ଆକାଶରୁ ବର୍ଷିଲା ଲକ୍ଷ ଲକ୍ଷ ଟଙ୍କା! ବର୍ଷା ହେଉଛି 100 ଓ 500 ଟଙ୍କିଆ ନୋଟ… ଗୋଟାଇବା ପାଇଁ ଦୌଡୁଛନ୍ତି ଲୋକେ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆକାଶ ମାର୍ଗରୁ ଟଙ୍କା ବର୍ଷା ହେବାର କଥା ହୁଏତ ଆପଣ  ସ୍ଵପ୍ନରେ ଦେଖିଥାଇ ପାରନ୍ତି କିନ୍ତୁ କେବେ ବାସ୍ତବରେ ଦେଖିନଥିବେ । ଖବର ଅନୁଯାୟୀ ଗୁଜୁରାଟରେ ଆକାଶ ମାର୍ଗରୁ ହୋଇଛି ଟଙ୍କା ବର୍ଷା । ଆପଣ ଭାବୁଥିବେ ତାହା ପ୍ରକୃତିକ ଟଙ୍କା ବର୍ଷା ହୋଇଥିବ କିନ୍ତୁ ତାହା କୃତିମ ଟଙ୍କା ବର୍ଷା ଥିଲା ଯାହା କି ୫୦ ଲକ୍ଷ ଟଙ୍କାର ବର୍ଷା ଥିଲା । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା କାହା ପାଖରେ ଏତେ ଟଙ୍କା ଯିଏକି ପଚାଶ ଲକ୍ଷ ଟଙ୍କାକୁ ଛାତ ଉପରେ ଠିଆ ହୋଇ ନିର୍ଲୋଭରେ ଉଡାଇଲେ ।

ସୂଚନା ଅନୁଯାୟୀ ଗୁଜୁରାଟର ପୂର୍ବତନ ସରପଞ୍ଚଙ୍କ ପୁତୁରା ବାହାଘର ଥିଲା । ତେଣୁ ସରପଞ୍ଚ ନିଜ ପୁତୁରା ବାହାଘରରେ ଉଡାଇ ଥିଲେ ନୋଟ । ତେବେ ସେହି ନୋଟ ନକଲି ନଥିଲା ଥିଲା ଅସଲି । ଆଉ ସେ ଉଡାଇ ଥିବା ନୋଟର ମୂଲ୍ୟ ପାଖା ପାଖି 50 ଲକ୍ଷ ଟଙ୍କା । ଯେତେବେଳେ ବରଯାତ୍ରୀ ବାଣ ଫୁଟାଇ ବାଜା ବଜାଇ ଘରୁ ବାହାରୁଥିଲେ ଠିକ ସେହି ସମୟରେ ସରପଞ୍ଚ ନିଜ ଘରର ତିନି ମହଲା ଛାତ ଉପରେ ଠିଆ ହୋଇ ବିଡା ବିଡା ଟଙ୍କା ଆଣି ଉଡାଉ ଥିଲେ ।

ଲାଗୁଥିଲା ଯେମିତି ସତରେ ଆକାଶରୁ ଟଙ୍କା ବର୍ଷା ହେଉଛି । ୧୦୦ ଟଙ୍କିଆ ଓ ୫୦୦ ଟଙ୍କିଆ ନୋଟରେ ବର୍ଷା କରାଉଥିଲେ ସରପଞ୍ଚ । ପୁତୁରା ବାହାଘରରେ ଏତେ ଖୁସି ଥିଲେ କି ଟଙ୍କାର ମୂଲ୍ୟ ତାଙ୍କୁ ଔ ଜଣା ପଡିଲା ନାହିଁ । ବରଯାତ୍ରୀ ନାଚିବେ ଆଉ କଣ ଟଙ୍କା ବର୍ଷ ଦେଖି ସମସ୍ତେ ଟଙ୍କା ଗୋଟାଇବା ପାଇଁ ଲାଗିଲେ ମାର ପିଟ । ଟଙ୍କା ପାଇଁ କାହାର ବା ଲୋଭ ନଥାଏ ତେଣୁ ସେଠାରେ ଥିବା ସମସ୍ତ ଲୋକ ଟଙ୍କା ଗୋଟାଇବା ପାଇଁ ଦୌଡି ଯାଉଥାନ୍ତି ଟଙ୍କା ବର୍ଷା ହେଉଥିବା ସ୍ଥାନକୁ । ଉଡାଉ ଥିବା ସରପଞ୍ଚ ହେଉଛନ୍ତି କରୀମ ଯାଦବ ।

ପୁତୁରାର ବାହାଘରରେ ଏତେ ଟଙ୍କା ଉଡାଇବା ପରେ ବର୍ତ୍ତମାନ ପ୍ରଶ୍ନ ଏହା ଆସୁଛି କି ଜଣେ ସରପଞ୍ଚଙ୍କ ପାଖରେ ଏତେ ଟଙ୍କା କେଉଁ ଠାରୁ ଆସିଲା । ଏହାପରେ ତାଙ୍କ ଘରେ ତଦନ୍ତ ମଧ୍ୟ ହୋଇପାରେ କି କେଉଁଠାରେ ସେ ଏତେ ଟଙ୍କା ଆଣିଲେ । ଟଙ୍କା ଉଡାଇବା ତାଙ୍କ ପାଇଁ ପଡିପାରେ ମହଙ୍ଗା । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *