂଚନା ଦେଇନଥିଲେ ମଧ୍ୟ ବଲାଙ୍ଗୀର ଜିଲ୍ଲାପାଳ କିଛି ଫଟୋ ଶେୟର କରିଛନ୍ତି ସୋସିଆଲ ମିଡିଆରେ ଯେଉଁଥିରୁ ଜଣାପଡିଛି କି ଉଭୟ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ।
ଦୁଇଜଣ କଲେକ୍ଟର ହୋଇ ମଧ୍ୟ ବହୁତ ସାଧାରଣ ଭାବରେ ନିର୍ବନ୍ଧ କରି ଯାକ ଜମକ କରିନଥିବା କଥା ବହୁତ ଚର୍ଚ୍ଚାର ବିଷୟ ପାଲଟି ଯାଇଛି । କେଉଁଠି ନା କେଉଁଠି ଏଥିରୁ ଏକ ବାର୍ତ୍ତା ମିଳୁଛି କି ଅଯଥା ବାହାଘରରେ କୋଟି କୋଟି ଟଙ୍କା ବିନିର୍ମୟ କରିବାର କୌଣସି ଆବଶ୍ୟକତା ନଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।