ଦୀର୍ଘ ୧୦୦୦ ବର୍ଷ ପରେ ବୃହସ୍ପତି, ଶନି ଓ କେତୁ ଧନୁ ରାଶିରେ ହୋଇଛନ୍ତି ଏକତ୍ର, ଜାଣନ୍ତୁ ଏହାର ପ୍ରଭାବ କଣ ରହିବ ଆପଣଙ୍କ ଉପରେ

ବୃହସ୍ପତି ନଭେମ୍ବର ୪ ତାରିଖରେ ଧନୁ ରାଶିକୁ ପ୍ରବେଶ କରିଛନ୍ତି । ଆଗରୁ ଧନୁ ରାଶିରେ ଶନି ଓ କେତୁ ପ୍ରବେଶ କରି ସାରିଛନ୍ତି । ଏହି ରାଶିରେ ବୃହସ୍ପତି, ଶନି ଓ କେତୁ ମିସିକି ୧୦୦୦ ବର୍ଷ ପରେ ଅବସ୍ତାନ କରିଛନ୍ତି । ୧୦୦୦ ବର୍ଷ ପୂର୍ବରୁ ଧନୁ ରାଶିରେ ୧୬ ଅକ୍ଟୋବର ୧୦୧୯ ମସିହାରେ ବୃହସ୍ପତିଙ୍କ ସହ ଶନି ଓ କେତୁଙ୍କ ଯୋଗହେଇଥିଲା । ସେଥିପାଇଁ ସେହି ଦିନ ଦେବୋତ୍ଥନୀ ଏକାଶୀ ପାଳନ  କରଯାଇଥିଲା । ଧନୁ ରାଶିରେ କେତୁ ସମ୍ପୂର୍ଣ ଅବସ୍ଥାନ ରହିବେ ।

କିନ୍ତୁ ଶନି ଓ ବୃହସ୍ପତି ମାର୍ଗି ରହିବାରୁ ୧୨ ରାଶିଙ୍କ ପ୍ରଭାବ କଣ ରହିବ ଆସନ୍ତୁ ଜାଣିବା ।

ମେଷ ରାଶିର ବ୍ୟକ୍ତିଙ୍କ ନବମ ଭାବରେ ତ୍ରିଗ୍ରହୀ ଯୋଗ  ଏବେ ପର୍ଯ୍ୟନ୍ତ ସହୁଥିବା ସମସ୍ୟାରୁ ମୁକ୍ତି ପାଇ ପାରିବେ । ଆର୍ଥିକ ସ୍ଥିତିରେ ସୁଧାର  ଆସିବ ତାହା ସହିତ ହେଇଥିବା କ୍ଷୟକ୍ଷତି ପୂରଣ ହେବ ।  ବୃଷ ରାଶିର ବ୍ୟକ୍ତିଙ୍କ ଅଷ୍ଟମ ଭାବରେ ଏହିଯୋଗଟି  ଚିନ୍ତାର କାରଣ ହୋଇପାରେ । ଧନ ସମ୍ବନ୍ଧ୍ୟ ବିଷୟରେ ସତର୍କ ହେବା ଦରକାର । ଧନ ସଞ୍ଚୟ କରନ୍ତୁ ଏବଂ ଦରକାର ପଡିଲେ ତାର ଉପଯୋଗ କରନ୍ତୁ । ମିଥୁନ ରାଶିର ବ୍ୟକ୍ତିଙ୍କ ସପ୍ତମ ଭାବରେ ତ୍ରିଗ୍ରହୀ ଯୋଗ ମିଶ୍ରିତ ଫଳଦାୟକ ହେବ । ଦରକାର କାମ ଗୁଡିକ ସହଜରେ ହେବା ସହ ପାରିବାରିକ ସ୍ଥିତି ଭଲ ରହିବ ।

କର୍କଟ ରାଶିର ବ୍ୟକ୍ତି ବହୁତ ସମୟ ଧରି ଖୁସିରେ ରହିବେ । ବେକାରି ବହୁତ ଜଳଦି କାମ ପାଇବେ ।  ସିଂହ ରାଶିର ବ୍ୟକ୍ତିମାନେ ତ୍ରିଗ୍ରହୀ ଯୋଗୁ ବାଣିଜ୍ୟ ବ୍ୟବସାୟୀରେ ସଫଳ ହେବେ । ଚାକିରିରେ ପଦୋନ୍ନତୀ ସହିତ ଧନ ବଢିବାର ଆଶଙ୍କା ଅଛି । କନ୍ୟା ରାଶିର ବ୍ୟକ୍ତିଙ୍କ ସମୟ ଏତେ ଭଲ ନାହିଁ । ଧନ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ପଡିବ ।

ତୁଳା ରାଶିର ବ୍ୟକ୍ତିଙ୍କ  ତିଗ୍ରହୀ ବହୁତ ଭଲ ସମୟ ଆସିଛି । ଯେଉଁ କାର୍ଯ୍ୟ ଅଟକି ରହିଥିଲା ତାହା ବହୁତ ଜଳଦି ପୁରା ହେବ । ବିଛା ରାଶିର ବ୍ୟକ୍ତିଙ୍କ ସ୍ଥିତି ବହୁତ ଭଲ ରହିଛି । ଜାନୁୟାରୀ ୨୦୨୦ ପରେ ଏହି ସମୟ ଆହୁରି ପ୍ରଶସ୍ତ ହେବ । ଧନୁ ରାଶିର ବ୍ୟକ୍ତିଙ୍କ  ରୁଣ ମୁକ୍ତ ହେବ । ଧର୍ମ କାର୍ଯ୍ୟରେ ଅଧିକ ମନ ବଢିବ ।

ମକର ରାଶିର ବ୍ୟକ୍ତିଙ୍କ ଏବେକା ଯୋଗ ତାଙ୍କ ଆୟକୁ ବୃଦ୍ଧି କରିପାରେ । ବିବାଦ ଠାରୁ ଦୂରେଇ ରୁହନ୍ତୁ ଯଦି କୌଣସି ମାମଲା କୌର୍ଟ କଚେରୀ ଅଟକି ଅଛି ତାକୁ କୋର୍ଟ ବାହାରେ ସମାଧାନ କରନ୍ତୁ । କୁମ୍ଭ ରାଶିର ବ୍ୟକ୍ତିଙ୍କ ତ୍ରିଗ୍ରହୀ କାରଣରୁ ଆର୍ଥିକ ଲାଭର ସମୟ ସୃଷ୍ଟି ହୋଇଛି । ପାରିବାରିକ ସମସ୍ୟା ଓ ଅନ୍ୟ କୌଣସି ସମସ୍ୟା ସମଧାନ ହେବ । ମିନ ରାଶିର ଲୋକଙ୍କ ପାଇଁ ଏହି ସମୟ ବହୁତ ଶୁଭ ସମୟ ଆସିଛି । ଅନେକ ସମସ୍ୟାର ସମାଧାନ ହେବ ।  ସ୍ୱାସ୍ଥ୍ୟ  ସୁଧାର ଆସିବ ।

Leave a Reply

Your email address will not be published. Required fields are marked *