ବରଣମାଳା ପାଇଁ ସ୍ଟେଜକୁ ଯାଉଥିବା ଝିଅର ଯେବେ ପାଦ ଟଳମଳ ହେଲା, ବର କହିଲା- ୟାକୁ ତ ଗୁଳି ଲାଗିଛି’ ଆଉ ତା ପରେ…

ଆଜି ଆମେ ଆପଣଙ୍କୁ ଏମିତି ଏକ ଘଟଣା ବିଷୟରେ କହିବୁ ଯାହା ବିଷୟରେ ଜାଣିବା ପରେ ଆପଣ ସେହି ଝିଅର ପ୍ରଶଂସା କରିବାକୁ ଲାଗିବେ । ଗୋଟିଏ ଝିଅ ଯାହାକୁ ଗୁଳି ଲାଗିଥିଲା, ତଥାପି ସେ ବିବାହର ସବୁ ନିୟମକୁ ପୂରା କରିଲା, କଷ୍ଟ ଓ ଯନ୍ତ୍ରଣାରେ ବି ସେ ସାତ ଥର ଫେରା ନେଲା । କିନ୍ତୁ ଯେତେବେଳେ ତାହା ସହିତ ହୋଇଥିବା ଘଟଣା ବିଷୟରେ ଜାଣିଲେ ସମସ୍ତେ ତେବେ ଆଶ୍ଚର୍ଯ୍ୟ ହୋଇଗଲେ । ଜୟମାଳା ପାଇଁ ଯେତେବେଳେ ସ୍ଟେଜ ଉପରକୁ କନ୍ୟା ଯାଉଥିଲା ତେବେ ତାର ଚାଲି ବଦଳିବାକୁ ଲାଗିଲା, କିନ୍ତୁ ଏହା ସତ୍ବେ ବି ପୁଅ ଝିଅର ପୂରା ସାଥ ଦେଲା ।

ଚାଳନ୍ତୁ ଜାଣିବା ପୂରା ଘଟଣା କଣ । ଏହି ଘଟଣା କିଛି ବର୍ଷ ପୁରୁଣା ଅଟେ । ଦିଲ୍ଲୀର ଶକରପୁର ଅଞ୍ଚଳରେ ଗୋଟିଏ ବିବାହ ସମାରୋହରେ କନ୍ୟାକୁ ଗୁଳି ଲାଗିଗଲା । ଏହା ବିଷୟରେ ସେତେବେଳେ ଜଣା ପଡିଲା ଯେତେବେଳେ ଜୟମାଳା ପାଇଁ କନ୍ୟା ସ୍ଟେଜ ଉପରକୁ ଯାଉ ଥିଲା ଓ ସେ ଅଚାନକ ତଳେ ପଡିଗଲା ।

କନ୍ୟା ପଡିଯିବାର ଦେଖି ବର ସହ ସେଠି ଉପସ୍ଥିତ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ବର କହିଲା କି ଏହାର ଗୋଡରେ ଗୁଳି ଲାଗିଛି, ଜଲ୍ଦି ଝିଅକୁ ହସ୍ପିଟାଲ ନେଇ ଚାଲ । ଝିଅକୁ ହସ୍ପିଟାଲ ନିଆଗଲା, ହସ୍ପିଟାଲରେ ଝିଅର ଚେକଅପ ହେଲା ଓ ଜଣା ପଡିଲା କି ଗୁଳି ଝିଅକୁ ଛୁଇଁ ଚାଲି ଯାଇଛି । ତାର ଗୋଡକୁ ବାଣ୍ଡେଜ କରାଗଲା ଓ ଡାକ୍ତର ଔଷଧ ଦେଇ ଛୁଟି କରି ଦେଲେ ।

ପରିବାର ଲୋକମାନେ କହିଲେ କି ବିବାହ ପରେ କରାଯିବ, କିନ୍ତୁ କନ୍ୟା ଜିଦ କରିଲା କି ସେ କୌଣସି ବି ସ୍ଥିତିରେ ମଣ୍ଡପ ପହଞ୍ଚି ଫେରା ନବ । କନ୍ୟା ଏହା ଏଥିପାଇଁ କରିଲା କାରଣ ସେ ଚାହୁଁ ନ ଥିଲା ଆଜି ବରଯାତ୍ରୀ ଫେରି ଯାଆନ୍ତୁ । କୁହାଯାଉଛି କି ଗୋଟିଏ ଯୁବକ କନ୍ୟାକୁ ଜାଣି ଶୁଣି ଗୁଳି ମାରିଛି । କିନ୍ତୁ ପୋଲିସ ଏହାକୁ ଫଲ୍ସ ଫାଇରିଙ୍ଗ କହିଛି । ମଂଡାବଲୀ ନିବାସୀ ପୂଜା ଓ ରାନୀ ଗାର୍ଡନର ଫୁଲ କାରୋବାରୀ ଭରତର ବିବାହ ରାତିରେ ଏକ ମନ୍ଦିରର ଶର୍ମସାଲାରେ ହେଉଥିଲା ।

ପୂଜା ଭାରତ ସହିତ ସ୍ଟେଜ ଉପରକୁ ଯାଉ ଥିଲା କି ସେହି ସମୟରେ ପୂଜାକୁ କେହି ଜଣେ ଗୁଳି ମାରିଲା କିନ୍ତୁ ଭାଗ୍ୟ ବଶତଃ ଗୁଳି ପୂଜାର ଗୋଡକୁ ଛୁଇଁ ଚାଲି ଗଲା । ରିପୋର୍ଟ ଅନୁସାରେ ରିଙ୍କୁ ନାମକ ଜଣେ ଯୁବକ ପୂଜା ଉପରେ ଗୁଳି ଚଳାଇ ଥିଲା । କିନ୍ତୁ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରମାଣିତ ହୋଇ ନାହିଁ ।

Leave a Reply

Your email address will not be published. Required fields are marked *