ବଉଳ ବେଣୀ ଗୀତ ରେ ଧୂମ ନାଚିଲେ ଓଲିଉଡ ହିରୋଇନ Arcchita, ଡ୍ୟାନ୍ସର Video ହେଉଛି ଭାଇରାଲ

ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଆମ ଓଡିଆ ଇଣ୍ଡଷ୍ଟ୍ରି ବିଷୟରେ ଜାଣିଥିବେ । କିନ୍ତୁ ବର୍ତ୍ତମାନ ସମୟରେ ଓଲିଉଡ ଜଗତ ବହୁତ ଖରାପ ସମୟ ଦେଇ ଗତି କରୁଛି କିନ୍ତୁ ଆଗରୁ ଏମିତି କିଛି ବି ନ ଥିଲା ।  କହିବାକୁ ଗଲେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନେ ନିଜ ସୁନ୍ଦରତା ଓ ନିଜ ପର୍ଶନାଲ ଲାଇଫ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଜଣେ ଓଡିଆ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରି ସୁନାମ ଅର୍ଜନ କରିଛନ୍ତି ।

ସେହି ଓଡିଆ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହେଁ ସେ ହେଉଛନ୍ତି ଅର୍ଚ୍ଚିତା ସାହୁ । ଆପଣ ମାନେ ସମସ୍ତେ ଅର୍ଚ୍ଚିତାଙ୍କ ଅନେକ ସୁପର ହିଟ ଫିଲ୍ମ ଦେଖିଥିବେ । ଅର୍ଚ୍ଚିତା ଓଲିଉଡ ଜଗତରେ ନିଜର ଜବରଦସ୍ତ ଅଭିନୟ ପାଇଁ ବେସ ଚର୍ଚ୍ଚା ରେ ରହିଥାନ୍ତି । ଏମିତିକି ନିଜର ସାମାଜିକ କାର୍ଯ୍ୟ ପାଇଁ ବି ସେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି ଯାହା ତାଙ୍କ ଫ୍ୟାନ୍ସ ମାନଙ୍କୁ ବେସ ଭଲ ଲାଗିଥାଏ ।  ଅର୍ଚ୍ଚିତା ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ସହ ଗତ ବର୍ଷ ବିବାହ କରିଥିଲେ ।

ବିବାହ କରିବା ପରେ ଉଭୟ ସବ୍ୟ ଏବଂ ଅର୍ଚ୍ଚିତା କିଛି ନା କିଛି କାରଣ ପାଇଁ ଚର୍ଚ୍ଚାରେ ରହି ଆସୁଛନ୍ତି । ତେବେ ଅର୍ଚ୍ଚିତା ଓଲିଉଡ ଜଗତକୁ ଆସିବା ଦିନରୁ ସୋସିଆଲ ମିଡିଆ ଆକାଉଣ୍ଟରେ ନୂଆ ନୂଆ ଫଟୋ ଏବଂ ଭିଡିଓ ଅପଲୋଡ କରନ୍ତି ଯାହାକୁ ଦେଖି ତାଙ୍କ ଫ୍ୟାନ୍ସ ଏମାନେ ବହୁତ ସାରା ଲାଇକ ଆଉ କମେଣ୍ଟ ମଧ୍ୟ ଦେଇଥାନ୍ତି । ଆଉ ଏହି ସବୁ ଭିଡିଓ ଖୁବ ଭାଇରାଲ ମଧ୍ୟ ହୋଇଯାଏ । ତେବେ ବର୍ତ୍ତମାନ ଅର୍ଚ୍ଚିତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓ ପାଇଁ ଅର୍ଚ୍ଚିତା ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ବନ୍ଧୁଗଣ ଭାଇରାଲ ହେଉଥିବା ଭିଡିଓରେ ଅର୍ଚ୍ଚିତା ଫୁଲ ବଉଳ ବେଣୀ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ସେ କିଛି ଛୋଟ ଛୋଟ ଝିଅଙ୍କ ସହ ଅତି ସୁନ୍ଦର ନୃତ୍ୟ ପଦର୍ଶନ କରିଛନ୍ତି । ଏହି ଭିଡିଓ କୁ ତାଙ୍କ ଫ୍ୟାନ୍ସ ମାନେ ବହୁତ ଅଧିକ ପସନ୍ଦ କରିଛନ୍ତି । ସେ ଛୋଟ ଝିଅ ମାନଙ୍କ ସହ ବଉଳ ବେଣୀ ଗୀତ ରେ ତାଳ ସହ ତାଳ ମିଶାଇ ଖୁବ ସୁନ୍ଦର ଷ୍ଟେଲ କରୁଛନ୍ତି ଆଉ ନୃତ୍ୟୁ ପରିବେଷଣ କରୁଛନ୍ତି ।

ତେବେ କୁମାର ପୂର୍ଣ୍ଣିମା ଉପଲକ୍ଷେ ସେ ଏପରି ଏକ ଭିଡିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ସେ ଝିଅ ମାନଙ୍କ ସହ ମିଶି ଏତେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି କି ତାହାର ତୁଳନା କାହା ସହ କରାଯାଇ ପାରିବ ନାହି । ତା ହେଲେ ବନ୍ଧୁଗଣ ଅର୍ଚ୍ଚିତାଙ୍କ ଏହି ଡ୍ୟାନ୍ସ  ଆପଣ ମାନଙ୍କୁ କେମିତି ଲାଗିଲା ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *