ବାହା ହେଲେ ଅଭିନେତ୍ରୀ Niharika, କହିଲେ ମୁଁ ଭାଗ୍ଯବାନ ଯେ ମୋ ମନ…. ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଅଭିନେତ୍ରୀ ନିହାରିକା ତଥା ଡାକ୍ତର ନିହାରିକା ଦାସ ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ନିହାରିକା ଜଣେ ଅଭିନେତ୍ରୀ ହେବ ସହ ଜଣେ ବହୁତ ଭଲ ଡାକ୍ତର ମଧ୍ୟ ଅଟନ୍ତି । ସୋସିଆଲ ମିଡିଆରେ ତାଙ୍କର ଡାକ୍ତରୀ ଟିପ୍ସ କୁ ନେଇ ସେ ଅନେକ ସମୟରେ ଚର୍ଚ୍ଚା ଆରେ ରହିଥାନ୍ତି । ତେବେ ତାଙ୍କୁ ନେଇ ଆସିଛି ବଡ ଖୁସି ଖବର । ନିହାରିକା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ।

ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ବହୁଳ ମାତ୍ରା ରେ ଭାଇରାଲ ହେଉଛି । ଆଉ ନିଜର ବାହାଘରକୁ ନେଇ ନିହାରିକା ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି ଯେ “ହାତ ତ 2ଟା ଥିଲା ଏବେ 4ଟା ହାତ ହୋଇଗଲା । ମୁଁ ବହୁତ ଖୁସି ଅଛି । ଏବେ ଗୋଟେ ନାରୀ ହାତକୁ ଦୁଇ ହାତ ହୁଏ ସେତେବେଳେ ତାର ଦାୟିତ୍ଵ ଅଧିକ ବଢିଥାଏ । ଗୋଟେ ପରିବାରୁ ଆଉ ଗୋଟେ ପରିବାରକୁ ଯାଏ ।

ମୁଁ ସମସ୍ତଙ୍କ ଠାରୁ ଆଶୀର୍ବାଦରେ ଚାହେଁ । ଯେମିତି ମୁଁ ବାପଘରର ଦାୟିତ୍ଵ ନେଇପାରିଛି ସେମିତି ଶାଶୁଘର ଦାୟିତ୍ଵ ନେଇପାରିବି ଏମିତି ଆଶୀର୍ବାଦ ମୋତେ କରନ୍ତୁ । ଯାହା ବି କରିବି ଶାଶୁଘର ଲୋକଙ୍କ ପାଇଁ ଭଲ କରିବି । ଆମେ ଦୁହେଁ ପରସ୍ପର ସହ ସବୁ କିଛି ସେୟାର କରିଥାଉ । ମୁଁ ଡେଷ୍ଟିନୀ କୁ ଅଧିକ ବିଶ୍ଵାସ କରେ । ଆମ ଦୁହିଙ୍କ ମଧ୍ୟରେ କାହାର ଭୁଲ ଥିଲେ ଆମେ କଥାବାର୍ତ୍ତା ହୋଇ ସମାଧାନ କରିଥାଉ ।

ମୁଁ ଏତେ ଟାଇମ ମେକପ ନିଏନି । ମୋ ମା ସବୁବେଳେ ମୋତେ ବାହା ହେବାକୁ କହୁଥିଲେ ଆଉ ସେଥିପାଇଁ ମୁଁ ବାହା ହେଉଛି । କାରଣ ମୋ ମା ଙ୍କର ସ୍ୱାସ୍ଥ୍ୟ ଇସୁ କିଛି ରହୁଛି । ଟା ଛଡା ଯେତେବେଳେ ଯାହା ହେବାର ଥିବ ତାହା ହେବ । ମୁଁ ସବୁବେଳେ ଇଶ୍ଵର ଙ୍କୁ ମାନେ । ଭଗବାନ ଯାହା ପାଇଁ ଯାହା ସ୍ଥିର କରିଛନ୍ତି ତାହା ଟାଇମରେ ହେବ ।

ମୁଁ ମୋ ନିଜକୁ ବହୁତ ବହୁତ ଭାଗ୍ୟବତୀ ଭାବିବି କାରଣ ସ୍ପର୍ଶ ଙ୍କ ଭଳି ମୋତେ ଜୀବନ ସାଥି ମିଳିଛନ୍ତି । ମୋ ଶାଶୁ ଶ୍ଵଶୁର ଙ୍କ ଭଳି ବାପା ମା ମୋତେ ମିଲିଛନ୍ତି । କାଲି ଯେବେ ମୋର ବିଦାୟୀ ହେଲା ମୁଁ ଶାଶୁଘରକୁ ଯିବା ପରେ ମୋ ଶାଶୁ ଶ୍ଵଶୁରର ମୋ ପାଖରେ ବସି ମୋତେ ବୁଝାଇଛନ୍ତି । ଭାଗ୍ୟରେ ଥିଲେ ଏମିତି ଘର ଓ ସ୍ଵାମୀ ମିଳେ ।

ମୁଁ ଯାହା ବି ମିଳିଛି ବହୁତ ଖୁସି ଆସି ଆଉ ଆଗକୁ ଏମିତି ରଖିବୀ ବୋଲି ଆଶା କରୁଛି” । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତ୍ରୀ ନିହାରିକା ଙ୍କ ଅଭିନୟ କେମିତି ଲାଗିଲା ଅମାକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *