ଏକାଠି ହୋଇଯିବେ ବର୍ଷା ଓ ଅନୁଭବ ? ଏନେଇ କ’ଣ କହିଲେ Sura Routray ଶୁଣିଲେ କରିବେ ପ୍ରଶଂସା, ଦେଖନ୍ତୁ Video

ବର୍ଷା ଓ ଅନୁଭବଙ୍କ ତିକ୍ତତା ଗତ ୧ ବର୍ଷ ହେବ ଚାଲିଛି । ତାଙ୍କର ଛାଡପତ୍ରକୁ ନେଇ ମଧ୍ୟ ଗଣମାଧ୍ୟମରେ ଚର୍ଚା ମଧ୍ୟ ଚାଲିଛି । ଏତିକି ନୁହେଁ ସବୁଦିନ ବର୍ଷା ଓ ଅନୁଭବଙ୍କ ସହ ଜଡିତ କୌଣସି ନା କୌଣସି ଖବର ନିଶ୍ଚିତ ସାମ୍ନାକୁ ଆସିଥାଏ ।

ପୁରା ଓଡିଶାରେ ବର୍ତ୍ତମାନ ବର୍ଷା ଓ ଅନୁଭବକୁ ନେଇ ଲୋକମାନେ ନାନା ପ୍ରକାରର କଥା ମଧ୍ୟ କହୁଛନ୍ତି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି ଅଭିନେତା ଅନୁଭବ ଓ ଅଭିନେତ୍ରୀ ବର୍ଷା ଭଲ ପାଇ ବିବାହ କରିଥିଲେ । କିଛି ବର୍ଷ ହସ ଖୁସିରେ ରହିବା ପରେ ଗତ କିଛି ମାସ ହେବ ତାଙ୍କ ମଧ୍ୟରେ ବିବାଦ ଦେଖା ଦେଇଛି । କିନ୍ତୁ ଏହି ବିବାଦ କେବେ ଥମିବ ଏହା ବିଷୟରେ କୌଣସି ସୂଚନା ନାହିଁ । କିନ୍ତୁ ତାଙ୍କର ଫ୍ୟାନ ଓ ସମସ୍ତ ଚାହୁଁଛନ୍ତି କି ବର୍ଷା ଓ ଅନୁଭବ ପୁଣି ଥରେ ଏକାଠି ହୋଇ ଯାଆନ୍ତୁ ।

ଏହି କ୍ରମରେ ବର୍ତ୍ତମାନ ସୁର ରାଉତରାୟ ଯିଏକି କଂଗ୍ରେସର ଜଣେ ବରିଷ୍ଠ ନେତା ଅଟନ୍ତି ସେ ବର୍ଷା ଓ ଅନୁଭବ ମିଶି ଯାଆନ୍ତୁ ବୋଲି ଉପଦେଶ ଦେଇଛନ୍ତି । ସୁର ରାଉତରାୟ କଣ କହିଛନ୍ତି ଚାଳନ୍ତୁ ଜାଣିବା । କଂଗ୍ରେସ ପାର୍ଟିର ବରିଷ୍ଠ ନେତା ସୁର ରାଉତରାୟ ବହୁତ ବର୍ଷ ହେବ କଂଗ୍ରେସ ତରଫରୁ ଇଲେକସନ ଲଢି ଆସୁଛନ୍ତି । ତାଙ୍କର ପୁରା ନାଁ ହେଉଛି ସୁରେଶ କୁମାର ରାଉତରାୟ କିନ୍ତୁ ଲୋକମାନେ ତାଙ୍କୁ ସୁର ଭାଇ ନାଁରେ ଜାଣିଛନ୍ତି ।

କହିଦେଉଛୁ କି ସୁର ରାଉତରାୟ ସବୁବେଳେ ଗଣମାଧ୍ୟମରେ ନିଜର ବୟାନକୁ ନେଇ ଚର୍ଚାରେ ଥାନ୍ତି । ସେ ପ୍ରତ୍ୟକ ସାମାଜିକ ମୁଦ୍ଦା ଉପରେ ନିଜର ବୟାନ ଦେଇଥାନ୍ତି । ତାଙ୍କର ଅଜବ ଗଜବ ବୟାନ ଯୋଗୁ ଲୋକମାନଙ୍କ ମଧ୍ୟରେ ସେ ବହୁତ ଚର୍ଚିତ ରହିଥାନ୍ତି ।

ଏହା ସହିତ ତାଙ୍କର ବୟାନ ଶୁଣିଲେ ହସ ବି ଲାଗେ । କହିବାକୁ ଗଲେ ସବୁଠୁ ଚର୍ଚିତ ବର୍ଷା ଓ ଅନୁଭବଙ୍କ ଯୋଡିକୁ ନେଇ ସୁର ରାଉତରାୟ ଗଣମାଧ୍ୟମକୁ ନିଜର ବୟାନ ଦେଇଛନ୍ତି । ଯେଉଁଥିରେ ସେ କହୁଛନ୍ତି କି ବର୍ଷା ଓ ଅନୁଭବ ମିଶି ଯାଆନ୍ତୁ । ଦୁଇ ଜଣ ଭଲ ପରିବାର ।

ଅନୁଭବର ପିତା ସ୍କୁଲ ଟୀଚର ଥିଲେ ଓ ଭାଇ ଜଣେ ଭଲ କଣ୍ଟ୍ରାକ୍ଟର, ଅନୁଭବ ବି ଭଲ କଳାକାର । ଅନ୍ୟ ପଟେ ବର୍ଷା ବି ଭଲ କଳାକାର ଅଟନ୍ତି । ବର୍ଷା ଗରିବ ଲୋକମାନଙ୍କୁ ବହୁତ ସାହାର୍ଯ୍ୟ କରୁଛନ୍ତି । ମୁଁ ତାଙ୍କ ସହିତ ମିଶି ପ୍ରାୟତଃ ୧୦ – ୧୨ ଟି ସ୍ଥାନରେ ଖାଇବା, ଶାଢୀ, ମେଡିସିନ, ବହି ବାଣ୍ଟିଛି ।

ତେଣୁ ମୁଁ ଆଶା କରୁଛି କି ଆମମାନଙ୍କର ଅନୁରୋଧକୁ ରକ୍ଷା କରି ସେ ଏକାଠି ହୋଇଯିବେ । ଏମିତି କିଛି ଅସୁବିଧା ନାହିଁ । ଅନୁଭବ ବି ଦେଖିବାକୁ ସୁନ୍ଦର ଓ ବର୍ଷା ବି । ଅନୁଭବ ବି ଫିଲ୍ମରେ ଭଲ ନାଁ କରିଛନ୍ତି ଓ ବର୍ଷା ବି ଭଲ ନାଁ କରିଛନ୍ତି । ପରିସ୍ଥିତି ଏତେ ବି ଖରାପ ହୋଇ ନାହିଁ । ଏକାଠି ହୋଇଗଲେ ଭଲ ହେବ । ଯାହା ଦ୍ଵାରା ଓଡିଶାରେ ତାଙ୍କର ସୁନାମ ବଢିବ ।

Leave a Reply

Your email address will not be published. Required fields are marked *