ଏହି ସମୟରେ ସକାଳୁ ଉଠିଲେ ୮୫ ରୁ ୯୦ ବର୍ଷ ପର୍ଯ୍ୟନ୍ତ ବିନ୍ଦାସ୍ ହୋଇ ବଞ୍ଚିପାରିବେ – ଜାଣନ୍ତୁ ସକାଳୁ ଉଠିବାର ଠିକ ସମୟ କଣ?

ଆଜିକାଲି ଲୋକଙ୍କର ରହିବା ଓ ଚାଲିଚଳନରେ ଏତେ ପରିବର୍ତ୍ତନ ଆସିଲାଣି ଯେ କାହାର ଖାଇବା ଓ ଶୋଇବା ଠିକ ରହୁ ନାହିଁ । ସେଥିପାଇଁ ସମସ୍ତଙ୍କର ଦେହ ମଧ୍ୟ ଖରାପ ହେଉଛି । କିନ୍ତୁ କହିଦେବୁ କି ଆପଣଙ୍କ ନିଦ ଆପଣଙ୍କର ମୃତ୍ୟୁର ସମୟ ନିର୍ଣ୍ଣୟ କରେ ।  ଦୁନିଆଁରେ ଏମିତି ବହୁତ ବ୍ୟକ୍ତି ଅଛନ୍ତି ଯେଉଁମାନେ ଡେରି ରାତି ରେ ଶୋଇବା ଅଭ୍ୟାସ ହୋଇଥାଏ ଓ ସେମାନେ ସକାଳୁ ମଧ୍ୟ ଡେରିରେ ଉଠିଥାନ୍ତି । ଏମିତି ଲୋକଙ୍କର ମୃତ୍ୟୁ ୪୫-୫୦ ବର୍ଷ ମଧ୍ୟରେ ହୋଇଯାଇଥାଏ ।

ବ୍ୟକ୍ତି କୁ ନିଜ ନିଦ ପୂରା କରିଦେବା ଉଚିତ୍ । କିଛି ଏମିତି ଲୋକ ଅଛନ୍ତି ଯିଏକି ସକାଳୁ ଜଲଦି ଉଠି ପଡନ୍ତି । ଆମର ନିତ୍ୟକର୍ମ ସକାଳୁ ଉଠିଲା ପରେ ହିଁ ଆରମ୍ଭ ହୋଇଥାଏ । ଏଥିପାଇଁ ସକାଳୁ ଜଲଦି ଉଠିବା ପାଇଁ ଦିନ ଚର୍ଚ୍ଚା ସବୁଠାରୁ ମହତ୍ତ୍ୱପୂର୍ଣ୍ଣ ଅଟେ । ଯଦି ଆମେ ଅଧିକ ରାତି ପର୍ଯ୍ୟନ୍ତ ଚାହିଁବା, ତେବେ ଆମ ସ୍ୱାସ୍ଥ୍ୟ ଉପରେ ଏହାର ଖରାପ ପ୍ରଭାବ ପକାଇଥାଏ । ଭଲ ସ୍ୱାସ୍ଥ୍ୟ ପାଇଁ ଦେବୀ ଦେବତାଙ୍କର କୃପା ପାଇବାକୁ ହେଲେ ସକାଳ ସମୟ ସବୁଠାରୁ ଭଲ ହୋଇଥାଏ ଓ ଯେତେ ଜଲଦି ହେବ ବିଛଣା ପରିତ୍ୟାଗ କରିନେବା ଉଚିତ୍ । ସାଧାରଣତଃ ରାତିର ଅନ୍ତିମ ସମୟ ମାନେ ପ୍ରାତଃ ୪ ରୁ ୪:୩୦ ମି ସମୟ ମଧ୍ୟରେ ବ୍ରାହ୍ମ ମୂହୂର୍ତ୍ତ ହୋଇଥାଏ । ଏହି ସମୟରେ ବିଛଣା ତ୍ୟାଗ କଲେ ସବୁଠୁ ଭଲ ।

ଆମର ପ୍ରାଚୀନ ପରମ୍ପରା ଅନୁଯାୟୀ ସକାଳୁ ଉଠିବା ସମୟ ନିର୍ଦ୍ଧାରଣ କରାଯାଇଛି । ତାହା ହେଲା ବ୍ରାହ୍ମ ମୂହୁର୍ତ୍ତ, ଏହି ସମୟରେ ଉଠିଲେ ଆମକୁ ଲାଭ ମିଳିଥାଏ । ସକାଳୁ ଜଲଦି ଉଠିଲେ ପାଞ୍ଚଟି ଲାଭ ମିଳିଥାଏ । ବ୍ରହ୍ମ ମୂହୁର୍ତ୍ତ ଉଠିଲେ ବ୍ୟକ୍ତି କୁ ସୁନ୍ଦରତା, ଲକ୍ଷ୍ମୀ, ବୃଦ୍ଧି, ସ୍ୱାସ୍ଥ୍ୟ । ଆୟୁ ଆଦି ପ୍ରାପ୍ତି ହୋଇଥାଏ । ଏମିତି କରିଲେ ଶରୀର ସୁସ୍ଥ୍ୟ ହୋଇଥାଏ ।

Leave a Reply

Your email address will not be published. Required fields are marked *