ବର୍ଷା ଜଳ ଆପଣଙ୍କୁ କରିପାରେ କୋଟିପତି, ଦୂର ହୁଏ ସବୁ ସମସ୍ୟା- Vastu Tips

ଜଳ ହିଁ ଜୀବନ ଏହା ଆପଣ ମାନେ ସମସ୍ତେ ଜଣାଇଥିବେ । ଜଳ କେବେଳ ନୀତି ଦିନିଆ କାମରେ ଲାଗି ନ ଥାଏ ବରଂ ଅନେକ ସମସ୍ୟାର ସମାଧାନ କରିବାରେ ମଧ୍ୟ ସାହାଜ୍ଯ କରିଥାଏ । ବର୍ଷା ଜଳକୁ ନେଇ ଯଦି କିଛି ଉପାୟ କରାଯାଏ ତେବେ ଏହା ବହୁତ ଚମତ୍କାରୀ ଫଳ ଦେଇଥାଏ । ପ୍ରାଚୀନ କାଳରେ ବର୍ଷା ଜଳ ବିଷୟରେ କିଛି ଉପାୟମାନ ବର୍ଣ୍ଣନା କରା ଯାଇଅଛି ।

ଯାହା ଦ୍ଵାରା ଦରିଦ୍ରତା ଦୁର ହେବା ସହ ଚମତ୍କାରୀ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ବର୍ଷା ଜଳର କଣ ଉପାୟ ରହିଛି ଯେଉଁଥିରେ ବ୍ୟକ୍ତି ଦରିଦ୍ରରୁ ଧନୀ ହୋଇ ପାରିବ । ୧- ସ୍ଵାତି ନକ୍ଷତ୍ରରେ ଏକ ପାତ୍ରରେ ବର୍ଷା ହେଉଥିବା ସ୍ଥାନରେ ରଖି ଦିଅନ୍ତୁ । ଏହା ପରେ ସେହି ପାତ୍ରରେ ଜଳ ଭରି ଗଲେ ତାକୁ ଆଣି ଘରର ଐଶ୍ୟାନ କୋଣରେ ରଖି ଦିଅନ୍ତୁ । ଏହା ପରେ ସେହି ଜଳକୁ ଏକ ନିବୁଜ ପାତ୍ର ବା ବୋତଲରେ ପୁରାଇ ଏହାକୁ ଏକ ସିନ୍ଧୁକରେ ରଖି ଦିଅନ୍ତୁ । ଏପରି କରିବା ଦ୍ଵାରା ଧନ ସମ୍ପତି ବୃଦ୍ଧି ପାଇବା ସହ ଦରିଦ୍ରତା ଦୂର ହୋଇଥାଏ ।

୨- ଯଦି କୌଣସି ବ୍ୟବସାୟୀଙ୍କର ବେପାରରେ କ୍ଷତି ହେଉଥାଏ ତେବେ ଗୋଟେ ନୂଆ ପିତଳ ପାତ୍ରରେ ବର୍ଷା ଜଳ ସଂଗ୍ରହ କରି ମା ଲକ୍ଷ୍ମୀଙ୍କର ଜଳାଭିଷେକ କରନ୍ତୁ । ଏହା ସହ ଆମ ଲକ୍ଷ୍ମୀଙ୍କର ସ୍ମରଣ କରିବା ଦ୍ଵାରା ବେପାର ବାଣିଜ୍ୟରେ ଉନ୍ନତି ହୋଇଥାଏ ।

୩- ଯଦି ଆପଣଙ୍କ ଘରେ କଳହ ବା ବିବାଦ ଲାଗି ରହୁଥାଏ ତେବେ ବର୍ଷା ଜଳ ସଂଗ୍ରହ କରି ଭଗବାନ ବିଶୁଣୁଙ୍କର ଜଳାଭିଷେକ କରନ୍ତୁ । ଏହା ସହ “ଓମ ନମହ ଭଗବତେ ବାସୁଦେବାୟ” ମନ୍ତ୍ର ଜପ କରିବା ଦ୍ଵାରା ପରିବାରର ସୁଖଶାନ୍ତି ଓ ସମୃଦ୍ଧି ଆସିଥାଏ ।

୪- ଯଦି ଘରେ ବିଶୃଙ୍ଖଳା ସୃଷ୍ଟି ହେଉଥାଏ ବା କୌଣସି ଖରାପ ଶକ୍ତିର ବାସ ରହିଛି ତେବେ ବର୍ଷା ଜଳକୁ କୌଣସି ପାତ୍ରରେ ଭାରି ଘରର କୌଣସି ଜାଗାରେ ରଖି ଦିଅନ୍ତୁ । ଏହା ପରେ ପ୍ରଭୁ ହନୁମାନଙ୍କର ଚାଳିଶା ୫୧ ଥର ପାଠ କରନ୍ତୁ । ଏହା ପରେ ସେହି ପାଣିକି ଆମ୍ବ ପାତ୍ର ବା ଦେବ ପାତ୍ରରେ ଘର ସବୁ ଜାଗାରେ ସିଂଚନ କରନ୍ତୁ । ଏହା ଦ୍ଵାରା ଘରେ ଥିବା ଖରାପ ଶକ୍ତିର ଲୋପ ହୋଇ ଘରେ ସୁଖଶାନ୍ତି ଆସିଥାଏ ।

୫- ଯଦି କୌଣସି ବ୍ୟକ୍ତି ଅଧିକ ଦିନ ଧରି ରୋଗାଗ୍ରସ୍ତ ଥାଏ ତେବେ ବର୍ଷା ହେବା ସମୟରେ ବର୍ଷାରେ ଭିଜି “ଓମ ନମହ ଶିବାୟ” ମନ୍ତକୁ ୧୦୮ ଥର ଜପ କରିଲେ ଏହି ସମସ୍ୟାର ସମାଧାନ ହୋଇଥାଏ ।

୬- ଯଦି କେହି ବ୍ୟକ୍ତି କରଜରେ ବୁଡି ରହିଥାଏ ତେବେ ବର୍ଷା ଜଳକୁ ସଂଗ୍ରହ କରି ସେଥିରେ କିଛି କଞ୍ଚା କ୍ଷୀର ମିଶାଇ ଇଷ୍ଟ ଦେବାଦେବୀଙ୍କୁ ସ୍ମରଣ କରି ସେହି ଜଳରେ ସ୍ନାନ କରନ୍ତୁ । ଏହା ଦ୍ଵାରା କରଜରୁ ମୁକ୍ତି ମିଳିଥାଏ ।

୭- ଯଦି କେଉଁ ବ୍ୟକ୍ତିର ବିବାହ ହେଉନଥାଏ ତେବେ ବର୍ଷା ଜଳ ସଂଗ୍ରହ କରି ପ୍ରଭୁ ଗଣେଶଙ୍କର ଜଳାଭିଷେକ କରିଲେ ବିବାହ ଯୋଗ ହୋଇଥାଏ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରି ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *