ସାବାସ! ଏହି ବାପ-ଝିଅଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ, ୨୦୦୦ଲୋକଙ୍କ ଜୀବନ ବଞ୍ଚିଗଲା : ତାଙ୍କ ପାଇଁ ଗୋଟେ ସେୟାର ନିଶ୍ଚୟ କରନ୍ତୁ

ଭଗବାନ କେବେ କେଉଁ ରୂପରେ ଆସି ତମର ଉଦ୍ଧାର କରିବେ ତାହା କେବେ ବି କେହି କଲ୍ପନାରେ ଭାବି ନଥାନ୍ତି । ସେମିତି ଏକ ଘଟଣା ଘଟିଛି ତ୍ରିପୁରା ରେ,  ଯାହା ଏକ ଚମତ୍କାର ଠାରୁ କମ ନୁହେଁ ।  ଦୁଇଜଣ ବାପ-ଝିଅଙ୍କ ପାଇଁ ୨୦୦୦ ଲୋକଙ୍କ ଜୀବନ ବଞ୍ଚି ଯାଇଛି । ସ୍ୱପ୍ନ ଦେବ ବର୍ମା ଓ ତାଙ୍କ ଝିଅ ସୋମତି ରେଳ ଧାରଣାରେ ହୋଇଥିବା ଫାଟ ସମ୍ପର୍କରେ ଟ୍ରେନ ଚାଳକଙ୍କୁ ଜଣାଇଥିଲେ। ଫଳରେ ଏକ ନିଶ୍ଚିତ ଦୁର୍ଘଟଣାରୁ ଟ୍ରେନଟି ବର୍ତ୍ତି ଯାଇଥିଲା। ।

ତେବେ ଘଟଣା କ୍ରମ ଥିଲା ଏହିପରି ଅଗରତଲାର ଦିହାଡ଼ିରେ ଦିନ ମଜୁରିଆ ଭାବେ କାମ କରୁଥିବା ସ୍ୱପ୍ନଦେବ ବର୍ମା ଓ ତାଙ୍କ ଝିଅ ସୋମତି ଜୁନ୍ ୧୫ ତାରିଖରେ କାଠ ଗୋଟାଉ ଥିବା ସମୟରେ ରେଳ ଧାରଣାରେ ଫାଟ ଥିବା ଦେଖିବାକୁ ପାଇଥିଲେ ।

କିଛିସମୟ ପରେ ସେ ଦେଖିବାକୁ ପାଇଲେ ସାମ୍ନାରୁ ଦ୍ରୁତଗତିରେ ଏକ ଟ୍ରେନ୍ ମାଡି ଆସୁଛି । ସେମାନେ ନିଜେ ପିନ୍ଧିଥିବା ପୋଷାକକୁ ଓହ୍ଲାଇ ହାତରେ ଧରି ଟ୍ରେନ୍ ସାମ୍ନାରେ ହଲାଇ ଆଗକୁ ବିପଦ ଅଛି ବୋଲି ଟ୍ରେନ ଚାଳକଙ୍କୁ ସୂଚିତ କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଚାଳକ କିଛି ବୁଝି ପାରି ନଥିଲେ ।

ସେଥିପାଇଁ ବାପା ଝିଅ ସିଧା ଟ୍ରେନ ଆଡକୁ ସିଧା ଦୌଡ଼ିଥିଲେ । ଏହା ଦେଖି ଚାଲାକ ବାଧ୍ୟ ହେଇ ଟ୍ରେନ କୁ ରଖେଇ ଥିଲେ ଓ ସେଥିରେ ଥିବା ଯାତ୍ରା ନିଶ୍ଚିତ ଭାବରେ ଏକ ବଡ ବିପଦ ରୁ ବର୍ତି ଯାଇଛନ୍ତି । ତେବେ ଏହି ବାପା ଝିଅ ଙ୍କୁ ସମଗ୍ର ଦେଶରେ ସବାସ ତମେ ବୋଲି କହିଛନ୍ତି । ଏହା ପରେ ତ୍ରିପୁରାର ମନ୍ତ୍ରୀ ମଧ୍ୟ ତାଙ୍କୁ ପୁରସ୍କାର ଦେଇଥିଲେ ।

Leave a Reply

Your email address will not be published. Required fields are marked *