Special Story: ୧୨ ବର୍ଷ ପେ ବ୍ୟକ୍ତି ଜଣକ ଫେରିଲେ ଘରକୁ, ଘରେ ପହଞ୍ଚି ଯାହା ଦେଖିଲେ ଜାଣି ଆପଣ ବିଶ୍ଵାସ କରିପାରିବେନି

ଆପଣ ସମସ୍ତେ ରାସ୍ତାରେ ବୁଲୁଥିବା ପାଗଳଙ୍କୁ ଦେଖିଥିବେ । ଅସଲରେ ସେମାନେ ପାଗଳ ନୁହନ୍ତି ସେମାନେ ବି ଜଣେ ଜଣେ ଭଲ ପରିବାରର ବ୍ୟକ୍ତି ଅଟନ୍ତି । କିନ୍ତୁ ନିଜର ମାନସିକ ଭାରସାମ୍ୟ ହରାଇବା କାରଣରୁ ସେମାନେ ରାସ୍ତାରେ ବୁଲୁଥାନ୍ତି । ଏହିଭଳି ଏକ ମାମଲା ସାମ୍ନାକୁ ଆସୁଛି । ଯେଉଁଥିରେ ମୁମ୍ବାଇରେ ପାଗଳଙ୍କ ଭଳି ବୁଲୁଥିବା ଜଣେ ବ୍ୟକ୍ତିକୁ ଯେତେବେଳେ କିଛି ଲୋକମାନେ ତାହାର

ଗାଁକୁ ନେଇ ଆସିଲେ ତେବେ ସେହି ବ୍ୟକ୍ତିର ପରିବାର କହିଲେ କେହି ନାହାନ୍ତି । ଅର୍ଥାତ ତାହାର ସ୍ତ୍ରୀ ଅନ୍ୟ ଜଣଙ୍କୁ ବିବାହ କରି ନେଇଛି । ନୟାଗଡ ଜିଲ୍ଲା ନୂଆ ଗାଁ ବ୍ଲକ ଗୁମୀ ଗାଁ ର ଜନ ନାୟକ ପରିବାର ଥିଲା । ସ୍ତ୍ରୀ ଓ ଦୁଇଟି ସନ୍ତାନ ଥିଲେ । ଶ୍ରମିକ ରୂପରେ କାମ କରି ଜନ ନାୟକ ନିଜର ଭରଣ ପୋଷଣ କରୁଥିଲେ । କିନ୍ତୁ ଅଚାନକ ଦିନେ ତାଙ୍କର ସ୍ମୃତି ଶକ୍ତି ହଜିଗଲା ।

ଏହା ପରେ ସେ ଗାଁ ଛାଡି କେଉଁଠିକୁ ଚାଲି ଗଲେ । ଘର ଲୋକମାନେ ବହୁତ ଖୋଜିଲେ କିନ୍ତୁ ଜନ ନାୟକର କୌଣସି ଠିକଣା ମିଳିଲା ନାହିଁ । କହିଦେଉଛୁ କି ଜନ ନାୟକ ଦୀର୍ଘ ୧୨ ବର୍ଷ ମୁମ୍ବାଇରେ ଥିଲେ ଓ ସେ ରାସ୍ତାରେ ବୁଲୁ ଥିବା ସମୟରେ ଶ୍ରଦ୍ଧା ଫାଉଣ୍ଡେସନ ନାମକ ସଂଗଠନ ତାଙ୍କୁ ନେଇ ଯାଇ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା କରାଇଥିଲେ । ଚିକିତ୍ସାର କିଛି ଦିନ ପରେ ଜନ ନାୟକଙ୍କ ସ୍ମୃତି ଶକ୍ତି ଫେରି ଆସିଲା । ଏହି ଅନୁଷ୍ଠାନର ଲୋକମାନେ ତାଙ୍କୁ ମୁମ୍ବାଇରୁ ଓଡିଶା ଏକ ଟ୍ରେନରେ ଆଣି ଗାଁରେ ଛାଡି ଦେଇ ଯାଇଛନ୍ତି ।

କିନ୍ତୁ ସବୁଠୁ ବଡ ଦୁଃଖର କଥା ଏହା ଅଟେ କି ଯେତେବେଳେ ୧୨ ବର୍ଷ ପରେ ଜନ ନାୟକ ନିଜର ଗାଁକୁ ଫେରିଲେ ତେବେ ସେ ଜାଣି ପାରିଲେ କି ତାଙ୍କର ପତ୍ନୀ ନିଜର ଦୁଇ ସନ୍ତାନକୁ ନେଇ ଅନ୍ୟତ୍ର ବିବାହ କରି ଚାଲି ଯାଇଛନ୍ତି । ଗାଁରେ କେବଳ ଜନ ନାୟକଙ୍କ ଭାଇ ଓ ଭାଉଜ ରହୁଛନ୍ତି । ଏମିତିରେ ନିଜର ଗାଁକୁ ଫେରି ନିଜର ଭାଇ ଭାଉଜଙ୍କୁ ପାଇ ଜନ ନାୟକ ଖୁସି ତ ହେଲେ କିନ୍ତୁ ଅନ୍ୟ ପଟେ ଦୁଃଖ ର ବିଷୟ ଏହା ଅଟେ କି ନିଜର ପରିବାର ସ୍ତ୍ରୀ ଓ ପିଲାମାନେ ଆଉ ନାହାନ୍ତି ।

ଜନ ନାୟକଙ୍କ ଭାଇଙ୍କ ଅନୁସାରେ, ତାଙ୍କର ଭାଇ ନିଜର ପରିବାର ସହ ରହୁଥିଲା । କିନ୍ତୁ ଅଚାନକ ସେ ଦିନ ହଜି ଗଲା । ଆମେ ୪ – ୫ ଭାଇ ତାକୁ ବହୁତ ଖୋଜିଲୁ କିନ୍ତୁ ତାହାର କୌଣସି ଠିକଣା ନ ମିଳିବାରୁ ଶେଷରେ ଆମେ ତାକୁ ମୃତ ବୋଲି ଭାବି ଖୋଜିବା ବନ୍ଦ କରି ଦେଲୁ । ଅନ୍ୟ ପଟେ ତାହାର ସ୍ତ୍ରୀ ଓ ପିଲାମାନେ ବି ନିଜର ସମସ୍ତ ଜିନିଷ ପତ୍ର ନେଇ ଅନ୍ୟତ୍ର କେଉଁ ସ୍ଥାନରେ ବିବାହ କରି ଚାଲି ଗଲେ । ଏହା ସହିତ ଆମେ ବି ନିଜ ନିଜ କାମରେ ବ୍ୟସ୍ତ ହୋଇଗଲୁ । କିନ୍ତୁ ୧୨ ବର୍ଷ ପରେ ପୁଣି ଥରେ ନିଜ ଭାଇକୁ ଫେରି ପାଇ ଆମେ ବହୁତ ଖୁସି ଅଛୁ ।

କିନ୍ତୁ ଦୁଃଖର କଥା ଏହା ଅଟେ କି ତାହାର ଆଉ କୌଣସି ସଂସାର ନାହିଁ । ୧୨ ବର୍ଷ ପୂର୍ବେ ହିଁ ତାହାର ସଂସାର ଭାଙ୍ଗିଯାଇଛି । କହିଦେଉଛୁ କି ଶ୍ରଦ୍ଧା ଫାଉଣ୍ଡେସନ ଏହିଭଳି ଲୋକମାନଙ୍କୁ ଯେଉଁମାନେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟ କାମ ପାଇଁ ଯାଇଥାନ୍ତି ସେମାନେ ଯଦି କୌଣସି କାରଣ ବଶତଃ ସେହି ସ୍ଥାନରେ ରହି ଯାଇଛନ୍ତି କିମ୍ବା ରାସ୍ତାରେ ବୁଲୁଛନ୍ତି ତାଙ୍କୁ ସଠିକ ସ୍ଥାନରେ ପହଞ୍ଚିବାର କାମ କରିଥାନ୍ତି । ଏମିତିରେ ଏହି ଫାଉଣ୍ଡେସନକୁ ଅଶେଷ ଅଶେଷ ଧନ୍ୟବାଦ ଯେଉଁମାନେ ଏହିଭଳି କାମ କରୁଛନ୍ତି ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *