ବରଯାତ୍ରୀ ଏମିତି ବାଣ ଫୁଟାଇଲେ କି ଜଳିଗଲା ଅଧା ଗାଁ, ଲୋକେ ଯାହା କହୁଛନ୍ତି ଶୁଣି ଆପଣଙ୍କ ରକ୍ତ ହେବ ଗରମ

ନମସ୍କାର ବନ୍ଧୁଗଣ, ଆପଣ ମାନେ ଜାଣିଥିବେ ବରଯାତ୍ରୀ ରେ ନାଚି ନାଚି ଲୋକ ମାନେ ବାନ ଫୁଟାଇ ଥାନ୍ତି । ଆଉ ଏହାର ମଜା ନେଇଥାନ୍ତି । ବରଯାତ୍ରୀ ରେ ଲୋକ ମାନେ ଏତେ ପ୍ରକାରର ବାଣ ଫୁଟାଇ ଥାନ୍ତି କି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଥାଏ । କିନ୍ତୁ ଏହି ବାଣ ଫୁଟାଇବା ସମୟରେ ଏମିତି କିଛି ଅଘଟଣ ଘଟିଥାଏ ଯାହା କେହି କେବେ ଭାବି ନ ଥିବେ ।

ତେବେ ବାହାଘର ଖୁସି ଯେତିକି ଥାଏ ତା ଠାରୁ ଅଧିକ ବରଯାତ୍ରୀ ରେ ନାଚିବା ସହ ବାଣ ଫୁଟାଇବା ରେ ଅଧିକ ମଜା ଲାଗିଥାଏ । ଗତ କିଛି ସମୟ ହେବ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହୋଇଛି ଯାହାକୁ ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଆଉ ବାଣ ଫୁଟାଇବା ଆଗରୁ ଥରେ ନିଶ୍ଚୟ ଚିନ୍ତା କରିବେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ ।

ବରଯାତ୍ରୀ ନାଚି ନାଚି ଆସିଲେ ଆଉ ବହୁତ ଖୁସି ରେ ବୋମା ଫୁଟାଇଲେ । ଏମିତି ବୋମା ଫୁଟାଇଲେ ଯେ ଅଧା ଗାଁ ପୂରା ପୋଡି ଜଳି ପାଉଁଶ ହୋଇଗଲା । ବରଯାତ୍ରୀ ପ୍ରସେସନ ପାଲଟି ଗଲା ହୁତୁହୁତୁ ନିଆଁ ର କାରଣ । ଏମିତି ନିଆଁ ଦେଖି ସବୁ ବରଯାତ୍ରୀ ଫେରାର ହୋଇଗଲେ । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ଇଲିଛି ବାଲେଶ୍ଵର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଗାନ୍ଧୀ ଛକ ବସ୍ତିରେ ।

ଗାନ୍ଧୀ ଛକ ବସ୍ତିରେ ବାହାଘର ଆୟୋଜନ ହୋଇଥିଲା । ଝିଅ ବାହାଘର ଥିବାରୁ ସିମଲା ଥାନା ଅନ୍ତର୍ଗତ କାଦାରୟାନ ଗାଁରୁ ବରଯାତ୍ରି ଆସିଥିଲେ । ଡିଜେ ର ତାଳେ ତାଳେ ବରଯାତ୍ରୀ ନାଚିଥିଲେ । ଆଉ ଏତିକି ବେଳେ ବାହାଘର ଖୁସିରେ ବାଣ ଫୁଟାଇ ଥିଲେ । ହେଲେ ପାଖରେ ଚାଲ ଘର ଥିବାରୁ ବାଣ ଝୁଲା ପଡି ଶୁଖିଲା ଚାଳ ରେ ନିଆଁ ଲାଗିଲା ।

ଯାହା ଫଳରେ 11 ବଖରା ଘର ପୋଡିଯିବା ସହ 10 ଲକ୍ଷରୁ ଅଧିକ ଟଙ୍କାର ସମ୍ପତି ନଷ୍ଟ ହୋଇଯାଇଛି । ଗାଁ ରେ ନିଆଁ ଲାଗିବା ପରେ ଗାଁ ଲୋକେ ନିଆଁ କୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଚାଳ ସୁଖୀ ଯାଇ ଥିବାରୁ ଘର ପୁରା ପୋଡି ଯାଇଥିଲା ।

ଅଗ୍ନିସମ ବାହିନୀ ଆସିବା ପରେ ନିଆଁ କୁ ଆୟତ୍ତ କରିଥିଲା । କିନ୍ତୁ ସେତେ ବେଳକୁ ସବୁ ନଷ୍ଟ ହୋଇ ଯାଇଥିଲା । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *