ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା: ୧୦ଟି ବ୍ୟାଙ୍କ ମିଶି ୪ଟି ବ୍ୟାଙ୍କ ହେବ, ଜାଣନ୍ତୁ ସମ୍ପୁର୍ଣ୍ଣ ଖବର

ନମସ୍କାର ବନ୍ଧୁଗଣ, ବର୍ତ୍ତମାନର ସବୁଠୁ ବଡ ଖବର ହେଲା ଅର୍ଥମନ୍ତ୍ରୀ ଙ୍କର ବଡ ଘୋଷଣା । ଦେଶର ୧୦ଟି ବ୍ୟାଙ୍କ ଏବେ ଏକତ୍ର ହୋଇ କରାଯିବ ମାତ୍ର ୪ଟି ବ୍ୟାଙ୍କ । ଏବଂ ଦେଶରେ ରହିବ କେବଳ ୧୨ ଟି ରାଷ୍ଟ୍ରାୟତ ବ୍ୟାଙ୍କ । ଦେଶର ଅର୍ଥ ବ୍ୟବସ୍ଥା ସୁଧାରିବା ପାଇଁ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏଭଳି ଏକ ନିଷ୍ପତ୍ତି ନେଇଛନ୍ତି । ଦେଶର ଆର୍ଥିକ ଅଭିବୃଦ୍ଧି ବର୍ତ୍ତମାନ ୫ ପ୍ରତିଶତକୁ ହ୍ରାସ ପାଇଛି । ସେଥିପାଇଁ ଅର୍ଥମନ୍ତ୍ରୀ ଏଭଳି ଏକ ବଡ ନିଷ୍ପତି ନେଇଛନ୍ତି ଓ କହିଛନ୍ତି ଏହା ଦ୍ଵାରା ଅର୍ଥନୈତିକ ଠକେଇ ମଧ୍ୟ ରୋକା ଯାଇ ପାରିବ ।

ତେବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ସହିତ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ ଓ ୟୁନାଇଟେଡ୍‌ ବ୍ୟାଙ୍କ ମିଶାଇ ଦିଆଯିବ । ଏହା ପରେ ପରେ କାନାରା ବ୍ୟାଙ୍କ ଓ ସିଣ୍ଡିକେଟ୍‌ ବ୍ୟାଙ୍କ ମିଶିଯିବ। ଏହାର ବିଜନେସ ୧୫.୨ ଲକ୍ଷ କୋଟି ଟଙ୍କାର ହୋଇଥିବା ବେଳେ ଦେଶର ଚତୁର୍ଥ ବଡ଼ ବ୍ୟାଙ୍କର ମାନ୍ୟତା ପାଇବେ ।

 

ସେହିପରି ୟୁନିୟନ ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ଆନ୍ଧ୍ରା ବ୍ୟାଙ୍କ, କର୍ପୋରେସନ ବ୍ୟାଙ୍କର ବିଲୟ ହୋଇଛି । ଏହା ଦେଶର ପଞ୍ଚମ ବଡ଼ ବ୍ୟାଙ୍କ ସମୁହ ହୋଇଥିବା ବେଳେ ଏହାର କାରବାର ୧୪.୬ ଲକ୍ଷ କୋଟି ଟଙ୍କାର ହୋଇଛି ।

ଆହ୍ଲାବାଦ ବ୍ୟାଙ୍କର ମିଶ୍ରଣ, ଇଣ୍ଡିଆନ୍ ବ୍ୟାଙ୍କ ସହିତ ହୋଇଛି । ଏହାର କାରବାର ୮.୦୮ ଲକ୍ଷ କୋଟି ଟଙ୍କାର ରହିବ । ଅର୍ଥମନ୍ତ୍ରୀଙ୍କର ଏହି ବଡ଼ ଘୋଷଣା ପରେ ଦେଶରେ ୧୨ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଯାଇଛନ୍ତି । ଏହାପୂର୍ବରୁ ୨୦୧୭ରେ ଦେଶରେ ୨୭ଟି ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହିଥିଲା ।

ଦେଶର ଅର୍ଥ ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବ୍ୟାଙ୍କ ଗୁଡ଼ିକରେ ୫୫ ହଜାର ୨୫୦ କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ତେବେ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ବଢ଼ିବଢ଼ି ଚାଲିଛି ।

Leave a Reply

Your email address will not be published. Required fields are marked *