ଜୀବନରେ କେବେ ବି ନିଜ ଲୋକଙ୍କ ସହ ହେବନି ଝଗଡା, ବାସ ବୁଝି ଯାଆନ୍ତୁ ଏହି ଗୋଟେ କଥା

ଦୁନିଆ ରେ ସମସ୍ତେ ଭୂଲି ପାରନ୍ତି କିନ୍ତୁ ନିଜ ଲୋକ କେବେ ଏକା ଛାଡନ୍ତି ନାହିଁ । ତେବେ କିଛି ବି ପରିସ୍ଥିତି ହେଲେ ଘର ଲୋକ ନିଶ୍ଚିନ୍ତ ବୁଝନ୍ତି । ତେବେ କଣ ଆପଣ ମାନେ ଏହା ଜାଣିଛନ୍ତି ଯେ କୌଣସି ସମସ୍ୟା ଆସିଲେ ମଣିଷ ହେଉ ବା ଯିବ ନିଜ ଘର ଲୋକଙ୍କୁ ଖୋଜି ଥାଏ କାହିଁକିନା ତାକୁ ଏହା ଭରସା ରହିଥାଏ ଯେ ତାଙ୍କ ଘର ଲୋକେ ତାଙ୍କୁ କେବେ ଏକୁଟିଆ ଛାଡ଼ିବେ ନାହିଁ ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ କାହାଣୀ କହିବାକୁ ଯାଉଛୁ ଯାହା ଆପଣ ମାନେ ଶୁଣି ଏହା ଅନୁଭବ କରି ପାରିବେ ଯେ ଘର ଓ ପରିବାର କଣ ହୋଇଥାଏ । ଗୋଟେ ଆଇଲାଣ୍ଡ ରେ କିଛି ଝିଙ୍କ ରହୁଥିଲେ, ସେମାନେ ଅଲଗା ପ୍ରାଣୀ ମାନଙ୍କ ସହ ସେହି ଆଇଲଣ୍ଡ ରେ ରହୁଥିଲେ ।

ଦିନେ ହଟାତ୍ ସମସ୍ତେ କହିଲେ ଆଈଲାଣ୍ଡ ଉପରକୁ ବାତ୍ୟା ଆସିବାକୁ ଯାଉଛି ଏହି କଥା ଶୁଣି ସମସ୍ତେ ବହୁତ ଦୁଃଖ କଲେ ଓ ନିଜ ନିଜର ବଞ୍ଚିବା ବେବସ୍ତା ରେ ଲାଗି ଗଲେ । ଏହା ପରେ ଝିଙ୍କ ମାନଙ୍କ ସରଦାର ସମସ୍ତଙ୍କୁ ଡାକି କି କହିଲେ ଆମ ମାନଙ୍କୁ ବଞ୍ଚିବାକୁ ହେଲେ ଏହି ସ୍ଥାନ ଆମକୁ ଛାଡିବାକୁ ହବ ।

ଏହି କଥା ଶୁଣି ଅନ୍ୟ ଝିଙ୍କ ମାନେ ନିଜ ଜିନିଷ ସଜାଡିବାକୁ ଲାଗିଲେ ଓ ସେହି ସମୟରେ ବାତ୍ୟା ତାଙ୍କ ନିକଟ କୁ ମାଡି ଆସିଲା ଏହି ପରିସ୍ଥିତି ଦେଖି ଝିଙ୍କ ମାନଙ୍କ ସରଦାର କହିଲେ ଆମ ମାନଙ୍କୁ ଅନ୍ୟ କିଛି ରାସ୍ତା ବାହାର କରିବାକୁ ହବ ନଚେତ୍ ଆମ ଜୀବନ ଯିବା ନିଶ୍ଚିନ୍ତ ଅଟେ । ଏହା ଶୁଣି ସମସ୍ତେ ଭାବିଲେ ଓ ଏହା ନିଷ୍ପତି କଲେ ଯେ ଆମେ ଏକାଠି ଲାଗି ଲାଗି ଯଦି ରହିବୁ ତେବେ ଆମକୁ ଥଣ୍ଡା ଲାଗିବ ନାହିଁ ଓ ଆମେ ବଞ୍ଚି ପାରୁ ।

ଏହା ପରେ ଝିଙ୍କ ମାନେ ପାଖକୁ ଆସିଲେ କିନ୍ତୁ ତାଙ୍କ ଶରୀର କଣ୍ଟା ଦ୍ଵାରା ଅନ୍ୟ ଝିଙ୍କ ମାନେ ଆଘାତ ହେବାକୁ ଲାଗିଲେ କାହାର ରକ୍ତ ବାହାରିଲା, କାହାକୁ କଷ୍ଟ ହେଲା ଓ ସମସ୍ତେ ଦୂରେଇ ଗଲେ କିନ୍ତୁ ସରଦାର କହିଲେ ଯଦି ବଞ୍ଚିବାକୁ ହବ ତେବେ କଷ୍ଟ ସହିବାକୁ ହବ କିଛି ସମୟ କଷ୍ଟ ସହି ପାରିଲେ ଆପଣଙ୍କୁ କିଛି ହେବ ନାହିଁ ।

ତେବେ ଏହି କାହାଣୀ ର ଅର୍ଥ ଏହା ଅଟେ ଯେ ସମସ୍ତେ ଅଲଗା ଅଲଗା ଚିନ୍ତା ଧାରାର ହୋଇଥାନ୍ତି କିନ୍ତୁ ଯେତେବେଳେ ବିପଦ ଆସିଥାଏ ସେତେବେଳେ ସମସ୍ତଙ୍କୁ ଏକାଠି ରହି ଏହାର ସାମ୍ନା କରିବା ଉଚିତ୍ ଯାହା ସମସ୍ତଙ୍କ ପାଇଁ ମଙ୍ଗଳ ମୟ ହୋଇଥାଏ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *