ଭଗବାନ ଶନି ଦେବଙ୍କୁ ନ୍ୟାୟ ଦେବତା କୁହା ଯାଇଛି ଶାସ୍ତ୍ର ଅନୁଯାଇ ଯେଉଁ ମଣିଷ ଜୀବନରେ ଯେତେ ପାପ କରିଥାଏ ତାକୁ ଭଗବାନ ଶନି ଦେବଙ୍କ ଠାରୁ ସେତେ ଦରିକି ରହିବା ଉଚିତ ତେବେ ଭୁଲରେ ବି ଯଦି ଆପଣଙ୍କ ଦ୍ଵାରା କିଛି ଭୁଲ ହୋଇଛି ତେବେ ତାହା ପାଇଁ କ୍ଷମା ମାଗିବା ଆପଣଙ୍କ କର୍ତବ୍ୟ ହୋଇଥାଏ ।
ଭଗବାନ ଶନି ଦେବା ବହୁତ ଭଲ ଅଟନ୍ତି ସେ କେବେ ନିରୀହ ଲୋକଙ୍କୁ ଶାସ୍ତି ଦିଅନ୍ତି ନାହିଁ ଆଉ ପୂଣ୍ୟ କାମ କରିଥିବା ଲୋକଙ୍କ ଉପରେ ସଦେବ ତାଙ୍କ କୃପା ରହିଥାଏ । ଆଜି ଆମେ ଆପଣଙ୍କୁ ଏମିତି କିଛି କାମ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଭାଗ୍ୟ ଖରାପ ହୋଇଥାଏ ସେଥିପାଇଁ ଏହି କାମ କେବେ କରନ୍ତୁ ନାହିଁ ।
୧. ଲୁଣ :
ଶାସ୍ତ୍ର ଅନୁଯାଇ ଏହା ସ୍ପଷ୍ଟ ଭାବରେ କୁହା ଯାଇଛି ଯେ ଶନିବାର ଦିନ ଭୁଲରେ ବି ଲୁଣ କିଣିକି ଘରକୁ ଆଣିବା ଉଚିତ ହୋଇନଥାଏ, ସପ୍ତାହ ଅନ୍ୟ ବାରରେ ଲୁଣ କିଣି ପାରନ୍ତି କିନ୍ତୁ ଶନିବାର ଦିନ ଭୁଲରେ ବି ଏହି କାମ କରନ୍ତୁ ନାହିଁ । ତେବେ ଶାସ୍ତ୍ର ଅନୁଯାଇ ଶନିବାର ଦିନ ଲୁଣ ପାଣିରେ ପକାଇ ପୋଛା ମାରିଲେ ଆପଣଙ୍କ ଘରୁ ସବୁ ନକାରାତ୍ମକତା ଦୂର ହୋଇଥାଏ ଆଉ ଜୀବନରେ ଆପଣଙ୍କୁ ସେହି ସଫଳତା ମିଳିଥାଏ ଯାହା ପାଇଁ ଆପଣ ବହୁତ ସମୟ ଧରି ଅପେକ୍ଷାରେ ଅଛନ୍ତି ।
୨. ଲୁହା :
ଶାସ୍ତ୍ର ଅନୁଯାଇ ଏହା କୁହା ଯାଇଛି ଯେ ଶନିବାର ଦିନ ଲୁହା ଜିନିଷ ଭୁଲରେ ବି କିଣନ୍ତୁ ନାହିଁ ଏହା ଆପଣଙ୍କ ଭାଗ୍ୟ ଉପରେ ବହୁତ ଖରାପ ପ୍ରଭାବ ପକାଇଥାଏ, ତେବେ ଅନ୍ୟ ବାରରେ କିନା ହୋଇଥିବା ଲୁହା ଶନିବାର ଦିନ ଆପଣ କାହାକୁ ଦାନ କରି ପାରିବେ, ଏହା ଦ୍ଵାରା ଆପଣଙ୍କ ଘର ଲୋକଙ୍କ ଉପରେ ଭଗବାନ ଶନି ଦେବଙ୍କ ଆଶୀର୍ବାଦ ମିଳିଥାଏ ।
୩. ସୋରିଷ ତେଲ :
ଶାସ୍ତ୍ରରେ ଏହା ଉଲ୍ଲେଖ କରା ଯାଇଛି ଯେ ଶନିବାର ଦିନ ସୋରିଷ ତେଲ ବା ଅନ୍ୟ କୌଣସି ତେଲ କିଣିବା ବହୁତ ଖରାପ ହୋଇଥାଏ, ତେବେ ଏହି ଦିନ ଭୁଲରେ ବି ତେଲ କିନା କିଣି କରନ୍ତୁ ନାହିଁ ଆପଣଙ୍କ ପାଇଁ ଶୁଭକାରୀ ରହିବ ।
୪. ଧାର ଉଧାର :
ଶାସ୍ତ୍ର ଅନୁଯାଇ ଶନିବାର ଦିନ କାହାକୁ ଧାର ଉଧାର ଦିଅନ୍ତୁ ନାହିଁ କାହିଁକିନା ଏହା ଦ୍ଵାରା ଆପଣଙ୍କ ଜୀବନ ଖରାପ ହୋଇଥାଏ ଏହି ଦିନ ଦିଆ ହୋଇଥିବା ଟଙ୍କା ଆପଣ ଫେରିକି ପାଇବେ ନାହିଁ ଏହା ଛଡା ନେଇଥିବା ବ୍ୟକ୍ତି କେବେ ଫେରେଇବା କ୍ଷମତା ରଖିବ ନାହିଁ ।
ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।