ଆସୁଛି ଆଉ ଏକ ବାତ୍ୟା ‘ପାବୁକ’- ୬ ତାରିଖରୁ ଲଘୁଚାପ ର ସମ୍ଭାବନା, ଓଡିଶାର ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଏ ବର୍ଷ ବନ୍ୟା ଓ ବାତ୍ୟା ଯେପରି ଓଡ଼ିଶାର ପିଛା ଛାଡିବାର ନାଁ ଧରୁନି | ମାତ୍ର କିଛି ଦିନ ତଳେ ହେଇଥିବା ବାତ୍ୟାର ଖୟକ୍ଷତି ଭରଣା ନ ହେଉଣୁ ପୁଣି ଆଣ୍ଡାମାନ-ନିକୋବର ରାଜଧାନୀ ପୋର୍ଟବ୍ଲେୟାର ନିକଟ ଦକ୍ଷିଣ ଚୀନ ସାଗରର ୬.୦ ଡିଗ୍ରୀ ଉତ୍ତର ଦ୍ରାଘିମା ଏବଂ ୧୦୫ ଡିଗ୍ରୀ ପୂର୍ବ-ପଶ୍ଚିମ ଅକ୍ଷାଂଶରେ ଏକ ଲଘୁଚାପ ଘନିଭୂତ ହୋଇ ବାତ୍ୟାର ରୂପ ନେଉଛି | ଯାହାକି ସାରା ଓଡ଼ିଶାର ଲୋକଙ୍କୁ ପୁଣି ଭୟବିତ୍ତ କରିସାରିଲାଣି| ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ର ରୂପ ନେବା ଫଳରେ ଓଡ଼ିଶା ଉପକୂଳରେ ବାତ୍ୟା ହେବାର ସମ୍ଭାବନା ଅନେକ ମାତ୍ର ରେ ଅଛି ।

ତିତଲି ଓ ପେଥାଇ ପରେ ପାବୁକ ଆସୁଛି । ମାଡି ଆସୁଛି ବାତ୍ୟା ପାବୁକ । ଆଣ୍ଡାମାନର ପୋର୍ଟବ୍ଲେୟାର ଠାରୁ ପ୍ରାୟ ୧୫୦୦ କିଲୋମିଟର ଦୂରରେ ରହିଛି ପାବୁକ । ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗକୁ ଗତି କରୁଛି ବାତ୍ୟା ପାବୁକ । ଜାନୁଆରୀ ୫ ଅପରାହ୍ନ ସୁଦ୍ଧା ଏହା ଆଣ୍ଡାମାନ ଉପକୂଳବର୍ତ୍ତୀ ଅଞ୍ଚଳ ଉପରେ ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି । ଏହାପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି ପାବୁକ ଆଣ୍ଡାମାନ ଛୁଇଁବ । ଏହାପରେ ୬ ଜାନୁଆରୀରେ ଏହା ଆଣ୍ଡାମାନ ଦେଇ ମିଆଁମାର ଆଡକୁ ଗତି କରିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ଓଡ଼ିଶାର ପାଣିପାଗ ବିଶେଷଜ୍ଞ କହିଛନ୍ତି ବର୍ତମାନ ଲଘୁଚାପ କେଉଁ ଆଡ଼େ ଗତି କରିବ ଏବେ କହିବା ଅତ୍ୟନ୍ତ କଷ୍ଟକର। ତଥାପି ଏହା ୬ ରୁ ୭ ପର୍ଯ୍ୟନ୍ତ ଓଡ଼ିଶାରେ ହେବ ବୋଲି ଅନୁମାନ କରା ଯାଉଛି | ତେବେ ବର୍ତ୍ତମନ ସମୟରେ ଏହା ଓଡ଼ିଶାର ଚାଷୀ ମାନକୁ ପୁଣି ଥରେ ଦୁଃଖିତ କରିଛି | ତେବେ ପାବୁକ ବାତ୍ୟାକୁ ଦୃଷ୍ଟିରେ ରଖି ଓଡିଶାର ୭ଟି ଜିଲ୍ଲାର ଜିଲ୍ଲାପାଳଙ୍କ ପାଇଁ ସର୍ତକ ସୂଚନା ଜାରି କରିଛନ୍ତି ଏସଆରସି ।

ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, ଗଞ୍ଜାମ, ଓ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ସର୍ତକ ରହିବାକୁ କୁହାଯାଇଛି । ତେବେ ଓଡିଶାରେ ପାବୁକର ପ୍ରଭାବ କଣ ପଡିବ ତାହା ଜଣାପଡିନଥିଲେ ମଧ୍ୟ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ପାଣିପାଗ ବିଭାଗ ପକ୍ଷରୁ ସୂଚନା ଅନୁଯାୟୀ, ବାତ୍ୟା ପାବୁକ ଥାଇଲାଣ୍ଡ ଆଡକୁ ମୁହାଁଉଛି ।

ଆମେ ଆପଣଙ୍କୁ ଅନୁରୋଧ କରୁଚୁ ଏହି ପୋଷ୍ଟ କୁ ସମସ୍ତଙ୍କ ସହ ସେୟାର କରନ୍ତୁ ଓ କେହି ଭୟଭୀତ ହୁଅନ୍ତୁ ନାହିଁ | ସରକାର ସବୁବେଳେ ଆପଣଙ୍କ ସାହାଯ୍ୟ କରିବ ବୋଲି ଆମେ ଆଶା କରୁଚୁ । 

Leave a Reply

Your email address will not be published. Required fields are marked *