ନିଶାରେ ଚୁର୍ ବର କନ୍ୟା ବଦଳରେ ଶାଶୁକୁ ପିନ୍ଧାଇଲା ବରଣମାଳ, ଆଉ ତା’ପରେ ଯାହା ହେଲା ଦେଖିଲେ ଆପଣ ହସି ହସି ଗଡିବେ, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବା ଦେଖିଥିବେ ମଦ ନିଶା ମଣିଷକୁ କଣ ନ କରାଏ । ଥରେ ବ୍ୟକ୍ତି ମଦ୍ୟ ସେବନ କରିଲେ ସବୁ ସରିଯାଏ ଏହା କଥା ରେ ଅଛି । ସ୍ଥାନ, କାଳ, ପାତ୍ର ସବୁ ଭୁଲି ମଣିଷ କରେ ସେ ନିଜେ ମଧ୍ୟ ଜାଣିପାରେ ନାହି । ଆଉ ବର୍ତ୍ତମାନ ସମୟରେ ଏଭଳି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ରେ ମଦୁଆ ଜ୍ଵାଇଁ ବାହା ବେଦିରେ କନ୍ୟା ଙ୍କୁ ଫୁଲମାଳା ପକାଇବା ବଦଳରେ ନିଜ ଶାଶୁ ଙ୍କ ବେକରେ ଫୁଲମାଳା ପକାଉଛନ୍ତି । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ମୋବାଇଲ ରୁ ଅନ୍ୟ ମୋବାଇଲ କୁ ଘୁରି ବୁଲୁଛି ।

ସୋସିଆଲ ମିଡିଆରେ ଆପଣ ମାନେ ମଦ୍ୟପାନ କରିଥିବା ଅନେକ ବ୍ୟକ୍ତି ଙ୍କ ଭିଡିଓ ଦେଖିଥିବେ । କିଏ ରାସ୍ତା ରେ ଶୋଇଥିବା ତ ଆଉ କିଏ ମଦ୍ୟପାନ କରି ଡ୍ୟାନ୍ସ କରିବାର ଆପଣ ମାନେ ନିଶ୍ଚୟ ଦେଖିଥିବେ । କିନ୍ତୁ ଏହି ଭିଡିଓ ଟି ସଂପୂର୍ଣ୍ଣ ଭାବେ ଭିନ୍ନ ରହିଛି । ତେବେ ଇଂଷ୍ଟାଗ୍ରାମ ରେ ଏହି ଭିଡିଓ ଟି ବେଶ ଭାଇରାଲ ହେବାରେ ଲାଗିଛି ।

ଯେଉଁଥିରେ ବର ପାତ୍ର ପ୍ରବଳ ମଦ୍ୟପାନ କରି ବିବାହ କରିବାକୁ ଯାଇଛନ୍ତି । ଆଉ ଏହି ସମୟର ଯେତେବେଳେ ବ୍ରାମହଣ ବର ଙ୍କୁ ବରମାଳା ପିନ୍ଧାଇବାକୁ କହିଛନ୍ତି ସେହି ସମୟରେ ବାର ଜାଣିପାରୁ ନାହାନ୍ତି କି କନ୍ୟା କିଏ ଓ ଶାଶୁ କିଏ । ତରବର ହୋଇ ବା ମଦ ନିଶାରେ ହେଉ ସାଙ୍ଗେ ସାଙ୍ଗେ ଶାଶୁ ଙ୍କ ବେକରେ ଫୁଲମାଳା ପକାଇ ଦେଇଥିଲେ ବର ।

ତେବେ ମଣ୍ଡପରେ ଛିଡା ହୋଇଥିବା ଲୋକ ମାନେ ଏହାକୁ ଦେଖିବା ମାତ୍ରେ ଅଟକାଇବାକୁ ଉଦ୍ୟମ କରୁଛନ୍ତି । କିଛି ସମୟରେ ବର କନ୍ୟା ବେକରେ ଫୁଲମାଳା ପକାଇବାକୁ ଚେଷ୍ଟା ମଧ୍ୟ କରୁଛନ୍ତି । କିନ୍ତୁ ବର ଏତେ ମାତ୍ରାରେ ମଦ୍ୟପାନ କରିଛନ୍ତି ଯେ କନ୍ୟା ବେକରେ ଫୁଲମାଳା ପକାଇବା ପୂର୍ବ ରୁ ବେହୋସ ହୋଇ ସୋଫା ରେ ପଡି ଯାଉଛନ୍ତି ।

ଭିଡିଓ ଟି ସେୟାର କରିବା ପରେ କ୍ୟାପ୍ସନ ରେ ପ୍ରଶ୍ନ କରା ଯାଇଛି କି ଏହି ବର କାହାର । ଅନ୍ୟ କେହି ପ୍ରଶ୍ନ କରିଛନ୍ତି ଯେ ବିବାହ ହେବ ଖୁସିରେ ବର ମଦ୍ୟପାନ କରିଛନ୍ତି । ଜଣେ ବର ବିବାହରେ ମଦ୍ୟପାନ କରି ଏଭଳି ହରକତ କରିବା ନେଇ ଏବେ ଚାରିଆଡେ ଚର୍ଚ୍ଚା ଜୋର ଧରିଛି । ବାସ୍ତବରେ ଏହି ଭିଡିଓ ଟି ଦେଖିବାକୁ ଯେତିକି ମଜାଦାର ଲାଗୁଛି ଠିକ ସେତିକି ନିନ୍ଦନୀୟ ମଧ୍ୟ ଅଟେ ।

ବନ୍ଧୁଗଣ ଆପଣ ମାନଙ୍କର ବରପାତ୍ର କରିଥିବା କାର୍ଯ୍ୟ କଳାପ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *