ବାସୀ ରୁଟି ଖାଇବାର ଲାଭ ଜାଣି ଆଶ୍ଚର୍ଯ୍ୟ ହୋଇଯିବେ- Acharya Balkrishna

ପ୍ରାୟତଃ ଲୋକଙ୍କ ଘରେ ଯେବେ ବି ଖାଦ୍ୟ ପ୍ରସ୍ତୁତ ହୋଇଥାଏ ରାତ୍ରି ସମୟରେ ଯଦି ରୁଟି ବଳିପଡିଥାଏ ତ ପ୍ରାୟତଃ ଆମେ ତାକୁ ସକାଳେ ଫୋପାଡି ଦେଇଥାଉ । କିନ୍ତୁ ବହୁତ ଲୋକ ଏହା ଜାଣି ନାହାନ୍ତି ଯେ ବାସୀ ରୁଟି ଆମ ଶରୀର ଓ ସ୍ଵାସ୍ଥ୍ୟ ପାଇଁ ବହୁତ ଚମତ୍କାରୀ ଲାଭଦାୟକ ହୋଇଥାଏ । ଏହାର ଲାଭ ଜାଣି ଆପଣ ବହୁତ ଆଶ୍ଚର୍ଯ୍ୟ ହୋଇଯିବେ । ତେଣୁ ରାତିରେ ବଳିପଡିଥିବା ରୁଟିକୁ ତାପର ଦିନ ଫୋପଡନ୍ତୁ ନାହିଁ । ତାହାକୁ ସକାଳ ଟିଫ୍ଫିନ ରେ ବ୍ୟବହାର କରନ୍ତୁ ।

ଯଦି ଆପଣ ସକାଳ ଟିଫ୍ଫିନ ରେ ବାସୀ ରୁଟିର ବ୍ୟବହାର କରୁଛନ୍ତି ତ ଆପଣ ପୁରା ଦିନ ଟି ଏଣରଜେଟିକ ରହିଥାନ୍ତି । କାରଣ ବାସୀ ଋତିରେ ବହୁତ ଅଧିକ ପରିମାଣ ରେ ଫାଇବର ରହିଥାଏ । ଏହା ଦ୍ଵାରା ଆପଣଙ୍କୁ ଭୋକ ବି କମ ଲାଗିଥାଏ । ଓ ଯେଉଁ ମାନଙ୍କର ଓଜନ ଅଧିକ ଅଟେ ସେମାନଙ୍କର ୱେଟ୍ଲାସ ବି ଦୁଇଗୁଣା ରେ ହୋଇଥାଏ ।

ପୂର୍ବରୁ ପ୍ରାୟ ସବୁ ଲୋକ ବାସୀ ରୁଟି କୁ  ସକାଳେ ହିଁ ଖାଉଥିଲେ । ଓ ସେଥିପାଇଁ ସୁସ୍ଥ ମଧ୍ୟ ରହୁଥିଲେ । ଏବଂ ସେମାନଙ୍କର ପେଟ ବି ବାହାରୁ ନଥିଲା । କିନ୍ତୁ ଆଜିକ ଦିନରେ ବହୁତ ଲୋକଙ୍କର ପେଟ ବାହାରିବ ବହୁତ ବଡ ସମସ୍ୟା ଭାବେ ରହିଛି । ଯଦି ଆପଣ ପ୍ରତିଦିନ ସକାଳେ ବାସୀ ରୁଟି ଖାଇଥାନ୍ତି ଏହା ଦ୍ଵାରା ଆପଣଙ୍କ ଭୋଜନ ହଜମ ହେବାରେ ଏହାର ଅଧିକ ସାହାଯ୍ୟ ମିଳିଥାଏ । ଏବଂ ଏହା ଦ୍ଵାରା ଆପଣଙ୍କ ସ୍ଵାସ୍ଥ୍ୟ ମଧ୍ୟ ଭଲ ରହିଥାଏ । କିନ୍ତୁ ଏହାକୁ ଯେମିତି ଇଚ୍ଛା ସେମିତି ଖାଇବେ ନାହିଁ ।

ବାସୀ ରୁଟି କୁ ସର୍ବଦା ଛୋଟ ଛୋଟ ଖଣ୍ଡ କରି କ୍ଷୀର ରେ ପକାଇ ଖାଆନ୍ତୁ । ଯଦି ଆପଣ ବାସୀ ରୁଟିକୁ ସକାଳେ ରେଗୁଲାର ଖାଇଥାନ୍ତି ଏହା ଦ୍ଵାରା ଆପଣଙ୍କୁ ଅଗଣିତ ଲାଭ ମିଳିଥାଏ । ପ୍ରଥମ ଲାଭ ଟି ହେଉଛି ଏହା ଦ୍ଵାରା ଆପଣଙ୍କର ପେଟ ଜନିତ କୌଣସି ସମସ୍ୟା ଦେଖା ଯାଇନଥାଏ । ଏହା ଦ୍ଵାରା ପାଚନ କ୍ରିୟା ଟି ଭଲ ରହିଥାଏ । କାରଣ ଏଥିରୁ ବହୁତ ପରିମାଣ ର ଫାଇବର ମିଳିଥାଏ । ଦ୍ବିତୀ ଆପଣ ପୁରା ଦିନଟି ଏନେର୍ଜେଟିକ ରହିଥାନ୍ତି । ଓ ଆଳସ୍ୟ ଅନୁଭବ କରିନଥାନ୍ତି । ଏହି ବାସୀ ରୁଟିକୁ କ୍ଷୀରରେ ପକାଇ ଖାଇବା ଦ୍ଵାରା ଆପଣଙ୍କ ଶରୀର କୁ ବହୁତ ଅଧିକ ଶକ୍ତି ମିଳିଥାଏ ।

ତୃତୀଯରେ ଏହାର ଲାଭ ବ୍ଲଡ ପ୍ରେସର ରୋଗୀ ମଧ୍ୟ ଉଠାଇଥାନ୍ତି । ଆଜିକାଲି ବହୁତ ଲୋକ ବ୍ଲଡ ପ୍ରେସର ରୋଗରେ ପୀଡିତ ଅଛନ୍ତି । ଆପଣଙ୍କୁ କେବଳ ସକାଳେ ବାସୀ ରୁଟିକୁ କ୍ଷୀରରେ ପକାଇ ଖାଇବା ନିହାତି ଆବଶ୍ୟକ ଅଟେ । ଏହା ଦ୍ଵାରା ଆପଣଙ୍କର ବ୍ଲଡ ପ୍ରେସର ନିୟନ୍ତ୍ରଣ ରେ ରହିଥାଏ । ଓ ଏହା ସମ୍ବନ୍ଧିତ ସବୁ ସମସ୍ୟା ମଧ୍ୟ ଦୂର ହୋଇଥାଏ ।

ଚତୁର୍ଥରେ ଏହାର ଲାଭ ଡାଇବେଟିକ ରୋଗୀ ମଧ୍ୟ ଉଠାଇପାରନ୍ତି । ଯେଉଁ ଲୋକଙ୍କୁ ଡାଇବେଟିସ ର ସମସ୍ୟା ରହିଛି ସେମାନଙ୍କୁ ସର୍ବଦା କ୍ଷୀରରେ ମିଠା ର ବ୍ୟବହାର ନ କରି କେବଳ ବାସୀ ରୁଟିକୁ ପକାଇ ଖାଇବା ଦ୍ଵାରା ସୁଗାର ର ଲେବଲ କନ୍ଟ୍ରୋଲ ରହିଥାଏ । ପଞ୍ଚମରେ ଏହାର ଲାଭ ଦୁର୍ବଳ ବ୍ୟକ୍ତି ଙ୍କ ପାଇଁ ଖୁବ ଭଲ କାମ କରିଥାଏ । ଯେଉଁ ଲୋକ ବହୁତ ଦୁର୍ବଳ ଓ ପତଳା ରହିଥାନ୍ତି ଓ ଶାରୀରିକ ଶକ୍ତି କମ ଥାଏ ଓ ପ୍ରାୟତଃ ସେମାନେ ରୋଗ ରେ ପଡୁଥାନ୍ତି ।

ତେବେ ସେମାନେ ପ୍ରତିଦିନ ସକାଳେ ବାସୀ ରୁଟି ସହ କ୍ଷୀର ଖାଇବା ନିହାତି ଆବଶ୍ୟକ । ଏହା ଦ୍ଵାରା ସେମାନଙ୍କୁ କୌଣସି ରୋଗ ଶୀଘ୍ର ହୋଇନଥାଏ । ଓ ସେମାନଙ୍କର ଶାରୀରିକ ଶକ୍ତି ମଧ୍ୟ ବଢିଥାଏ । ବାସୀ ରୁଟିକୁ ଭିଟାମିନ, ଫାଇବର ଓ ପ୍ରୋଟିନ ର ଗ୍ରନ୍ଥା ଘର ବୋଲି ବିଚାର କରାଯାଏ । ତେଣୁ ବାସୀ ରୁଟି କୁ ନଷ୍ଟ କରନ୍ତୁ ନାହିଁ  ଓ ଏହାର ଲାଭ ଉଠାନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *