ବହୁତ କମ ବୟସରେ ମା’ ବନିଯାଇଥିଲେ TVର ଏହି ୭ ଟି ହିରୋଇନ

ବନ୍ଧୁଗଣ ଟିଭି ସିରିୟଲ ଜଗତର ଏହି ଅଭିନେତ୍ରୀ ମାନଙ୍କୁ ଦେଖିଲେ ଲାଗିବ ନାହିଁ ଯେ ସେ ବିବାହିତା ଅଟନ୍ତି । କିମ୍ବା ଆପଣ ଦେଖିଲେ ମଧ୍ୟ ଜାଣି ପରିବେନାହିଁ ଯେ ସେ ବର୍ତ୍ତମାନ ମା ହୋଇ ସାରିଲେଣି । ବନ୍ଧୁଗଣ ବର୍ତମାନ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରି ନିଜକୁ ଏତେ ଫିଟ ରଖିଥାନ୍ତି ଯେ, କହିବା ମୁସ୍କିଲ ହୋଇଥାଏ ଯେ ସେ ବର୍ତମାନ ମା ହୋଇସାରିଲେଣି । ସମସ୍ତ କିରଦାର କୁ ଉତ୍ତମ ଭାବେ ଅଭିନୟ କରିଥିବା ଏହି ଅଭିନେତ୍ରୀ ନିଜ ବ୍ୟକ୍ତିଗତ ଜୀବନରେ ମଧ୍ୟ ମା ର ଭୂମିକାକୁ ସଂପୂର୍ଣ୍ଣ ଭାବେ ନିଭାଇ ଥାନ୍ତି ।  ବନ୍ଧୁଗଣ ଆଜି ଆମେ ସେହି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେ କି ମା ହୋଇ ସାରିବା ପରେ ମଧ୍ୟ ନିଜକୁ ଫିଟ ରଖିଛନ୍ତି, ତେବେ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନେ କିଏ ?

୧- ଏହି କ୍ଷେତ୍ରରେ ସବୁଠାରୁ ପ୍ରଥମେ ଟିଭି ସିରିୟଲ ର ଭାଉଜଙ୍କ ନାମ ଆସୁଅଛି, ଅନିତା ଭାବି ନାମରେ ସେ ଘରେ ଘରେ ପରିଚିତ । ବନ୍ଧୁଗଣ ତାଙ୍କର ରିୟଲ ନାମ “ସୌମ୍ଯା ତନ୍ଦନ” । ସେ ଟିଭି ସିରିୟଲର ପୋପୁଲାର ସୋ “ଭାବୀଜୀ ଘର ପର ହେ” ରେ ଅନିତା ଭାବି ନାମରେ ପରିଚିତ । ଏହି ଅଭିନେତ୍ରୀ ଜଣକ ଗୋଟିଏ ବେବୀ ଙ୍କର ମା ଅଟନ୍ତି । ମାତ୍ର ତାଙ୍କୁ ଗୋଟିଏ ପିଲାର ମା ବୋଲି କେହି କହିବେ ନାହି ।

୨- ଜାନିଫର ବିଗରେଟ, ଏହି ଅଭିନେତ୍ରୀ ଜଣଙ୍କ ଟିଭି ଜଗତର ସବୁଠାରୁ ଉଚ୍ଚ କୋଠିର ଅଭିନେତ୍ରୀ ଭାବେ ଘରେ ଘରେ ପରିଚିତ । ତାଙ୍କ ବିବାହ ସବୁଠାରୁ ଅଧିକ ଲାଇମ ଲାଇଟ ରେ ରହିଥିଲା । କାରଣ ତାଙ୍କର ବିବାହର ମାତ୍ର ୨ ବର୍ଷ ପରେ କରନ ସାଙ୍ଗେ ଛାଡପତ୍ର ହୋଇଯାଇଥିଲା । ଏହି ପରିସ୍ଥିତିରେ ସ୍ଵୀକାର କରିବା କଠିନ ଯେ ଜେନିଫର ମା ମଧ୍ୟ ଅଟନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଗୋଟିଏ  ଶିଶୁକୁ ଆଡ଼ୋପ୍ଟ କରିଛନ୍ତି ମାତ୍ର ଏହି କଥାଟିର ଖୁଲାସା ସଂପୂର୍ଣ୍ଣ ରୂପେ ହୋଇନାହି କିନ୍ତୁ ସେ ଏହି ଶିଶୁ ସାଙ୍ଗେ ବହୁତ ଫୋଟ ସୋସିଆଲ ମିଡିଆରେ ଅପଲୋଡ କରୁଛନ୍ତି ।

୩- ଦୀପିକା ସିଂହ, ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଟିଭି ସିରିୟଲ ସୋ “ଦିଆ ଓର ବାତି” ରେ ଅଭିନୟ କରି ଘରେ ଘରେ ପପୁଲାର ହୋଇଛନ୍ତି । ବର୍ତମାନ ସେ ଗୋଟିଏ ବେବିର ମା ମଧ୍ୟ ଅଟନ୍ତି । ଏହି ଅଭିନେତ୍ରୀ ନିଜ ସିରିୟଲ ର ଡାଇରେକ୍ଟର ରୋହିତ ରାଜ ଗୋୟଲ ସାଙ୍ଗେ ୨୦୧୬ ରେ ବିବାହ କରିଥିଲେ ।

୪- ସୌମ୍ୟା ସେଟ, ସିରିୟଲ “ନବ୍ୟା”ରୁ ଘରେ ଘରେ ପରିଚିତ ଏହି ଅଭିନେତ୍ରୀ ଜଣକ ମିଡିଆରୁ ଲୁଚି ନିଜ ବୟଫ୍ରେଣ୍ଡ ଙ୍କୁ ବିବାହ କରିଲେ । ବର୍ତ୍ତମାନ ସେ ବିଦେଶରେ ରହୁଛନ୍ତି ତାଙ୍କର ଗୋଟିଏ ବେବି ବୟ ମଧ୍ୟ ହୋଇଛି ।

୫- ନିଶା ରାବଲ, ଏହି ଅଭିନେତ୍ରୀ ଜଣକ ଲ୍ୟାମ ଲାଇଟ କୁ ସେବେ ଆସିଲେ ଯେବେ ସେ ଷ୍ଟାର ପ୍ଲସ ର ସିରିୟଲ “ୟେ ରିସ୍ତା କ୍ଯା କେହଲାତା ହେ” ର ଅଭିନେତା ନେୟୀତିକ ର କିରଦାର ନିଭାଉ ଥିବା ଅଭିନେତା କରନ ମେହେରା ସାଙ୍ଗେ ବିବାହ କରିଲେ । ବନ୍ଧୁଗଣ ବର୍ତ୍ତମାନ ସେ ମଧ୍ୟ ଗୋଟିଏ ପିଲାର ମା ଅଟନ୍ତି ।

୬- ତାମିୟା ପଞ୍ଜାବୀ, ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଟିଭି ସିରିୟଲ ରେ ସାସୁ ମା ଙ୍କ କିରଦାର ନିଭାଇଲା ବେଳେ, ତାଙ୍କର ବ୍ୟକ୍ତିଗତ ଜୀବନରେ ସେ ବହୁତ ବୋଲ୍ଡ ଅଟନ୍ତି । ସେ ବଣ୍ଟି ସିଂହ ସାଙ୍ଗେ ବିବାହ କରିଥିଲେ, ତାଙ୍କର ଗୋଟିଏ ଶିଶୁ କନ୍ୟା ମଧ୍ୟ ଅଛି ମାତ୍ର ଉଭୟ ସ୍ଵାମୀ ସ୍ତ୍ରୀ ମିଉଚୁଆଲ ବୁଝାମଣା କରି ଛାଡପତ୍ର ମଧ୍ୟ ଦେଇଥିଲେ । ଏହା ପରେ ସେ ତାଙ୍କ ବୟ ଫ୍ରେଣ୍ଡ ସାଙ୍ଗେ ବିବାହ କରିନେଇଛନ୍ତି ।

୭- ରୋଶ୍ନି ଚୋପ୍ରା, ଏହି ଅଭିନେତ୍ରୀ ଜଣକ ଅନେକ ସିରିୟଲ ରେ କାମ କରିଛନ୍ତି, ମାତ୍ର ସେ ତାଙ୍କର ବିବାହ ପରେ ସଂପୂର୍ଣ୍ଣ ଭାବେ ଟିଭି ଜଗତକୁ ଅଲବିଦା କରିଦେଇଛନ୍ତି । ରୋଶ୍ନି ଚୋପ୍ରା ଫିଲ୍ମ ମେକର ସିଦ୍ଧାର୍ଥ ଆନନ୍ଦ କୁମାର ସାଙ୍ଗେ ବିବାହ କରିଛନ୍ତି । ଉଭୟଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି । ବନ୍ଧୁଗଣ ଆପଣଙ୍କୁ ଯଦି ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *